ଦେଖନ୍ତୁ ଭିଡ଼ିଓ । ନିଜ ସ୍ତ୍ରୀ ପଲ୍ଲବୀ ଙ୍କ ସହ ନିଜ ନୂଆ ଘରକୁ ଗଲେ ସୁପରଷ୍ଟାର ଅର୍ଦ୍ଧେନ୍ଦୁ , ମଣ୍ଡପର ଶୁଭ ଉଦଘାଟନ କଲେ ମହାରଥୀ ଙ୍କ ଝିଅ ଜ୍ୱାଇଁ…

0

ଓଲିଉଡ୍ ଇଣ୍ଡଷ୍ଟ୍ରି ବିଷୟ ରେ ତ ଆପଣ ମାନେ ଜାଣିଥିବେ ସମସ୍ତେ, ସବୁ କଥା ଓଲିଉଡ୍ ର ଓଡିଶା ବାସୀ ଙ୍କୁ ପ୍ରାୟ ଜଣା। ତେବେ ଓଲିଉଡ୍ ରେ ଅନେକ ଅଭିନେତା, ଅଭିନେତ୍ରୀ, ହାସ୍ୟ ଅଭିନେତା, ଆହୁରି ଅନେକ ବଡ ବଡ କଳାକାର ମାନେ ଅଛନ୍ତି ଯେଉଁମାନଙ୍କ ର ଅଭିନୟ, ଷ୍ଟାଇଲ୍, ଡ୍ୟାନ୍ସ ଆଦି ବହୁତ ଭଲ ଲାଗିଥାଏ ଏବଂ ଲୋକ ମାନେ ସେମାନଙ୍କ ର ପୁରା ପୁରି ଫ୍ୟାନ୍ ହୋଇ ଯାଇଥାଆନ୍ତି। ତେବେ ଓଲିଉଡ୍ ରେ ଦେଖିବାକୁ ଗଲେ ଅନେକ କଳାକାର ଅଛନ୍ତି ଯେଉଁମାନେ କି ବହୁତ କୋଟିପତି ମଧ୍ୟ।

ତେବେ ଆମ ଓଲିଉଡ୍ ଇଣ୍ଡଷ୍ଟ୍ରି ରେ ଏପରି ଜଣେ କଳାକାର ଅଛନ୍ତି, ଯିଏ କି ବହୁତ କୋଟିପତି। ସିଏ ନିଜେ ନିଜର ଫିଲ୍ମ ପାଇଁ ପଇସା ଦେଇଥାଆନ୍ତି ଏବଂ ନିଜେ ଫିଲ୍ମରେ ହିରୋ ହେଇ ଥାଆନ୍ତି ଏବଂ ନିଜେ ମଧ୍ୟ ଫିଲ୍ମ ତିଆରି କରି ଥାଆନ୍ତି। ତେବେ ଆମର ଏହି କଥାରୁ ଆପଣ ମାନେ ନିଶ୍ଚିତ ଭାବେ ଅନୁମାନ ଲଗେଇ ସାଦିବେଣି ସେହି ସୁପରଷ୍ଟାର ଜଣକ କିଏ। ତେବେ ହଁ ସେହି ସୁପରଷ୍ଟାର ଜଣକ ଆଉ କେହି ନୁହଁନ୍ତି ଓଲିଉଡ୍ ଜବରଦସ୍ତ ହିରୋ ମାନଙ୍କ ଭିତରୁ ଜଣେ ଅର୍ଦ୍ଧେନ୍ଦୁ।

ସିଏ ଆମ ଓଲିଉଡ୍ ର ସବୁଠାରୁ କୋଟିପତି ହିରୋ ବୋଲି କହିଲେ ବି ଅତ୍ୟୁକ୍ତି ହେବ ନାହିଁ। ସେ ଓଲିଉଡ୍ ରେ ଅଳ୍ପ କେତୋଟି ସିନେମା ରେ କାମ କରିଛନ୍ତି ହେଲେ ସେହି ସବୁ ସିନେମା ସୁପରହିଟ୍ ହୋଇଛି। ସେ ତାଙ୍କ ସିନେମା ରେ ଗୀତ ପ୍ରତି ଅଧିକ ଧ୍ୟାନ ଦେଇଥାଆନ୍ତି, ସେ ଗୀତ ଗାଇବା ପାଇଁ ବଲିଉଡ୍ ରୁ ମଧ୍ୟ ସିଙ୍ଗର୍ ମାନଙ୍କୁ ଆଣି ଥାଆନ୍ତି। ଆପଣ ମାନେ ବି ନିଶ୍ଚିତ ଭାବେ ଦେଖିଥିବେ ତାଙ୍କ ଫିଲ୍ମ ର ଷ୍ଟୋରି ଯାହା ହୋଇଥିଲେ ବି ତାଙ୍କ ଗୀତ ଗୁଡିକ ସବୁବେଳେ ସୁପରହିଟ୍ ହୋଇଥାଏ।

ତାଙ୍କ ରିଏଲ୍ ଲାଇଫ୍ ସମ୍ପର୍କରେ ତ ଆପଣ ମାନେ ନିହାତି ଜାଣିଥିବେ। ସେ ଆମ ବିଜେଡି ର ବହୁତ ଟାଣୁଆ ନେତା ପ୍ରଦୀପ ମହାରଥୀ ଙ୍କ ର ଜ୍ୱାଇଁ। ପ୍ରଦୀପ ମହାରଥୀ ପିପିଲି ରୁ ଅନେକ ଥର ବିଧାୟକ ମଧ୍ୟ ଥିଲେ, ଏହା ଛଡା କୃଷି ପଞ୍ଚାୟତିରାଜ ଭଳି ଅନେକ ଭଲ ଭଲ ପଦବୀ ରେ ସେ ମନ୍ତ୍ରୀ ମଧ୍ୟ ଥିଲେ। ତେବେ ଏହି କିଛି ବର୍ଷେ ହେବ ପ୍ରଦୀପ ମହାରଥୀ ଙ୍କ ର ଝିଅ ପଲ୍ଲବୀ ଙ୍କୁ ଅର୍ଦ୍ଧେନ୍ଦୁ ବିବାହ କରିଥିଲେ, ବହୁତ ଧୁମ୍ ଧାମ୍ ରେ ସେମାନଙ୍କ ର ବିବାହ ହୋଇଥିଲା, ସେମାନଙ୍କ ବିବାହ ରେ ଓଡିଶାର ଅନେକ ବଡ ବଡ ନେତା ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କୁ ଦେଖିବାକୁ ମିଳିଥିଲା। ତେବେ ଏହି କିଛି ଦିନ ତଳେ ପ୍ରଦୀପ ମହାରଥୀ ଙ୍କ ର କରୋନା ଦ୍ୱାରା ଦେହାନ୍ତ ହୋଇଥିଲା, ତାଙ୍କ ର ଶେଷକୃତ୍ୟ ବେଳେ ମଧ୍ୟ ଅର୍ଦ୍ଧେନ୍ଦୁ ଙ୍କୁ ଦେଖିବାକୁ ମିଳିଥିଲା। ତେବେ ଏବେ ତାଙ୍କୁ ଏବଂ ତାଙ୍କ ପରିବାର କୁ ନେଇ ଏକ ଭିଡିଓ ଦେଖିବାକୁ ମିଳୁଛି ସୋସିଆଲ ମିଡ଼ିଆ ରେ। ତେବେ ଆସନ୍ତୁ ଜାଣିବା ସେହି ଭିଡିଓ ସମ୍ପର୍କରେ।

ଅର୍ଦ୍ଧେନ୍ଦୁ ଏହି କିଛି ଦିନ ତଳେ ନିଜ ନୂଆ ଘରକୁ ଯାଇଛନ୍ତି, ଏଠାରେ ସେ ନିଜେ ନିଜ ସ୍ତ୍ରୀ ପଲ୍ଲବୀ ଙ୍କ ସହ ସେହି ଘରକୁ ଯାଇଛନ୍ତି। ଏଠାରେ ସେ ପୂଜାର୍ଚ୍ଚନା କରି ସେଠାକୁ ଯାଇଛନ୍ତି। ସେଠାରେ ତାଙ୍କ ସହ ତାଙ୍କ ସ୍ତ୍ରୀ ଏବଂ ତାଙ୍କ ନିଜ ପରିବାର ସହ ପଲ୍ଲବୀ ଙ୍କ ପରିବାର ର ସମସ୍ତ ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ଏହି ସମୟ ରେ ସେମାନେ ସ୍ୱର୍ଗତ ପ୍ରଦୀପ ମହାରଥୀ ଙ୍କୁ ଭୁଲି ଯାଇନଥିଲେ। ସେଠାରେ ସେ ମହାରଥୀ ଙ୍କ ର ଏକ ବଡ ଫଟୋ ଆଣିଥିଲେ ତାଙ୍କୁ ମଧ୍ୟ ସେଥିରେ ସାମିଲ୍ କରିଥିଲେ ଏବଂ ସେହି ଫଟୋ ଟି ସହ ସମସ୍ତେ ଫଟୋ ମଧ୍ୟ ଉଠାଉ ଥିଲେ। ତେବେ ଏହି ସମୟ ରେ ସେଠାରେ ଏକ ଶୋକାକୂଳ ପରିବେଶ ମଧ୍ୟ ଦେଖିବାକୁ ମିଳିଥିଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।