ମହାପ୍ରଭୁ ଜଗନ୍ନାଥ ଙ୍କ ମାଳିକା କୁ ନେଇ ରୁଷିଆ କରିଲା ଗବେଷଣ। ଦେଖନ୍ତୁ କେଉଁ କଥାକୁ ନେଇ କରିଲା ଗବେଷଣ ଓ କଣ ମିଳିଲା ତାହାର ଉତ୍ତର।

0

ଏହି କାଲି ଯୁଗ ରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳୁଛି ,ଯାହା ଆଗରୁ ବିଭିନ୍ନ ପୋଥି ବା ମାଲିକା ରେ ଲିପିବଧ ଅଛି। ଅନେକ ମହାପୁରୁଷ ମାନେ ଅଗତ୍ ଭବିଷ୍ୟତ କୁ ବିଚାର କରି ଅନେକ ତଥ୍ୟ ଲେଖି ଦେଇଛନ୍ତି,ଯାହା ଏବେ ସବୁ ଗୋଟିଏ ପରେ ଗୋଟିଏ ସତ ହେବାରେ ଲାଗିଛି ଓ ଏହି କଥା ଗୁଡିକ ଆମକୁ ସତର୍କ କରିବା ପାଇଁ ଲେଖିଛନ୍ତି। ତେବେ ଏହି ସବୁ ଘଟଣା ବଳି ଆମ ଜୀବନ ର ଗୋଟିଏ ଗୋଟିଏ ଅଂଶ ଭାବରେ ରହିଛି,ଯାହା ଗୋଟିଏ ପରେ ଗୋଟିଏ ସତ ହେବାରେ ଲାଗିଛି। ଆଉ ମହାପୁରୁଷ ଏହି ଘଟଣା ଗୁଡିକ ର ମଧ୍ୟ ସମାଧାନ ରଖିଛନ୍ତି। ଏହି ସମାଜ ରେ ରହୁ ଥିବା ଲୋକ ଆଧୁନିକତା ପଛରେ ଗୋଡ଼ାଇ ଅନେକ ଅନ୍ୟାୟ ଅତ୍ୟାଚାର ରେ ଲିପ୍ତ୍ ରହୁଛି ଯାହା ମାଲିକା ରେ ମଧ୍ୟ ଆଗରୁ ଲେଖା ହୋଇ ରହିଛି। ତେବେ ତାହା ଏହି ମଣିଷ ମାନଙ୍କ ଅପକର୍ମ ପାଇଁ ସତ ହୋଇ ଯାଉଛି।


ତେବେ କଟକ ଜିଲ୍ଲା ରେ ନେମାଳ ଗ୍ରାମ ରେ ଗୋଟେ ମହାପ୍ରଭୁ ଙ୍କ ପୀଠ ରହିଛି ,ଯାହା ଅନେକ ଶ୍ରଦ୍ଧାଲୁ ଙ୍କ ପୀଠ ବୋଲି ମଧ୍ୟ କୁହା ଯାଏ। ତେବେ ସେଠାରେ ଜଣେ ସେବାୟତ ରହିଛନ୍ତି। ତାଙ୍କ ନାମ ହେଉଛି ଅଜୟ କୁମାର ପୃଷ୍ଟି ।ତେବେ ସେ ମହାପୁରୁଷ ଙ୍କର ଅନେକ ଚମତ୍କାର ଘଟଣା କୁ କହିଛନ୍ତି।ଏକ ଚମତ୍କାର ଘଟଣା ତାଙ୍କ ସହ ମଧ୍ୟ ଘଟି ଥିଲା।ତେବେ ତାଙ୍କର ବଡ଼ ଭାଇ ର ପୁଅ କୁ ଏକ୍ ପ୍ରକାର ରୋଗ ହୋଇ ଥିଲା , ଆଉ ସେହି ରୋଗ କୁ କୌଣସି ଡାକ୍ତର ମଧ୍ୟ ଭଲ କରି ପାରିଲେ ନାହିଁ,କିନ୍ତୁ ସେମାନେ ସେହି ଛୁଆ ଟି କୁ ଆଣି ଏହି ନେମାଳ ପୀଠ ରେ ମହାପ୍ରଭୁ ଙ୍କ ପୀଠ ରେ ଗଡ଼ାଇ ଦେଇ ଥିଲେ । ତେବେ ତା ପରେ ସେହି ଛୁଆ ଟି ଧୀରେ ଧୀରେ ଭଲ ହେବାରେ ଲାଗିଲା।ତେବେ ଅଜୟ ବାବୁ ଗତ ୪/୫ ବର୍ଷ ହେବ ସେହି ପୀଠ ରେ ସେବାୟତ ଅଛନ୍ତି।


ତେବେ ସେ କହିଛନ୍ତି କି ରୁଷିଆ ରେ ଜଣେ ଲୋକ ମାଳିକା ଉପରେ ଗବେଷଣା କରିଛି । ତେବେ ସେ ଶୂନ୍ୟ ସଂହିତା ଉପରେ ରିସର୍ଚ୍ଚ କରିଛି। ତେବେ ଶୂନ୍ୟ ସଂହିତା ହେଉଛି , ମହା ପ୍ରଭୂ ଙ୍କୁ ଯିଏ ଯାହା ମାଗିଛି ସେ ତାର ପୂରଣ କରିଛନ୍ତି। ତେବେ ରୁଷିଆ ରେ ସେହି ଲୋକ ଓଡିଶା ର ଏହି ନେମାଳ ପୀଠ କୁ ମଧ୍ୟ ଆସିଥିଲେ , ଆଉ ତାଙ୍କୁ କାନାଡା ର ଜଣେ ଲୋକ ଏଠାକୁ ନେଇକି ଆସିଥିଲେ।ତେବେ ସେ ତାଙ୍କର ମାଳିକା ଉପରେ ଗବେଷଣା ଜାରି ରଖିଛନ୍ତି ବୋଲି କହିଛନ୍ତି।ତେବେ ସେହି ଅଜୟ ବାବୁ ମହାପୁରୁଷ ଙ୍କର ଅନେକ ବହି ପଢିଛନ୍ତି , ଯେଉଁଥିରେ ଏହି ଆଗକୁ କଳିଯୁଗ ରେ କଣ କଣ ସବୁ ଘଟିବ , ସେ ବିଷୟରେ ମଧ୍ୟ ଲେଖା ହୋଇଛି। ତେବେ ସେହି ନେମାଳ ପୀଠ ରେ ଏକ ବଉଳ ଗଛ ରହିଛି , ଯେଉଁ ଠାରେ ମହାପୁରୁଷ ବସି ଅନେକ ଗ୍ରନ୍ଥ୍ ରଚନା କରୁଥିଲେ। ତେବେ ଏହି ସବୁ ଲୋକ ଲୋଚନ କୁ ଆଣିବା ପାଇଁ ଚେଷ୍ଟା ଜାରି ରହିଛି। ତେବେ ଯୋଜନା ରହିଛି କି ମହାପୁରୁଷ ଙ୍କର ଏକ ସୁନ୍ଦର ମନ୍ଦିର ତିଆରି ହେବ,ତେବେ ସରକାର ମଧ୍ୟ କିଛି ଟଙ୍କା ଦେବେ ମନ୍ଦିର ତିଆରି ପାଇଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।