ବିଶ୍ୱାସ ନ ହେଲେ ବି ସତ, ଏହି ଆଇନ ଛାତ୍ରୀ ୪୦୪୨ ଚାଉଳ ଦାନାରେ ଲେଖିଛନ୍ତି ସମ୍ପୂର୍ଣ ଭାଗବତ ||

0

ବେଳେ ବେଳେ ଆମ ଦେଶରେ ଏମିତି ସବୁ ଲୋକଙ୍କୁ ଦେଖୁ ଯେଉଁ ମାନେ ବହୁତ ପ୍ରତିଭାବାନ ହୋଇ ଥାନ୍ତି। ତାଙ୍କର ପ୍ରତିଭା ପାଇଁ ଆମ ଦେଶ ସବୁବେଳେ ଗର୍ବିତ ହୁଏ। ତେବେ ଅନେକ ଲୋକ ଅଛନ୍ତି,ଯେଉଁ ମାନଙ୍କ ପାଖରେ ଅନେକ ସୁନ୍ଦର ସୁନ୍ଦର ପ୍ରତିଭା ରହିଛି ଯାହା ଆମେ କେବେ ଆଗରୁ ଦେଖି ନ ଥିବା ଏବଂ ଏହା ଦେଖିଲା ପରେ ଆମେ ବହୁତ ଆଶ୍ଚର୍ଯ୍ୟ ହେଉ। ତେବେ ଆଉ କିଛି ଲୋକ ଅଛନ୍ତି , ଯେଉଁ ମାନେ ନିଜ ର କଳା କୁ ନିଜର ସୁନ୍ଦର ପ୍ରତିଭାକୁ ପ୍ରକାଶିତ କରିବା ପାଇଁ ଅନେକ ପରିଶ୍ରମ କରିଥାନ୍ତି,ଅନେକ କଷ୍ଟ ମଧ୍ୟ କରି ଥାନ୍ତି।

ତେବେ ଆମ ସମାଜରେ ଆମ ଆଖପାଖରେ ଏମିତି ଜଣେ ଜଣେ ଲୋକଙ୍କୁ ଭେଟି ଥାଉ ସେମାନେ ବହୁତ ପ୍ରତିଭାବାନ୍ ହୋଇ ଥାନ୍ତି। ତେବେ ସବୁ ଲୋକ ପାଖରେ ସମସ୍ତ କଳା ନଥାଏ କାହା ପାଖରେ ନାଚିବାର କଳା ଥାଏ ତ କାହା ପାଖରେ ଗାଇବା , ଚିତ୍ର କରିବା , ଅଭିନୟ କରିବା , ଆଦି ଅନେକ ପ୍ରକାର କଳା ରହି ଥାଏ। ତେବେ ଏମତି ଗୋଟେ ପ୍ରତିଭା ବିଷୟ ରେ ଜାଣିବା , ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ। ତେବେ ଆସନ୍ତୁ ଜାଣିବା ସେହି ପ୍ରତିଭା ବିଷୟ ରେ।


ତେବେ ସେହି ଆଶ୍ଚର୍ଯ୍ୟକର ପ୍ରତିଭା ଟି ହେଉଛି ମାଇକ୍ରୋ ଚିତ୍ର କରିବା କଳା। ତେବେ ଏହି କଳା ର ଅଧିକାରିଣୀ ହୋଇଛନ୍ତି ହାଇଦ୍ରାବାଦ ର ଜଣେ ଆଇନ ଛାତ୍ରୀ ରମା ଗିରି ସ୍ଵାରିକା। ତେବେ ତାଙ୍କର ଏହି ସୁନ୍ଦର ପ୍ରତିଭା ପାଇଁ ଆଜି ସାରା ଦେଶ ଗର୍ବିତ। ତେବେ ସେ ୪୦୪୨ ଟି ଚାଉଳ ଦାନା ରେ ପୁରା ସମ୍ପୁର୍ଣ୍ଣ ଭାଗବତ ଗୀତା ଲେଖିଛନ୍ତି। ତେବେ ଏହି ପ୍ରୋଜେକ୍ଟ ବନାଇବା ପାଇଁ ତାଙ୍କୁ ୧୫୦ ଘଣ୍ଟା ସମୟ ଲାଗିଛି। ତାଙ୍କ କହିବା ଅନୁସାରେ ସେ ହେଉଛନ୍ତି ଦେଶ ର ପ୍ରଥମ ମହିଳା ମାଇକ୍ରୋ ଆର୍ଟିଷ୍ଟ । ତେବେ ସେ ଏହା ସହ ମିଲ୍କ ଆର୍ଟ , ପେପର କର୍ଭିଙ୍ଗ୍ , ରାଶି ଦାନାରେ ଚିତ୍ର ଆଦି ୨୦୦୦ ରୁ ଅଧିକ ଆର୍ଟ ସେ କରି ସାରିଲେନି।

ତେବେ ସେ ଚାଉଳ ରେ ଗଣେଶ ଙ୍କର ଚିତ୍ର ମଧ୍ୟ କରିବା ଆରମ୍ବ କରିଛନ୍ତି। ତେବେ ଏହି କଳା ପାଇଁ ତାଙ୍କୁ ଅନେକ ଜାତୀୟ ସଂସ୍କୃତି କଳା ତରଫ ରୁ ତାଙ୍କୁ ପୁରସ୍କୃତ ମଧ୍ୟ କରା ଯାଇଛି।ତେବେ ସେ ଜଣେ ଆଇନ ଛାତ୍ରୀ ହୋଇ ଥିବାରୁ ଜୀବନରେ ଜଜ୍ ହେବାକୁ ଲକ୍ଷ୍ୟ ରଖିଛନ୍ତି। ତାଙ୍କ କହିବା ଅନୁସାରେ ତାଙ୍କର ଚିତ୍ର ସହ ସଂଗୀତର ମଧ୍ୟ ରୁଚି ରହିଛି। ତେବେ ତାଙ୍କୁ ୨୦୧୯ ରେ ରାଷ୍ଟ୍ରୀୟ ପୁରସ୍କାର ରେ ମଧ୍ୟ ସମ୍ମାନିତ କରାଯାଇଥିଲା ଏବଂ ତା ସହ ତାଙ୍କୁ ମାଇକ୍ରୋ ଆର୍ଟିଷ୍ଟ ଭାବେ ତାଙ୍କୁ ପ୍ରଥମ ମହିଳା ବୋଲି ମଧ୍ୟ ବିବେଚନା କରା ଯାଇଛି।

ତେବେ ତାଙ୍କର ଏଭଳି ପ୍ରତିଭା ପାଇଁ ଆଜି ସାରା ଦେଶ ଗର୍ବିତ ହୋଇଛି।  ଏଭଳି ପ୍ରତିଭା ରହି ଥିବା ଲୋକ୍ ଖୁବ କମ ଦେଖିବାକୁ ମିଳେ,ଯାହା ପରେ ଆମେ ଜାଣିଲା ପରେ ବହୁତ ଆଶ୍ଚର୍ଯ୍ୟ ହେଉ। ତେବେ ଏଭଳି ପ୍ରତିଭାବନ୍ ଲୋକ ଆମ ସମାଜ ପାଇଁ ଏକ ଉଦାହରଣ ହୋଇ ରହି ଯାଇଛନ୍ତି। ତେବେ ତାଙ୍କ ପାଇଁ ଆମ ଦେଶ ଆମ ସମାଜ ସବୁେବେଳ ଗର୍ବିତ ହେବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।