ଦେଖନ୍ତୁ ଭିଡିଓ – ସମାଜ ପାଇଁ ଉଦାହରଣ ସାଜିଲେ -ବାହାଘର ଦିନ ବରକୁ ହେଲା କରୋନା ପିପିଇ କିଟ୍ ପିନ୍ଧି ବାହା ହେଲା ବର

0

ଏହି ବର୍ଷ କରୋନା ମହାମାରୀ ଲୋକ ମାନଙ୍କୁ ଅନେକ କଷ୍ଟ ଦେଇଛି, ହଜାର ହଜାର ଲୋକ ଏହି ମହାମାରୀ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି। ଏହି ମହାମାରୀ ସାରା ବିଶ୍ଵରେ ବହୁ ଦୃତ ଗତି ରେ ନିଜର କାୟା ମେଲେଇବାରେ ବସିଥିଲା, ଏହା ଯୋଗୁଁ ଚୀନ୍ ରେ ଅନେକ ଲୋକ ମୃତ୍ୟୁ ବରଣ କରିଥିଲେ, ଏହା ପରେ ଏହାର କରାଳ ରୂପ ଦେଖିବାକୁ ମିଳିଥିଲା ଆମେରିକାରେ। ଆମେରିକାରେ, ଲୋକ ମାନେ ଏହି ମହାମାରୀ ଯୋଗୁଁ ବହୁତ କଷ୍ଟ ପାଇଛନ୍ତି ଏବଂ ଅନେକ ଲୋକ ଏହା ଯୋଗୁଁ ମୃତ୍ୟୁ ବରଣ ମଧ୍ୟ କରିଛନ୍ତି। କରୋନା ମହାମାରୀ କାହା ଠାରୁ ରୋଜଗାରିଆ ପୁଅ ଝିଅ ମାନଙ୍କୁ ହରାଇ ନେଇଛି ତ, କେତେ ଛୋଟ ଛୋଟ ପିଲା ମାନଙ୍କୁ ଅନାଥ କରି ଦେଇଛି। ଏହି ମହାମାରୀ ଲୋକ ମାନଙ୍କୁ ଠାରୁ ନିଜର ଅନେକ ପ୍ରିୟଜନ ମାନଙ୍କୁ କରୋନା ଛଡାଇ ନେଇଛି। ଏହା ଯୋଗୁଁ କେହି ଲୋକ ଖାଇବାକୁ ପାଇ ନାହାଁନ୍ତି ତ ଆଉ ଅନେକ ଲୋକ ରାସ୍ତା କଡ କୁ ପଳାଇ ଆସିଛନ୍ତି।

ଏହି ମହାମାରୀ କୁ ଆମ ଦେଶରେ ରୋକିବା ପାଇଁ ଆମ ଦେଶର ସରକାର ଅନେକ ଚେଷ୍ଟା କରିଥିଲେ,ଏହା ସହ ଅନେକ ନିୟମ ସବୁ ଲାଗୁ କରିଥିଲେ। ତେବେ ଅଲଗା ଦେଶ ମାନଙ୍କରେ କରୋନା ର ଭୟାବହତା କୁ ଦେଖି, ଯେତେବେଳେ ଆମ ଦେଶରେ ଏହି ମହାମାରୀ ଦେଖାଦେଲା ଆମ ଦେଶର ସରକାର ସେହି ଭୟାବହତା କୁ ରୋକିବା ପାଇଁ ଲକ୍ଡାଉନ୍ କରି ଦେଇଥିଲେ ସାରା ଦେଶରେ। ଏହା ସବୁ କାର୍ଯ୍ୟ ବନ୍ଦ ହୋଇ ଯାଇଥିଲା। ଲୋକ ମାନେ ଏହି ସମୟ ରେ କେବଳ ଜରୁରୀକାଳୀନ ଜିନିଷ ଆଣିବାକୁ ବାହାରକୁ ଯିବା ଛଡା ଆଉ କୌଣସି ସମୟ ରେ ବି ଘରୁ ବାହାରିବାକୁ ବାହାରିବାକୁ ସରକାର ପୁରା ମନା କରି ଦେଇଥିଲେ। ଏହି ଲକ୍ଡଡାଉନ୍ ଯୋଗୁଁ ଲୋକ ମାନେ ଅନେକ ପ୍ରକାର ର ଅସୁବିଧା କୁ ସମ୍ମୁଖୀନ କରିଥିଲେ ସତ ହେଲେ ଏହା ଦ୍ୱାରା ଆମ ଦେଶରେ ଅନେକ ମାତ୍ରାରେ କରୋନା କୁ ରୋକା ଯାଇ ପାରିଥିଲା।

ତେବେ ଏହି ସମୟ ରେ କୌଣସି ବି କାମ କାର୍ଯ୍ୟ କରିବା ପାଇଁ ସରକାର ପୁରା ମନା କରିଦେଇଥିଲେ ଏହି ସମୟ ରେ କୌଣସି ପର୍ବପର୍ବାଣୀ, କୌଣସି ବି ପ୍ରକାର ର ଉତ୍ସବ ଘରେ ପାଳନ କରିବା ପାଇଁ ପୁରା ମନା କରାଯାଇଥିଲା। ଏହି ସମୟ ରେ ସବୁ ବାହାଘର ମଧ୍ୟ ବନ୍ଦ ଥିଲା, ଲକ୍ଡାଉନ୍ ପୂର୍ବରୁ ବାହାଘର ସିଜିନ୍ ଥିବାରୁ ଲୋକ ମାନେ ଅନେକ ବାହାଘର ଠିକ୍ କରି ବାହାଘର ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଥିଲେ। ତେବେ ଲକ୍ଡାଉନ୍ ଯୋଗୁଁ ସବୁ ବାହାଘର କୁ ବନ୍ଦ ରଖିବାକୁ ପଡିଥିଲା। ତେବେ କୁହାଯାଇଥାଏ ସବୁ ଯୋଡି କୁ ଭଗବାନ ଉପରୁ ତିଆରି କରିଥାନ୍ତି, ଆଉ ଦୁନିଆରେ ଏପରି କିଛି ବି ଶକ୍ତି ନାହିଁ ଯିଏ କି ସେହି ଯୋଡିକୁ ଭାଙ୍ଗି ପାରିବ। ତେବେ ଏହି କରୋନା ବା କଣ ଯିଏ କି ଏକ ସେହି ପରି ଯୋଡି କୁ ଭାଙ୍ଗିଦେଇ ଥାଆନ୍ତା। ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି, ଯେଉଁଠାରେ କରୋନା ର କାୟା ଫିକା ପଡି ଯାଇଛି। ତେବେ ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ।

ଏହି ଘଟଣା ଟି ଦେଖିବାକୁ ମିଳିଛି ରାଜସ୍ଥାନ ରାଜ୍ୟର ଅଲବର ଜିଲ୍ଲାରେ। ଅଲବର ଜିଲ୍ଲାର କୁତିନା ଗାଁ ର ରାମେଶ୍ୱର ଦୟାଲ ପ୍ରତାପ ଙ୍କ ଝିଅ ଦିପିକା ଙ୍କ ସହ କମଲ ସିଂହ ପ୍ରତାପ ଙ୍କ ପୁଅ ତହସିଲ ମୁଣ୍ଡାବର ଙ୍କ ବିବାହ ଠିକ୍ ହୋଇଥିଲା, ବାହାଘର ଦିନ ମଧ୍ୟ ସବୁ ଲୋକ ବହୁତ ଖୁସି ଥାଆନ୍ତି। ଏହି ସମୟ ରେ ବର ର କରୋନା ପଜିଟିଭ୍ ରିପୋର୍ଟ ଆସି ପହଞ୍ଚିଥିଲା। ଏହି ସମୟ ରେ ପ୍ରଶାସନ ସମସ୍ତ ଙ୍କୁ ସରକାର ଙ୍କ ର ଗାଆଡଲାଇନ୍ ମାନିବାକୁ କୁହା ଯାଇଥିଲା ।ଏହା ପରେ ବର ସହ ଅନ୍ୟାନ୍ୟ 5 ଜଣଙ୍କୁ ବାହାଘର କୁ ଯିବା ପାଇଁ ଅନୁମତି ମିରିଥିଲା। ଏହା ପରେ ବ୍ରାହ୍ମଣ ଙ୍କ ସହ ଅନ୍ୟାନ୍ୟ ଆଉ କେତେଜଣ ବନ୍ଧୁ ବାନ୍ଧବ ବାହାଘର କୁ ଗଲେ। ଏହାପରେ ସମସ୍ତଙ୍କୁ ପିପିଇ କିଟ୍ ପିନ୍ଧିବା ପାଇଁ କୁହାଯାଇଥିଲା, କନ୍ୟା ମଧ୍ୟ ପିପିଇ କିଟ୍ ପିନ୍ଧିଥିଲା ଏବଂ ସବୁ ଗାଇଡଲାଇନ ମଧ୍ୟରେ ବାହାଘର ହୋଇଥିଲା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।