ଭାରତ ପାଇଁ ଖୁସି ଖବର – ମାତ୍ର ଗୋଟିଏ ସପ୍ତାହ ରେ ମିଳିବ କରୋନା ଟୀକା ପ୍ରଥମେ କାହାକୁ ମିଳିବ ଓ କେମିତି ପାଇବେ ଜାଣନ୍ତୁ ….

0

୨୦୨୦ ମସିହା ସରିବାକୁ ବସିଲାଣି, ହେଲେ ଲୋକ ମାନଙ୍କ ମନରୁ କି ମୁହଁ ରୁ ଗୋଟିଏ କଥା ଯାଉନାହିଁ, କରୋନା ଭାଇରସ୍ କଥା। ଏହି ବର୍ଷ ର ୨,୩ ମାସ ପରେ କରୋନା ଭାଇରସ୍ ଭାରତକୁ ଆସିଥିଲା। ପ୍ରଥମେ ଏହି ମହାମାରୀ ଚୀନ୍ ରେ ଦେଖା ଦେଇଥିଲା, ଏହା ପରେ ଏହି ମହାମାରୀ ସଂକ୍ରମିତ ହୋଇ ସାରା ବିଶ୍ୱରେ ମାତି ଯାଇଥିଲା। ଏହି ମହାମାରୀ ଯୋଗୁଁ ଅନେକ ଦେଶର ଲୋକ ଅନେକ କଷ୍ଟ ପାଇଲେଣି, ଏହି ମହାମାରୀ ଯୋଗୁଁ ତ ଲୋକ ମାନେ ପୋକ ମାଛି ପରି ମରୁଥିଲେ। ସବୁଠାରୁ ଅଧିକ କ୍ଷତି ହୋଇଥିଲା ଆମେରିକା ରେ, ଏଠାରେ ଡାକ୍ତର,

ଡାକ୍ତରଖାନା ଆଦି ସବୁ ର ଅଭାବ ଥିଲା, ଲୋକ ମାନେ ସଠିକ୍ ଭାବେ ଟ୍ରିଟମେଣ୍ଟ ମଧ୍ୟ ହୋଇ ପାରୁନଥିଲେ ଏବଂ ଗୋଟିଏ ଦିନ ରେ ଏଠାରେ ହଜାର ହଜାର, ଲୋକ ମୃତ୍ୟୁ ବରଣ କରୁଥିଲେ। ଚୀନ୍ ରେ ମଧ୍ୟ ଏହି ପରି ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରଥମେ ଏହି ଦେଶରୁ ମହାମାରୀ ଚାରିଆଡକୁ ମାଡିଥିଲା, ଏହି ଦେଶରେ ମଧ୍ୟ ଲୋକ ମାନେ ବହୁ ମାତ୍ରାରେ ମୃତ୍ୟୁ ବରଣ କରୁଥିଲେ, ହେଲେ ପରେ ଯେତେବେଳେ ଏହି ମହାମାରୀ ଅନ୍ୟ ଦେଶ ମାନଙ୍କୁ ସଂକ୍ରମିତ ହୋଇଥିଲା ଚୀନ୍ ରେ ଏହା ନିୟନ୍ତ୍ରଣ କୁ ଆସିଯାଇଥିଲା। ତେବେ ପ୍ରତ୍ୟେକ ଦେଶରୁ ଅନେକ ଲୋକ ଏହି ମହାମାରୀ ଯୋଗୁଁ ମୃତ୍ୟୁ ବରଣ କରିଲେଣି ଆଉ ଅନେକ ଏବେବି ଏହି ମହାମାରୀ ରେ ପୀଡିତ ହୋଇ ଜୀବନ ସହ ଲଢେଇ କରୁଛନ୍ତି।

ଆମ ଦେଶରେ ଏହି ମହାମାରୀ ର ଦୃଶ୍ୟ ସବୁ ଦେଖିବାକୁ ମିଳିଥିଲା। ଆମ ଦେଶରେ ପ୍ରଥମେ ଯେତେବେଳେ ଏହି ମହାମାରୀ ଦେଖାଦେଇଥିଲା ଆମ ଦେଶର ସରକାର ସାରା ଦେଶରେ ଲକ୍ଡାଉନ୍ କରି ଦେଇଥିଲେ। ଏହା ଦ୍ୱାରା ଲୋକମାନେ ଆଉ ଘରୁ ବାହାରକୁ ବାହାରି ପାରୁ ନଥିଲେ, ଏହା ଦ୍ୱାରା ସଂକ୍ରମଣ ବି କମ୍ ହେଉଥିଲା। ଲଗାତାର୍ ୪,୫ମାସ ଧରି ଆମ ଦେଶରେ ଲକ୍ଡାଉନ୍ ବଳବତ୍ତର ଥିଲା, ଏହା ଦ୍ୱାରା ସରକାର ତଥା ସାଧାରଣ ଜନତା ମାନଙ୍କ ର ଅନେକ ମାତ୍ରାରେ ଅସୁବିଧା ମଧ୍ୟ ହେଉଥିଲା। ଲଗାତାର୍ କିଛି ମାସ ଆମ ଦେଶରେ ଲକ୍ଡାଉନ୍ ଲାଗି ରହିବାରୁ ଆମ ଦେଶର ଅର୍ଥନୀତି ରେ ମଧ୍ୟ ଅନେକ କ୍ଷତି ସହିବାକୁ ପଡିଲା ସରକାର ଙ୍କୁ।

ତେବେ ଏବେ ଆମ ଦେଶରେ ଲକ୍ଡାଉନ୍ ସରକାର ଉଠାଇ ଦେଇ, ଅନଲକ୍ ର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ନିୟମ ରେ ଅନେକ ଜିନିଷ ଉପରୁ କୋହଳ ଉଠାଯାଇଛି। ତେବେ ଏବେ ବି ଆମ ଦେଶରେ ଅନେକ ମାତ୍ରାରେ କରୋନା ପଜିଟିଭ୍ ଦେଖା ଦେଉଛନ୍ତି ଏବଂ ଅନେକ ଲୋକ ଏହା ଦ୍ୱାରା ପୀଡିତ ହୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି। ତେବେ ଏବେ କେବଳ ଆମ ଦେଶ ନୁହେଁ ସାରା ବିଶ୍ୱ କରୋନା ମହାମାରୀ ର ଭ୍ୟାକସିନ୍ କୁ ଅପେକ୍ଷା କରିଛନ୍ତି। ଏହି ମଧ୍ୟରୁ ଆମ ଭାରତ ପାଇଁ ଏକ ଖୁସି ଖବର ଆସିଛି ଭ୍ୟାକସିନ୍ କୁ ନେଇ, ତେବେ ଆସନ୍ତୁ ଜାଣିବା ସେହି ଖୁସି ଖବର ଟି କଣ।

୨୫୦ ଟଙ୍କା ରେ ମିଳିବ କୋଭିଡ୍ ଟୀକା, ଏନେଇ ଖୁବ୍ ଶୀଘ୍ର କେନ୍ଦ୍ର ସରକାରଙ୍କ ସହ ଚୁକ୍ତି କରିବ ସେରମ୍ ଇନଷ୍ଟିଚ୍ୟୁଟ। ଭାରତ ବାସୀ ଙ୍କ ପାଇଁ ଆଶ୍ୱସ୍ତି ଦେଇଛି ଏଇଥି ପାଇଁ କି ମାତ୍ର ୨୫୦ ଟଙ୍କା ରେ ମିଳିବ ଏହି ଟୀକା। ସେରମ୍ ଇନଷ୍ଟିଚ୍ୟୁଟ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦର ପୁନାୱାଲା ପୂର୍ବରୁ କହିଥିଲେ ଭାରତର ବେସରକାରୀ ବଜାର ରେ ଟୀକା ର ଦାମ୍ ୧୦୦୦ ଟଙ୍କା ରହିବ। ଭାରତ ସରକାର ବହୁତ ପରିମାଣ ର ଟୀକା ଦରକାର କରୁଥିବାରୁ ଖୁବ୍ କମ୍ ଦିନରେ ଡିଲ୍ ହେବା ନେଇ ସମ୍ଭାବନା ରହିଛି। ଆହୁରି ମଧ୍ୟ କହିଥିଲେ, ଅନ୍ୟ ଦେଶକୁ ଦେବା ପୂର୍ବରୁ ସେରମ୍ ପ୍ରଥମେ ଭାରତରେ ଟିକା ଜନସାଧାରଣ ଙ୍କ ପାଖକୁ ପହଁଞ୍ଚାଇବ। ସେପଟେ ଜରୁରୀକାଳୀନ ପରିସ୍ଥିତି ପାଇଁ ଅନୁମତି ମାଗିଥିବା ବେଳେ ଖୁବ୍ ଶୀଘ୍ର ଆସିବାକୁ ଯାଉଛି ଖୁସି ଖବର। ୩ ଟି ଟୀକା ମଧ୍ୟରୁ କୌଣସି ଗୋଟିଏ ଟୀକା କୁ ଖୁବ୍ ଶୀଘ୍ର ମିଳିବାକୁ ଯାଉଛି ଅନୁମତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।