Parenting Tips – ମା” ହେବା ପରେ ଭୁଲ ରେ କେତେ ଦିନ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ ରଖିବା ଅନୁଚିତ ଜାଣନ୍ତୁ ନଚେତ…

0

ଏଇ ଦୁନିଆ ରେ ସବୁ ଠାରୁ ମଧୁର ଶବ୍ଦ ହେଉଛି ମା। ମା ବିନା ଏ ଦୁନିଆ ର କଳନା କରିବା ହିଁ ବୃଥା ଅଟେ। କାହିଁକି ନା ଏ ସୃଷ୍ଟି ର ଆରମ୍ଭ ମା ଠାରୁ ହିଂ ହୋଇ ଥାଏ। ମା ହେଉଛି ସିଏ ଯିଏ କି କଥା କହିପାରୁନଥିବା ନିଜର ଛୋଟ କଅଁଳ ପିଲା ର ମନ କଥା କୁ ବୁଝି ଯାଇ ଥାଏ। ମା ସିଏ ଯିଏ ନିଜର ପିଲା ପାଇଁ ସାରା ଦୁନିଆ ସହ ଲଢ଼ିବାକୁ ପ୍ରସ୍ତୁତ ହୋଇ ଯାଇଥାଏ। ତେଣୁ ଏହି ଦୁନିଆ ରେ ସବୁଠାରୁ ମିଠା ଓ ମଧୁର ସମ୍ପର୍କ ହେଉଛି ମା ଓ ମମତା ର ସମ୍ପର୍କ।


ଜଣେ ନାରୀ ମା ହେବା ପାଇଁ ଅନେକ କଷ୍ଟ ସହି ଥାଏ। 9 ମାସ ପର୍ଯ୍ୟନ୍ତ ସେ ପିଲା କୁ ନିଜର ଗର୍ଭ ରେ ଧରି ଥାଏ। ପିଲା ଟି ଜନ୍ମ ହେବା ପରେ ପ୍ରଥମେ ମା ବକ୍ଷ ରେ ଲାଗି ଥାଏ। ପ୍ରତ୍ୟକ ନାରୀ ମା ହେବା ପାଇଁ ଚାହିଁଥାନ୍ତି। ତେବେ ମା ଦୁନିଆ ର ଏକ ମାତ୍ର ସମ୍ପର୍କ ଯିଏ ନିଜର ପିଲା କୁ ନିସ୍ୱାର୍ଥ ଭଲ ପାଇବା ଦେଇଥାଏ। ବାକି ସବୁ ଏହି ଦୁନିଆ ରେ ସ୍ୱାର୍ଥପର ଅଟନ୍ତି।

ଆମ ଶରୀର ରେ ଟିକିଏ କ୍ଷତ ଆସିଲେ ଆମକୁ ବହୁତ ଯନ୍ତ୍ରଣା ହୋଇ ଥାଏ। କିନ୍ତୁ ଜଣେ ମା ପିଲାକୁ ଜନ୍ମ ଦେବା ସମୟ ରେ ସବୁ କଷ୍ଟ ଯନ୍ତ୍ରଣା କୁ ସହି ଯାଇଥାଏ। ଯାହାକି ମା କୁ ମହାନ କରି ଥାଏ। ତେବେ ଜଣେ ନାରୀ ମା ହେବା ପରେ ତାଙ୍କ ଶରୀର ବହୁତ ଦୁର୍ବଳ ହୋଇ ଯାଇଥାଏ। ଯୋଉଥି ପାଇଁ କି ଡେଲିଭରି ର କିଛି ଦିନ ପର୍ଯ୍ୟନ୍ତ ତାଙ୍କର ଯତ୍ନ ନେବା ଆବଶ୍ୟକ। ତାଙ୍କ ସହ ପୁରୁଷ ମାନେ କିଛି ଦିନ ଯାଏ ଶାରୀରିକ ସମ୍ବନ୍ଧ ନ ରଖିବା ଉଚିତ।


ଯଦି ମହିଳା ଜଣଙ୍କ ର ନର୍ମାଲ ଡେଲିଭରି ହେଇଚି ତେବେ ତାଙ୍କ ଶରୀର ବହୁତ ଦୁର୍ବଳ ହୋଇ ଯାଇଥାଏ। ଏପରି ସମୟ ରେ ସମ୍ପର୍କ ରଖିବା ଆଗରୁ ଆପଣ ନିଶ୍ଚିତ ଭାବରେ ଡାକ୍ତର ଙ୍କ ର ପରାମର୍ଶ ନେବା ଆବଶ୍ୟକ କାହିଁକି ନା ଏହି ସମୟ ରେ ଶାରୀରିକ ସମ୍ପର୍କ ରଖିବା ବହୁତ ଯନ୍ତ୍ରଣା ଦାୟକ ହୋଇ ଥାଏ ଓ ଏହି ସମୟ ରେ ଶାରୀରିକ ସମ୍ପର୍କ ରଖିଲେ ସଂକ୍ରମଣ ହୋଇପାରେ।

ଯଦି ମହିଳା ଜଣଙ୍କ ର ସିଜେରିଆନ ହେଇଛି। ତେବେ ସିଲେଇ ଶୁଖିବା ନିହାତି ଆବଶ୍ୟକ। ତେଣୁ ସିଲେଇ ନ ଶୁଖିବା ଯାଏ ଭୁଲ ର ମଧ୍ୟ ତାଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ। ଏପରି କରିବା ଦ୍ୱାର ସେହି ମା ଜୀବନ ପ୍ରତି ବିପଦ ରହି ଥାଏ। ତେଣୁ ମା ହେବାର 6 ରୁ 7 ସପ୍ତାହ ଅର୍ଥାତ ଅତିକମ ରେ 2 ମାସ ପର୍ଯ୍ୟନ୍ତ କୌଣସି ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।