ପୃଥିବୀରେ ଥିବା ଏଭଳି ଜନ୍ତୁ ଙ୍କ ବିଷୟରେ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ। ଆସନ୍ତୁ ଜାଣିବା ଏଠାରେ ଥିବା ଉଡନ୍ତା ସାପ ବିଷୟରେ..

0

ଭଗବାନଙ୍କର ଏହି ସୃଷ୍ଟି ବହୁତ ବିଚିତ୍ର ଅଟେ। ଭଗବାନ ଙ୍କ ଦ୍ୱାରା ଗଢା ଯାଇଥିବା ପ୍ରତ୍ୟେକ ଜିନିଷ ରେ କିଛି ନା କିଛି ଆର୍ଶ୍ଚଯ୍ୟକର କଥା ନିଶ୍ଚୟ ଥାଏ। ଭଗବାନ ଙ୍କ ର ଏହି ସୃଷ୍ଟି ଯେତିକି ବିଚିତ୍ର ମୟ, ଯେତିକି ଆର୍ଶ୍ଚଯ୍ୟକର ଅଟେ ତା ଠାରୁ ଅଧିକ ସୁନ୍ଦର ଅଟେ ଭଗବାନ ଙ୍କ ଦ୍ୱାରା ଗଢା ଯାଇଥିବା ଏହି ପ୍ରକୃତି। ଭଗବାନ ଏହି ପ୍ରକୃତି ରେ ଅନେକ ଜୀବ ମାନଙ୍କୁ ମଧ୍ୟ ସୃଷ୍ଟି କରିଛନ୍ତି।

ସେହି ସବୁ ଜୀବ ମାନଙ୍କ ମଧ୍ୟ ରେ ମଣିଷ କୁ ଭଗବାନ ସବୁଠାରୁ ଶ୍ରେଷ୍ଠ ଜୀବ ଭାବେ ଗଢିଛନ୍ତି। ଭଗବାନ ଏପରି ଅନେକ ଜୀବ ଗଢିଛନ୍ତି ଯେଉଁ ମାନଙ୍କ ପାଖରେ ଅନେକ ଆର୍ଶ୍ଚଯ୍ୟକର ଜିନିଷ ସବୁ ଦେଖିବାକୁ ମିଳେ। ଆମ ମାନଙ୍କୁ ହୁଏତ ସେହି ସବୁ ଜୀବ ମାନଙ୍କ ବିଷୟ ରେ ଜଣା ବି ନଥିବ। ଆମେ ଆଜି ଆପଣ ମାନଙ୍କୁ ସେହି କିଛି ଜୀବ ମାନଙ୍କ ର କିଛି ଆର୍ଶ୍ଚଯ୍ୟକର କଥା ସମ୍ପର୍କରେ କହିବୁ।


ସେହି ପରି ସବୁ ଆର୍ଶ୍ଚଯ୍ୟକର ଜୀବ ମାନଙ୍କ ମଧ୍ୟରୁ ଏକ ଜୀବ ହେଉଛି ନିନ୍ଜା କଙ୍ଗାରୁ ରେଟ୍। କଙ୍ଗାରୁ ରେଟ୍ ଏକ ଏପରି ରୋଡେଣ୍ଟ ଅଟେ ଯିଏ ସାଇନ୍ଟିଷ୍ଟ୍ ମାନଙ୍କୁ ସବୁବେଳେ ଆର୍ଶ୍ଚଯ୍ୟ କରିଥାଏ। ଏହି ମୂଷା ସାଧାରଣ ମୂଷା ମାନଙ୍କ ପରି ନୁହେଁ। ଏମାନଙ୍କ ର ପଛ ଗୋଡ ସାମ୍ନା ଗୋଡ ଅପେକ୍ଷା ଅପେକ୍ଷାକୃତ ବଡ ହୋଇଥାଏ। ଯାହାଦ୍ୱାରା ଏମାନେ କଙ୍ଗାରୁ ମାନଙ୍କ ପରି ବଡ ବଡ ଡିଆଁ ମାରିପାରିଥାଏ। ଏମାନଙ୍କ ମୁଣ୍ଡ ବି ବଡ ହୋଇଥାଏ ଆଉ ଲାଞ୍ଜ ତ ଶରୀର ଅପେକ୍ଷା ବହୁତ ବଡ ହୋଇଥାଏ।


ଏମାନେ ଜୀବନ ସାରା ପାଣି ନ ପିଇ ମଧ୍ୟ ବଞ୍ଚି ଯାଇପାରିବେ। ଏମାନେ ଡିଆଁ ମାରିଲେ 6 ରୁ 9 ଫୁଟ୍ ଉଚ୍ଚତା ପର୍ଯ୍ୟନ୍ତ ଉପରକୁ ଉଠିଯାଇଥାନ୍ତି। ସେହିପରି ଆଉ ଏକ ବିଚିତ୍ର ଜୀବ ହେଉଛି ପେରାଡାଇନ୍ ଫ୍ଲାଇଙ୍ଗ୍ ସ୍ନେକ୍। ସାପ ମାନେ ବିନା ଗୋଡରେ ଯଦି ଏତେ ଜୋରେ ଯାଇପାରୁଛନ୍ତି ତାହାହେଲେ ଯଦି ସେମାନେ ଉଡିବାକୁ ଲାଗିଯିବେ ତେବେ କଣ ହେବ।

ଦକ୍ଷିଣ ପୂର୍ବ ଏସିଆ ଜଙ୍ଗଲ ମାନଙ୍କ ରେ ଏହି ଫ୍ଲାଇଙ୍ଗ୍ ସ୍ନେକ୍ ସତରେ ଦେଖିବାକୁ ମିଳେ ଏହା କୌଣସି ଫିଲ୍ମର କଳ୍ପନା ନୁହେଁ। ଏହାର ସାଇଣ୍ଟିଫିକ୍ ନେମ୍ ହେଉଛି କ୍ରେସୋପେଲିଆଏହା ମାଲେସିଆ ,ଇଣ୍ଡୋନେସିଆ ଓ ଫିଲିପାଇନ୍ସ ଆଦି ଦେଶ ମାନଙ୍କରେ ଦେଖିବାକୁ ମିଳେ।


ଏହି ସାପ ବାସ୍ତବରେ ଉଡିପାରନ୍ତିନି। ଏହା ଏକ ଗ୍ଲାଇଡର୍ ଅଟେ କିନ୍ତୁ ଦେଖିଲେ ଏହା ଆଖିକୁ ଲାଗିବ ଯେପରି ଏମାନେ ଉଡୁଛନ୍ତି। ଏମାନେ ପବନ ରେ 100 ମିଟର ପର୍ଯ୍ୟନ୍ତ ଉଡି ପାରନ୍ତି। ଏମାନେ ପବନ ରେ ଥିବା ସମୟରେ ନିଜ ମୁଣ୍ଡ କୁ ଜମାବି ହଲି ବାକୁ ଦିଅନ୍ତିନି। ଏହି ସାପ ବିଷାକ୍ତ ହୋଇଥାନ୍ତି କିନ୍ତୁ ଏମାନେ ମଣିଷ ମାନଙ୍କ ର କିଛି କ୍ଷତି କରିନଥାନ୍ତି। ଏମାନେ ବେଶୀ କରି ଝିଟିପିଟି ଏବଂ ଛୋଟ ଜୀବ ମାନଙ୍କୁ ଖାଇଥାନ୍ତି। ଏମାନେ ଅଧିକ ସମୟ ଗଛ ରେ ହିଁ ରହିଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।