ମହିଳାମାନେ ସକାଳୁ ଉଠି ରୋଷେଇ ଘରେ ଦେଖନ୍ତୁ ନାହିଁ ଏହି ସବୁ ଜିନିଷ ନଚେତ ହୋଇଯିବ ଅନର୍ଥ

0

ଆମ ଓଡ଼ିଶାର ସଂସ୍କୃତି ଅନୁସାରେ ଗୋଟିଏ ଘରର ବହୁ ହେଉଛି ସେହି ଘରର ଲକ୍ଷ୍ମୀ ଏବଂ ସେହି ଘରର ସୁଖ ଦୁଃଖ ତଥା ଶାନ୍ତି ଓ ଆସନ୍ତି ସେହି ଘରର ବହୁ ଉପରେ ନିର୍ଭର କରିଥାଏ । ବହୁଟି ଚାହିଁଲେ ଘରଟି ହସି ଉଠିଥାଏ ଏବଂ ସେହି ବହୁ ହିଁ କେବେ କେବେ ଘରର ସର୍ବନାଶ ର କାରଣ ହୋଇଥାଏ । ବିବାହ ପୂର୍ବରୁ ଝିଅ କୁ ଲକ୍ଷ୍ମୀ ବୋଲି କୁହାଯାଏ ଆଉ ବିବାହ ପରେ ଜଣେ ନାରୀ ଙ୍କୁ ଗୃହଲକ୍ଷୀ ବୋଲି ସମ୍ଵଧନ କରାଯାଏ । ଯଦି ଜଣେ ନାରୀ ଆମ ସଂସ୍କୃତି ର ସମସ୍ତ ନୀତି ନିୟମ କୁ ଭଲ ଭାବରେ ମାନି ଥାଏ ତାହାଲେ ସେହି ଘର ଧନ ସମ୍ପତ୍ତି ରେ ପୂର୍ଣ୍ଣ ହୋଇଯାଇଥାଏ ।

ତେବେ ଆମେ ଜାଣିଚୁ କି ଆମ ପ୍ରତିଦିନ କାର୍ଯ୍ୟ ରେ ଆମ ପରିବାର ର ସୁଖ ସମୃଦ୍ଧି ନିର୍ଭର କରିଥାଏ ,ଖାସ କରି ଗୋଟିଏ ପରିବାରର ମହିଳା ମାନଙ୍କ ଉପରେ ଏହା ନିର୍ଭର କରିଥାଏ ।ତେବେ ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣଙ୍କୁ ଜଣେଇବୁ କି ମହିଳା ମାନେ ରୋଷେଇ ଘରେ କେଉଁ କେଉଁ ଜିନିଷ ଦେଖିବା ଅନୁଚିତ ଅଟେ ବା ଦେଖିଲେ ଅଶୁଭ ହୋଇଥାଏ । ଆମର ବାସ୍ତୁ ଶାସ୍ତ୍ର ଅନୁସାରେ ରୋଷେଇ ଘର କେତେକ ନିୟମ ରହିଥାଏ ।ଯେହେତୁ ରୋଷେଇ ଘର ଟି ମହିଳା ଙ୍କ ପାଇଁ ହୋଇଥାଏ ତେଣୁ ଏହାର ପ୍ରଭାବ ମହିଳା ଙ୍କ ଦ୍ବାରା ହିଁ ପଡିଥାଏ ।ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ ଗୁଡ଼ିକ ରୋଷେଇ ଘରେ ମହିଳା ମାନେ ଦେଖିବା ଅଶୁଭ ଅଟେ ।


୧.ମହିଳା ମାନେ ସକାଳୁ ଉଠି ରୋଷେଇ ଘର କୁ ପ୍ରବେଶ କରିବା ସମୟରେ ରାତିରେ ଥିବା ଅଇଁଠା ବାସନ କୁ ଦେଖିବା ଅନୁଚିତ ଅଟେ ।ଏହାକୁ ଦେଖିବା ଦ୍ବାରା ଘରର ବାସ୍ତୁ ଖରାପ ହେବା ସହ ଘର ଉପରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ।

୨.ରୋଷେଇ ଘରେ ଅଇଁଠା ବାସନ ଦେଖିବା ଦ୍ବାରା ଘରେ ଦାରିଦ୍ର୍ୟତା ଦେଖା ଦେଇଥାଏ ।ଏହା ମହିଳା ମାନଙ୍କ ର ମାନସିକ ଚିନ୍ତାଧାରା ଉପରେ ମଧ୍ୟ ଖରାପ ପ୍ରଭାବ ପକାଇବ ର ସମ୍ଭାବନା ରହିଥାଏ ।

୩.ମହିଳା ମାନେ ରୋଷେଇ ଘରକୁ ପ୍ରବେଶ କରିବା ମାତ୍ରେ କେବେ ବି ଧାରୁଆ ଜିନିଷ ତଥା ଛୁରୀ ବା ପନିଖି ଦେଖନ୍ତୁ ନାହିଁ ।ଏହାକୁ ଦେଖିବା ଦ୍ବାରା ମହିଳା ମାନଙ୍କ ମନକୁ ବହୁ ନକରାତ୍ମକ ଚିନ୍ତା ଆସିଥାଏ ।ଫଳରେ ଦୁର୍ଘଟଣା ର ଶିକାର ହୋଇପାରନ୍ତି ପରିବାର ଲୋକ ।ଏହା ସ୍ୱାମୀ ଙ୍କର ଜୀଵନ ପ୍ରତି ବିପଦ ଆଣିଥାଏ ।

୪.ରୋଷେଇ ଘରେ ପ୍ରବେଶ କରିବା ମାତ୍ରେ ମହିଳା ମାନେ ଅଳିଆ ବା ଡ଼ଷ୍ଟବିନ କୁ ଦେଖିବା ଅଶୁଭ ହୋଇଥାଏ ।ଏହା ମହିଳା ମାନଙ୍କ ର ଗର୍ଭ ଜନିତ ସମସ୍ୟା କୁ ନିମନ୍ତ୍ରଣ କରିବା ପରି ହୋଇଥାଏ।

୫.ରୋଷେଇ ଘରେ ତେଲ ଢାଳି ପଡିବା, ରୋଷେଇ ଘରେ ଅଳିଆ ସଫା ନହେବା ,ବାସନ ସବୁ ଏଣେ ତେଣେ ପଡିବା ଦେଖିବା ମହିଳା ମାନଙ୍କ ପାଇଁ ଅଶୁଭ ହୋଇଥାଏ ।ଆଉ ଘରେ ଦାରିଦ୍ର୍ୟତା ଦେଖାଦେଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।