ଲୋକଙ୍କୁ ଖାଇବାକୁ ବାଣ୍ଟୁବାଣ୍ଟୁ ପସନ୍ଦ ହେଇଗଲା ଭିକ ମାଗୁଥିବା ଝିଅ , ଆଉ ଶେଷରେ ଦୁଇଜଣ ଵାନ୍ଧିହେଲେ ବିବାହ ବନ୍ଧନରେ ଆଉ ତାପରେ ….

0

ପ୍ରେମ ଏମିତି ଏକ ସମ୍ପର୍କ ଯାହା କେବେ ଆଉ କାହା ସହିତ ହୋଇଯାଏ ତାହା ଜଣା ପଡେ ନାହିଁ। ଏହାକୁ ସମୟେ ର ଦୋଷ ବୋଲି ମଧ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରେମ କେବେ ଧର୍ମ ଏବଂ ରଙ୍ଗ ମଧ୍ୟରେ ସୀମିତ ରହି ନଥାଏ। ଏହା ଅଚାନକ ଏବଂ ହୃଦୟର ଭାବନା ରେ ଗଢି ହୋଇଯାଏ। ତେବେ ସେମିତି ଏକ ଅଦ୍ଭୁତ ପ୍ରେମ ବିଷୟରେ ସୋସିଆଲ ମିଡ଼ିଆ ରେ ଆଜି ଚର୍ଚ୍ଚା ଚାଲିଛି। ଯାହା ପ୍ରେମ ସମ୍ପର୍କ ରୂପେ ଆରମ୍ଭ ହୋଇ ବିବାହ ବନ୍ଧନରେ ପରିଣତି ହୋଇଛି।


ଏହିପରି ଏକ ଘଟଣା ଦେଖିବାକୁ ମିଳିଛି କାନପୁର ସହର ରେ। ଅନିଲ ନାମକ ଯୁବକ ଯିଏକି ପ୍ରତିଦିନ ତାଙ୍କ ସହର ପାଖରେ ଥିବା ଫୁଟ୍ ପାଥ୍ ରେ ଖାଇବାକୁ ପାଉ ନଥିବା ଲୋକ ମାନଙ୍କୁ ଖାଇବା ପାଇଁଁ ଖାଦ୍ୟ ବଣ୍ଟନ କରିଥାନ୍ତି। ଆଉ ଏମିତି ଚାଲିଥିବା ସମୟରେ ତାଙ୍କ ସହିତ ଦେଖା ହୁଏ ଏକ ସୁନ୍ଦରୀ ମହିଳା। ଯିଏକି ପ୍ରତିଦିନ ଆସି ତାଙ୍କ ପାଖରୁ ଖାଦ୍ୟ ସାମଗ୍ରୀ ନେଇ ଯାଆନ୍ତି। ଏହି ମହିଳାଙ୍କ ନାମ ହେଉଛି ନିଲମ୍। ଯାହାର କେହି ନାହାଁନ୍ତି। ସେ ଅସହାୟ ଭାବରେ ସେହି ଫୁଟ୍ ପାଥ ରେ ଶୋଇ ଥାଏ। ଆଉ ଖାଦ୍ୟ ପାଇଁ ପ୍ରତିଦିନ ଭିକ୍ଷା ବୃତ୍ତି କରିଥାଏ। ତେବେ ଏହିପରି ଝିଅ କୁ ପ୍ରେମ କରି ବସନ୍ତି ଅନିଲ୍।


ଅନିଲ ପ୍ରତିଦିନ ସେହି ଖାଦ୍ୟ ସାମଗ୍ରୀ ବଣ୍ଟନ କରିବାକୁ ଯିବା ସମୟରେ ତାଙ୍କର ଦେଖା ହୁଏ ନେଇ ନିରୀହ ମହିଳା ନିଲମ୍ ଙ୍କ ସହିତ। ଅନିଲ ଙ୍କ ହାତରୁ ଆସି ପ୍ରତିଦିନ ଖାଦ୍ୟ ନେଇ ଯାଆନ୍ତି ସେ। ମାତ୍ର ଏମିତି ଚାଲୁ ଚାଲୁ ଅନିଲ ନିଲମ ଙ୍କୁ ନିଜର ହୃଦୟ ଦେଇ ବସିଲେ। ଆଉ ତାଙ୍କ ପ୍ରେମ ରେ ମର୍ମାହତ ହୋଇ ପଡିଲେ। ଆଉ ନିଜେ ତାଙ୍କୁ ତାଙ୍କର ଜୀବନ ସାଥି ବନେଇବା ପାଇଁ ମଧ୍ୟ ପ୍ରପ୍ରୋଜ୍ କରିଦେଲେ। ଆଉ ନିଲମ ମଧ୍ୟ ଖୁସି ଖୁସି ରେ ତାଙ୍କର ଏହି ଅନୁମତି କୁ ସୀକୃତି ଦେଇଦେଲେ।

ତେବେ ସଙ୍ଗେ ସଙ୍ଗେ ଅନିଲ ଏବଂ ନିଲମ ଙ୍କ ବିବାହ ଆୟୋଜିତ ହୋଇଥିଲା। ଏହାକୁ ନେଇ ବେଶ୍ ଦୁଇଜଣ ଖୁସି ଅଛନ୍ତି। ଆଉ ତାଙ୍କର ଏହି ବିବାହ ଫୋଟ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେଉଛି। ଅନେକ ଯୁବ ଗୋଷ୍ଠୀ ତାଙ୍କର ଏପରି କାମ କୁ ପ୍ରଶଂସା କରିଛନ୍ତି। କାରଣ ଅନିଲ ଯେପରି କରିଛନ୍ତି ତାହା ହୁଏତ କେହି କରିପାରିବେ ନାହିଁ। ଅନିଲ ଙ୍କ ପାଇଁ ପ୍ରେମ ହେଉଛି ବଡ଼। ନୁହେଁକି ଜାତି ଧର୍ମ ଏବଂ ସାମାଜିକ ସ୍ତିସ୍ଥି। ଅନିଲ ନିଜେ ଧନୀ ହୋଇଥିଲେ ମଧ୍ୟ ସେ କେବେ ବି ନିଜକୁ ନିଲମ୍ କୁ ଘୃଣା ଦୃଷ୍ଟି ରେ ଦେଖି ନାହାଁନ୍ତି। ତେଣୁ ତାଙ୍କର ଏହି ପ୍ରେମ ସମାଜ ପାଇଁ ଏକ ପ୍ରେରଣା ଅଟନ୍ତି। ତାଙ୍କୁ ଏବେ ସୋସିଆଲ ମିଡ଼ିଆ ରେ ପ୍ରଶଂସା ର ସୁଅ ଛୁଟି ଚାଲିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।