ଦେଖନ୍ତୁ ଭିଡିଓ – ନୂଆ ରୂପରେ ଆଲବମ କୁଇନ ରାଣୀ ପଣ୍ଡା ଏହି ଭଳି ଭାବରେ ପାଳିଲେ ପ୍ରଥମାଷ୍ଟମୀ ଯାହା ଦେଖିଲେ ଆପଣ

0

ଯେତେବେଳେ ବି ଆମେ ନିଜ ନିଜ ଭିତରେ ଜଲିଉଡ଼ ର କଥା କହୁ ସେତେବେଳେ ଆମ ଆଖି ଆଗକୁ ଗୋଟିଏ ଚେହେରା ଆସିଥାଏ ଯିଏକି ସବୁବେଳେ ନିଜର ରୋକଠକ ଗୁଣ ପାଇଁ ବିବାଦ ରେ ରହିଥାନ୍ତି ।ତେବେ ଆମେ ଆପଣ ଙ୍କୁ ଯାତ୍ରା ଜଗତ ର ଆଲବମ କୁଇନ ବା ଓଡ଼ିଶାର ସନୀ ଲିଓନି ରାଣୀ ପଣ୍ଡା ଙ୍କ ବିଷୟରେ କହୁଛୁ ।ରାଣୀ ପଣ୍ଡା ସବୁବେଳେ କିଛି ନା କିଛି ବିବାଦ ରେ ରହିଥାନ୍ତି ।ଆପଣ ମାନେ ରାଣୀ ଙ୍କୁ ସବୁବେଳେ ଦୁଇ ଟି ରୂପରେ ଦେଖିଛନ୍ତି ଗୋଟିଏ ହେଉଛି ତାଙ୍କର ରୋକଠକ ବ୍ୟବହାର ଏବଂ ଅନ୍ୟ ଟି ହେଉଛି ତାଙ୍କର ଆଲବମ ର ରେକର୍ଡ ଡ୍ୟାନ୍ସ ରୂପ ।କିନ୍ତୁ ଆମେ ଆଜି ଆପଣ ଙ୍କୁ ରାଣୀ ଙ୍କର ଅନ୍ୟ ଏକ ରୂପ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ ଆଗରୁ କେବେ ଦେଖିନଥିବେ ।

ଉଲ୍ଲେଖଯୋଗ୍ୟ ଯେ, ଜଲିଉଡ଼ ର ଆଲବମ କୁଇନ ରାଣୀ ପଣ୍ଡା ଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ନିଆଁ ପରି ଭାଇରଲ ହେବରେ ଲାଗୁଛି ।ତେବେ ଏହି ଭିଡ଼ିଓ ରେ ସବୁବେଳେ ହସୁଥିବା ରାଣୀ କାନ୍ଦୁଥିବାର ଜନଯାଇଛି ।ତେବେ ତାଙ୍କର କାନ୍ଦିବା ପଛରେ ଥିବା କାହାଣୀ ଜାଣିଲେ ଆପଣ ମଧ୍ୟ ଭାବବିରଳ ହୋଇଯିବେ। ତେବେ ଆସନ୍ତୁ ଜାଣିବା ଆଲବମ କୁଇନ ରାଣୀ ଙ୍କର ଏକ ଅଲଗା ରୂପ ଯାହା ଆଗରୁ କେବେ ଦେଖି ନଥିବେ।

ସୂଚନା ଅନୁସାରେ ,ଚଳିତ ବର୍ଷ ପ୍ରଥମାଷ୍ଟମୀ ରେ ଜଲିଉଡ଼ ର ଆଇଟମ ଗାର୍ଲ ରାଣୀ ପଣ୍ଡା କିଛି ଅନାଥ ପିଲା ମାନଙ୍କୁ ପଢ଼ୁଆଁ କରିଛନ୍ତି ।ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବରେ ଲାଗିଛି ।ତେବେ ସେହି ଭିଡ଼ିଓ ରେ ଦେଖାଯାଇଛି ଯେ ରାଣୀ ପଣ୍ଡା ଭୁବନେଶ୍ୱର ର ଟିଟିଲି ଠାରେ ଥିବା ଏକ ବସ୍ତି କୁ ଯାଇଥିଲେ ଯେଉଁ ଠାରେ ବହୁତ ଛୋଟ ଛୋଟ ପିଲା ତାଙ୍କର ପରିବାର ସହ ରହୁଥିଲେ ।କିନ୍ତୁ ଏହି କରନା ଭୁତାଣୁ କାରଣ ରୁ ସେମାନେ ପ୍ରଥମାଷ୍ଟମୀ ରେ ନିଜ ପାଇଁ ଏକ ନୂଆ ଡ୍ରେସ କିଣିପାରିନାହାନ୍ତି ।ତେଣୁ ରାଣୀ ଆସି ସେମାନ ଙ୍କୁ ପ୍ରଥମାଷ୍ଟମୀ ରେ ପଢ଼ୁଆଁ କରିବା ସହ ନୂଆ ଡ୍ରେସ ଓ ମିଠା ଦେବାର ଦେଖାଯାଇଥିଲା ।

ତେବେ ରାଣୀ ଙ୍କୁ ସେହି ବସ୍ତି ରେ ଦେଖି ରିପୋର୍ଟର ମାନେ ଏହାର କାରଣ ପଚାରିବାରୁ ସେ ବହୁତ ଭାବବିହୁଳ ହୋଇଯାଇ କାନ୍ଦିପକେଇ ଥିଲେ ।ତେବେ ରାଣୀ କହିଛନ୍ତି ଯେ ,ଯେତେବେଳେ ସେ ଜାଣିବାକୁ ପାଇଲେ କି ଭୁବନେଶ୍ୱର ର ଟିଟିଲି ଥରେ ଏକ ବସ୍ତି ର କିଛି ଅନାଥ ପିଲା ରହୁଛନ୍ତି ଯେଉଁମାନେ ପ୍ରଥମାଷ୍ଟମୀ ପାଇଁ କିଛି କରିପାରୁନାହାନ୍ତି ସେତେବେଳେ ସେ ସେମାନ ଙ୍କ ମୁହଁରେ ଟିକେ ଖୁସି ଦେଖିବା ପାଇଁ ବାହାରି ପଡିଥିଲେ ।ତେବେ ସେ କହିଛନ୍ତି ଯେ “ମୁଁ ଏହି ଛୋଟ ଛୋଟ ପିଲା ମାନଙ୍କ ମୁହଁରେ ଟିକେ ହସ ଦେଇପାରିଥିବାରୁ ନିଜକୁ ବହୁତ ଧନ୍ୟ ମନେ କରୁଛି “।ଏତିକି କହି ସେ କାନ୍ଦି ପକେଇଥିଲେ ।ତେବେ ତାଙ୍କର ଏହି କାର୍ଯ୍ୟ କୁ ନେଇ ସାରା ଜଲିଉଡ଼ ଜଗତରେ ପ୍ରଶଂସା ର ସୁଅ ଛୁଟି ଆସିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।