କୋର୍ଟର ଐତିହାସିକ ନିଷ୍ପତି ! ସ୍ବାମୀଙ୍କର ଭରପୋଷଣ ପାଇଁ ଏବେ ସ୍ତ୍ରୀ ଦେବେ ଟଙ୍କା !ଜାଣନ୍ତୁ କାହିଁକି ଏମିତି ନିଷ୍ପତି ନିଆଗଲା. , କଣ ଆପଣ ଙ୍କ ମତରେ ଏହା ସଠିକ୍ କି ?

0

ଆମ ସମାଜରେ ବିବାହ ଏକ ଏପରି ପରମ୍ପରା , ଯାହା ସବୁ ପୁଅ ଓ ଝିଅ ପାଇଁ ପବିତ୍ର ହୋଇ ଥାଏ,ଏହାକୁ ମାନିବାକୁ ସମସ୍ତଙ୍କୁ ପଡିଥାଏ। ତେବେ ସବୁ ଝିଅ ଓ ପୁଅ ମାନେ ବିବାହ କରିଥାନ୍ତି, ଏହା ଦ୍ୱାରା ସେମାନେ ଏ ସମାଜ କୁ ଆଗକୁ ନେଇ ପାରିବେ । ତେବେ ବିବାହ କରିବା ସବୁ ପୁଅ ଓ ଝିଅ ଙ୍କର ଗୋଟେ ସ୍ବପ୍ନ ଥାଏ , ଇଚ୍ଛା ଥାଏ , ଗୋଟେ ଖୁସି ଥାଏ। ତେବେ ବିବାହ ପରେ ଦୁଇ ଜଣକ ଉପରେ ଦାୟିତ୍ୱ ରହି ଥାଏ। ତେବେ ବିବାହ ସମୟ ରେ ଦୁଇ ଜଣା ପରସ୍ପର କୁ କଥା ଦେଇ ଥାନ୍ତି ସବୁବେଲେ ସାଥିରେ ରହିବେ।

ତେବେ ସ୍ୱାମୀ ଓ ସ୍ତ୍ରୀ ଭିତରେ ଭଲ ପାଇବା , ବିଶ୍ୱାସ , ଆଦି ରହିବା ଦରକାର। ହେଲେ ଏବେ ସ୍ୱାମୀ ଓ ସ୍ତ୍ରୀ ମାନଙ୍କ ଭିତରେ କେବଳ ଝଗଡା ହେଉଛି ଓ ଛାଡ଼ପତ୍ର, ତେବେ ଏଭଳି ଏବେ ପ୍ରାୟତ୍ ଦେଖିବାକୁ ମିଳୁଛି, ଯାହା ପାଇଁ ଆଜି ସମାଜ ତଳକୁ ଖସି ଗଲାଣି । ଏବେ ତୋ ସବୁ ସ୍ୱାମୀ ଓ ସ୍ତ୍ରୀ ଭିତରେ ଟିକେ ଟିକେ କଥା କୁ ନେଇ ଝଗଡା ହୋଇ ଯାଏ, ତା ପରେ ଛାଡ଼ପତ୍ର।ତେବେ ସେହି ଭଳି କିଛି ଘଟଣା ଦେଖିବାକୁ ମିଳିଛି,ହେଲେ ଘଟଣା ର ସମାଧାନ ହେବା ପରେ ଯାହା ନିଷ୍ପତି ନିଆ ଯାଇଛି।


ତେବେ ଏହି ଘଟଣାଟି ଉତ୍ତର ପ୍ରଦେଶ ର ମୁଜାଫିର୍ ଅଞ୍ଚଳରେ ଘଟିଛି, ତେବେ ଉତ୍ତର ପ୍ରଦେଶ ର କିଶୋରୀ ଲାଲ ନାମକ ଜଣେ ବ୍ୟକ୍ତି, ୩୦ ବର୍ଷ ପୂର୍ବରୁ ମୁନି ଦେବି ଙ୍କୁ ବିବାହ କରି କରିଥିଲେ। ତେବେ ବିବାହ ର କିଛି ବର୍ଷ ପରେ ତାଙ୍କ ଦୁଇ ଜଣ ଙ୍କ ଭିତରେ ଝଗଡା ହୋଇ ଥିଲା। ତେଣୁ ଦୁଇ ଜଣ ଅଲଗା ହୋଇ ଯାଇଥିଲେ। ମୁନି ଦେବି ଇଣ୍ଡିଆନ ଆର୍ମି ରେ ଜଣେ ଚତୁର୍ଥ ଶ୍ରେଣୀ ର କର୍ମଚାରୀ ଥିଲେ, ସେ ଏବେ ଅବସର ନେଇ ଯାଇଛନ୍ତି।


ଏବେ ସେ ପେନସନ ବାବଦକୁ ମାସିକ ୧୨୦୦୦ ତାଙ୍କ ପାଉଛନ୍ତି। ତେବେ ତାଙ୍କ ସ୍ୱାମୀ କିଶୋରୀ ଲାଲ ମଧ୍ୟ ଗୋଟେ ଛୋଟ ଚା ଦୋକାନ କରି ଚାଲୁଛନ୍ତି, ହେଲେ ସେ ଏତେ କମ ପଇସା ରେ ଚଲି ପାରୁ ନାହାନ୍ତି। ତେଣୁ ସେ ଉତ୍ତର ପ୍ରଦେଶର ରେ ଏକ ଘୋରୋଇ କୋର୍ଟ ରେ ନିଜ ସ୍ତ୍ରୀ ଠୁ ଭରଣ ପାଷାଣ ପାଇଁ କିଛି ପଇସା ପାଇଁ କୋର୍ଟ ରେ ୭ ବର୍ଷ ପୂର୍ବେ ଆବେଦନ କରିଥିଲେ। ତେବେ ଏହି ମାମଲା ର ଶୁଣାଣି ପରେ ତାଙ୍କ ସ୍ତ୍ରୀ ତାଙ୍କୁ ମାସିକ ୨୦୦୦ ଟଙ୍କା ଦେବେ ନିଜର ଭରଣ ପୋଷଣ ପାଇଁ।


ତେବେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଭଲ ପାଇବା,ଭଲ ସମ୍ପର୍କ ରହିବା ନିହାତି ଦରକାର ନହେଲେ କେବେ ବି ଖୁସିରେ ରହି ପାରିବେ ନାହିଁ। ଆଉ ଏମିତି ଘଟଣା ଦ୍ୱାରା ଏ ସମାଜ ଉପରେ ଏକ ଖରାପ ପ୍ରଭାବ ପଡିବ, ତେବେ ଏଭଳି ଘଟଣା କୁ ବନ୍ଦ କରିବା ଦରକାର।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।