ପଞ୍ଚାୟତ ଏବଂ ବ୍ଲକ ସ୍ତରୀୟ ନିଯୁକ୍ତି ! ଜାଣନ୍ତୁ କିପରି କରିବେ ଏହାର ଆବେଦନ ଓ ସମ୍ପୂର୍ଣ୍ଣ ତଥ୍ୟ…….

0

ଭାରତ ହେଉଛି ବିଶ୍ଵ ର ସବୁଠାରୁ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ।ଏବଂ ଆମ ସରକାର ଙ୍କର ସମସ୍ତ କାର୍ଯ୍ୟ ବା ଯୋଜନା କୁ ସଫଳ ଭାବରେ ଲୋକ ମାନଙ୍କ ପାଖକୁ ପହଞ୍ଚେଇବା ପାଇଁ ଆମ ଶାସନ ବ୍ୟବସ୍ଥା ରେ କିଛି ଉପାଦାନ ବା ଅଙ୍ଗ ରହିଛି ।ତେବେ ବର୍ତ୍ତମାନ ଦେଖିବାକୁ ଗଲେ ଆମ ଦେଶରେ ବେକାରୀ ତଥା ଶିକ୍ଷିତ ବେକାରୀ ସଂଖ୍ୟା ଧୀରେ ଧୀରେ ବଢିବା ରେ ଲାଗିଛି। ଯାହା ଫଳରେ ଆମ ରାଜ୍ୟ ତଥା ଦେଶରେ ଆର୍ଥିକ ସ୍ଥିତି ଖରାପ ଆଡ଼କୁ ଗତି କରିବା ସହ ଦେଶର ଲୋକ ମାନେ ମଧ୍ୟ ନିଜର ଗୁଜୁରାଣ ମେଣ୍ଟାଇବା କୁ ଖରାପ ରାସ୍ତା ବାଛିନେଇ ସାରିଲେଣି ।


ତେବେ ଉଲେଖଯୋଗ୍ୟ ଯେ, ଆମ ଓଡ଼ିଶା ସରକାର ଏହି ପବିତ୍ର ପ୍ରଥମାଷ୍ଟମୀ ଉପଲକ୍ଷେ ଓଡ଼ିଶାର ଯୁବକ ଓ ଯୁବତୀ ମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଛନ୍ତି। ସରକାର SSB ରେ କେତେକ ପୋଷ୍ଟ ପୂରଣ ନହୋଇ ଫାଙ୍କା ରହିଥିବା ପୋଷ୍ଟ କୁ ଆଉ ଥରେ ଲୋକମାନ ଙ୍କ ପାଖକୁ ଆଣିଛନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ଏହି ପୋଷ୍ଟ ବିଷୟ ରେ ସମସ୍ତ ତଥ୍ୟ ଆପଣ ଙ୍କୁ ଜଣେଇବାକୁ ଯାଉଛୁ ।

୧ . ପ୍ରଥମତ୍ୱ ଓଡିଶା ସରକାର SSB ତରଫରୁ ଏହି ପୋଷ୍ଟ ଟି ବାହାର କରାଯାଇଛି ଯେଉଥିରେ ଉଭୟ ମହିଳା ଓ ପୁରୁଷ ମାନେ ଆବେଦନ କରିପାରିବେ।
୨.ସରକାର ଙ୍କର ସୂଚନା ଅନୁସାରେ ବର୍ତ୍ତମାନ ୧୯ ଟି ସିଟ SSBପକ୍ଷରୁ ପୂରଣ ହୋଇନାହିଁ ।ତେଣୁ ଆପଣ ମାନେ ଏହି ପୋଷ୍ଟ କୁ ପାଇବା ପାଇଁ ଆବେଦନ କରିପାରିବେ ।ଏହା ଏକ ପଞ୍ଚାୟତ ଓ ବ୍ଲକ ସ୍ତର ର ନିଯୁକ୍ତି ଅଟେ ।


୩.ଏହି ୧୯ ଟି ପୋଷ୍ଟ ମଧ୍ୟରେ କେତେକ ସୁପ୍ରିଣ୍ଟଣ୍ଡେଟ (superintendent)ପୋଷ୍ଟ ରହିଛି ,କାଉଁସିଲର ପୋଷ୍ଟ,(counsellor), ପାର ମେଡ଼ିକାଲ ପୋଷ୍ଟ (paramedical),ଆଦି ପୋଷ୍ଟ ରହିଥିବାର ସୂଚନା ଦେଇଛନ୍ତି ଓଡ଼ିଶା ସରକାର ।
୪.ଏହି ପୋଷ୍ଟ ପାଇଁ ବୟସ ୨୧ ରୁ ୪୨ ବର୍ଷ ମଧ୍ୟରେ ଥିବା ଲୋକ ମାନେ ଆବେଦନ କରିପାରିବେ ।ଏହା କେବଳ ସମସ୍ତ ଓଡିଶା ବାସୀ ଙ୍କର ପାଇଁ SSB ତରଫରୁ ନିଯୁକ୍ତି ଅଟେ ।କହିବାକୁ ଗଲେ ଯେଉଁ ବ୍ୟକ୍ତିମାନଙ୍କ ର ବୟସ ୩୧ ମେ ୨୦୨୧ ସୁଦ୍ଧା ୨୧-୪୨ ମଧ୍ୟରେ ରହିଛି ସେହି ମାନେ ହିଁ ଏହାକୁ ଆବେଦନ କରିପାରିବେ ।


୫.ଏହି ପୋଷ୍ଟ ପାଇଁ ଆବେଦନ କରିବାକୁ ହେଲେ ଆପଣ କେବଳ ଅଫଲାଇନ ରେ ମାଧ୍ୟମରେ କରିପାରିବେ ।ଏହି ପୋଷ୍ଟ ପାଇଁ ଆପଣ ଙ୍କୁ କୌଣସି ପରୀକ୍ଷା ଦେବାକୁ ହେବ ନାହିଁ।
୬.ତେବେ ଏହାର ଆବେଦନ କରିବା ଆରମ୍ଭ ହେଉଛି ୯ ଡିସେମ୍ବର ୨୦୨୦ ଏବଂ ଏହାର ଏହାର ଆବେଦନ କରିବାର ଶେଷ ତାରିଖ ହେଉଛି ୩୦ ଡିସେମ୍ବର ୨୦୨୦ ।ତେବେ ଏହି ନିର୍ଦ୍ଧାରିତ ସମୟ ମଧ୍ୟରେ ଆପଣ ଙ୍କୁ ଆବେଦନ କରବାକୁ ହେବ ।
୭.ଏହି ପୋଷ୍ଟ ପାଇଁ ସର୍ବନିମ୍ନ ଶିକ୍ଷା ଯୋଗ୍ୟତା ହେଉଛି ଦଶମ ପାସ ।ଏହି ପୋଷ୍ଟ ଟି ଗ୍ରାମପଞ୍ଚାୟତ ଓ ବ୍ଲକ ସ୍ତରର ଅଟେ ।ଏହି ପୋଷ୍ଟ ପାଇଁ ମାସିକ ଦରମା ରହିଛି ୧୪୦୦୦/- ଟଙ୍କା ଏବଂ ବୟସ ସୀମା ହେଉଛି ୧୮ ରୁ ୪୦ ବର୍ଷ ବୟସ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।