ଏହି ଝିଅର ପ୍ରେମରେ ପାଗଳ ହୋଇଛନ୍ତି , ଓଲିଉଡ ହିରୋ ଆକାଶ ଦାଶ୍ ! ଜାଣନ୍ତୁ କିଏ ସେହି ମନର ନାୟିକା ଯିଏ ଆକାଶ ଙ୍କୁ କରିଛି ଦିୱାନା !

0

ଆମ ଓଲିଉଡ ରେ ଅନେକ ନାୟକ ଅଛନ୍ତି ଯେଉଁ ମାନେ କି ନିଜର ଅଭିନୟ ପ୍ରତିଭା ବଳରେ ସାରା ଓଡ଼ିଶା ବାସୀଙ୍କ ର ମନ ଓ ହୃଦୟକୁ ଜିତି ପାରିଛନ୍ତି। ସେହି ନାୟକ ମାନଙ୍କ ର ଅନେକ ପ୍ରଶଂସକ ରହିଛନ୍ତି। ଯେଉଁ ମାନେ କି ନିଜର ନାୟକ ମାନଙ୍କ ବିଷୟରେ ବହୁତ କିଛି ଜାଣିବା ପାଇଁ ଇଚ୍ଛା ରଖି ଥାନ୍ତି। ତେବେ ଆଜି ଆମେ ଏପରି ଜଣେ ନାୟକ ଙ୍କ ବିଷୟରେ କହିବୁ ଯିଏ କି ଓଲିଉଡ ରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ଏବଂ ତା ସହ ଆମେ ତାଙ୍କ ବିଷୟରେ ଶୁଣିବାକୁ ମିଳୁଥିବା ଏକ ଖବର ବିଷୟରେ ମଧ୍ୟ ଆପଣ ମାନଙ୍କୁ କହିବୁ।


ତେବେ ଆମେ ଯୋଉ ନାୟକ ଙ୍କ ବିଷୟରେ କହିବାକୁ ଯାଉଛୁ  ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଆପଣଙ୍କ ର ପ୍ରିୟ ଆକାଶ। ଆକାଶ ଆମ ଓଡ଼ିଆ ଫିଲ୍ମ ଜଗତରେ ବହୁତ ଚଳଚିତ୍ର ରେ ଅଭିନୟ କରି ଦର୍ଶକ ମାନଙ୍କ ର ମନ କୁ ଜିତି ପାରିଛନ୍ତି। ଆପଣ ମାନେ ମଧ୍ୟ ଆକାଶଙ୍କ ର ଅନେକ ଚଳଚିତ୍ର ଦେଖିଥିବେ ଯୋଉଥିରେ ସେ ଖୁବ ସୁନ୍ଦର ଭାବରେ ନିଜର ଅଭିନୟ ର ଯାଦୁ ଦେଖାଇଛନ୍ତି।


କିନ୍ତୁ ଏବେ ଆକାଶଙ୍କ ବିଷୟରେ ସବୁ ଆଡେ ଚର୍ଚା ହେବାରେ ଲାଗିଛି। କାହିଁକି ନା ଆକାଶ ଏବେ ଜଣେ ନାୟିକା ଙ୍କ ପ୍ରେମରେ ପାଗଳ ଥିବା ଶୁଣିବାକୁ ମିଳୁଛି। ଆକାଶ ନିଜର ଜୀବନ ସାଥି ଖୋଜି ନେଇଛନ୍ତି ବୋଲି ସବୁ ଆଡେ ଚର୍ଚା ହେଉଛି। ତେବେ ଆସନ୍ତୁ ଜାଣିବା ଏହି ଘଟଣା ର ସତ୍ୟତା କେତେ ରହିଛି। ଘଟଣା ଟି ହେଉଛି କି ଆକାଶ ଙ୍କ ପ୍ରେମ ରେ ପଡିବା କଥା ସତ କିନ୍ତି ଏହା ତାଙ୍କର ରିୟଲ ଜୀବନ ରେ ନୁହଁ ଆମେ ଆପଣଙ୍କ କହୁଛୁ ତାଙ୍କର ଆଗକୁ ଆସୁଥିବା ଫିଲ୍ମ ପ୍ରେମ ନା ପାଗଳ ବିଷୟରେ। ଯେଉଁଥିରେ ଆକାଶ ନିଜର ପ୍ରେମ କୁ ପାଇବା ପାଇଁ ପୁରା ପାଗଲ ସାଜି ଯାଇଛନ୍ତି । ଯେଉଁଠି ପାଇଁ ଦର୍ଶକ ମାନେ ଏହି ଫିଲ୍ମ କୁ ବହୁତ ଉତ୍କଣ୍ଠା ର ସହିତ ଚାହିଁ ରହିଛନ୍ତି।


ଆକାଶ ଙ୍କୁ ଏହି ପରି ରୂପରେ ଆଗରୁ କେବେ ଦେଖିବାକୁ ମିଳି ନଥିବା ଶୁଣିବାକୁ ମିଳୁଛି। ତେବେ ଏହି ଫିଲ୍ମ ର ନିର୍ଦେଶନା ଭାର ସମ୍ଭାଳିଛନ୍ତି ଅଶ୍ୱନି ଗଡ ନାୟକ ଓ ଏହି ଫିଲ୍ମ ରେ ତାଙ୍କର ନାୟିକା ଭାବରେ ଅଭିନୟ କରିଛନ୍ତି ବହୁତ ସୁନ୍ଦରୀ ଓ ପ୍ରତିଭାବାନ ନାୟିକା ଲିପ୍ସା ମିଶ୍ର। ତେବେ ଏହି ଫିଲ୍ମ ଟି ଏକ ସତ ଘଟଣା କୁ ନେଇ ନିର୍ମିତ ହୋଇଅଛି। ଏହା ସହ ଆଗକୁ ନାୟକ ଆକାଶ ଙ୍କ ର ଆଉ ଏକ ଚଳଚିତ୍ର ଆସିବାକୁ ଯାଉଛି ଯେଉଁଥିରେ କି ନାୟିକା ସାଜିଛନ୍ତି ଚୁଲବୁଲି ପ୍ରକୃତି ମିଶ୍ର। ତେବେ ଦେଖା ଯାଉ ଏହି ଫିଲ୍ମ ମାଧ୍ୟମରେ ଆକାଶ ଦର୍ଶକ ମାନଙ୍କ ର ମନକୁ କେତେ ଜିତି ପାରୁଛନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।