ଓଡିଶାର ଯୁବ ଗୋଷ୍ଠୀ ପାଇଁ ଆସିଲା ବଡ଼ ନିଯୁକ୍ତି ସରକାର ବାହାର କଲେ ୧୦୦୦ ନିଯୁକ୍ତି ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ….

0

ଭାରତ ହେଉଛି ବିଶ୍ଵ ର ସବୁଠାରୁ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ।ଏବଂ ଆମ ସରକାର ଙ୍କର ସମସ୍ତ କାର୍ଯ୍ୟ ବା ଯୋଜନା କୁ ସଫଳ ଭାବରେ ଲୋକ ମାନଙ୍କ ପାଖକୁ ପହଞ୍ଚେଇବା ପାଇଁ ଆମ ଶାସନ ବ୍ୟବସ୍ଥା ରେ କିଛି ଉପାଦାନ ବା ଅଙ୍ଗ ରହିଛି ।ତେବେ ବର୍ତ୍ତମାନ ଦେଖିବାକୁ ଗଲେ ଆମ ଦେଶରେ ବେକାରୀ ତଥା ଶିକ୍ଷିତ ବେକାରୀ ସଂଖ୍ୟା ଧୀରେ ଧୀରେ ବଢିବା ରେ ଲାଗିଛି। ଯାହା ଫଳରେ ଆମ ରାଜ୍ୟ ତଥା ଦେଶରେ ଆର୍ଥିକ ସ୍ଥିତି ଖରାପ ଆଡ଼କୁ ଗତି କରିବା ସହ ଦେଶର ଲୋକ ମାନେ ମଧ୍ୟ ନିଜର ଗୁଜୁରାଣ ମେଣ୍ଟାଇବା କୁ ଖରାପ ରାସ୍ତା ବାଛିନେଇ ସାରିଲେଣି ।


ତେବେ ଉଲେଖଯୋଗ୍ୟ ଯେ, ଆମ ଓଡ଼ିଶା ସରକାର ଏହି ପବିତ୍ର ପ୍ରଥମାଷ୍ଟମୀ ଉପଲକ୍ଷେ ଓଡ଼ିଶାର ଯୁବକ ଓ ଯୁବତୀ ମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଛନ୍ତି। ସରକାର SSB ରେ କେତେକ ପୋଷ୍ଟ ପୂରଣ ନହୋଇ ଫାଙ୍କା ରହିଥିବା ପୋଷ୍ଟ କୁ ଆଉ ଥରେ ଲୋକମାନ ଙ୍କ ପାଖକୁ ଆଣିଛନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ଏହି ପୋଷ୍ଟ ବିଷୟ ରେ ସମସ୍ତ ତଥ୍ୟ ଆପଣ ଙ୍କୁ ଜଣେଇବାକୁ ଯାଉଛୁ ।

୧ . ପ୍ରଥମତ୍ୱ ଓଡିଶା ସରକାର SSB ତରଫରୁ ଏହି ପୋଷ୍ଟ ଟି ବାହାର କରାଯାଇଛି ଯେଉଥିରେ ଉଭୟ ମହିଳା ଓ ପୁରୁଷ ମାନେ ଆବେଦନ କରିପାରିବେ।
୨.ସରକାର ଙ୍କର ସୂଚନା ଅନୁସାରେ ବର୍ତ୍ତମାନ ୯୭୨ ଟି ସିଟ SSB ପକ୍ଷରୁ ପୂରଣ ହୋଇନାହିଁ ।ତେଣୁ ଆପଣ ମାନେ ଏହି ପୋଷ୍ଟ କୁ ପାଇବା ପାଇଁ ଆବେଦନ କରିପାରିବେ ।

୩.ଏହି ପୋଷ୍ଟ ପାଇଁ ଆବେଦନ କରିବାକୁ ହେଲେ ଆପଣ ଙ୍କର ସର୍ବନିମ୍ନ ଯୋଗ୍ୟତା ମାଷ୍ଟ୍ରର ଡିଗ୍ରୀରେ ଅତିକମ ରେ ୫୫% ମାର୍କ ରହିବା ଆବଶ୍ୟକ ।ଆଉ ଯଦି ଆପଣ ST/SC ସମ୍ପ୍ରଦାୟର ଅଟନ୍ତି ତା ୫୦% ମାର୍କ ଆବଶ୍ୟକ ଅଟେ ।
୪.ଏହି ପୋଷ୍ଟ ପାଇଁ ବୟସ ୨୧ ରୁ ୪୨ ବର୍ଷ ମଧ୍ୟରେ ଥିବା ଲୋକ ମାନେ ଆବେଦନ କରିପାରିବେ ।ଏହା କେବଳ ସମସ୍ତ ଓଡିଶା ବାସୀ ଙ୍କର ପାଇଁ SSB ତରଫରୁ ନିଯୁକ୍ତି ଅଟେ ।କହିବାକୁ ଗଲେ ଯେଉଁ ବ୍ୟକ୍ତିମାନଙ୍କ ର ବୟସ ୩୧ ମେ ୨୦୨୧ ସୁଦ୍ଧା ୨୧-୪୨ ମଧ୍ୟରେ ରହିଛି ସେହି ମାନେ ହିଁ ଏହାକୁ ଆବେଦନ କରିପାରିବେ ।

୫.ଏହି ପୋଷ୍ଟ ପାଇଁ ଆବେଦନ କରିବାକୁ ହେଲେ ଜେନେରାଲ ବା ଓ ବି ସି ଜାତି ପାଇଁ ୫୦୦/- ରହୁଥିବା ବେଳେ ହରିଜନ ଓ ଆଦିବାସୀ ସମ୍ପ୍ରଦାୟର ଲୋକମାନ ଙ୍କ ପାଇଁ ୨୦୦/- ଟଙ୍କା ଆବେଦନ ଫି ରହିଛି ।
୬.ଏହି ପୋଷ୍ଟ ପାଇଁ ଆପଣ ଅନଲାଇନ ରେ ଆବେଦନ କରିବା ପରେ ଆପଣ ଙ୍କୁ ପରୀକ୍ଷା ଦେବାକୁ ପଡିବ ।ତେବେ ଏହି ପୋଷ୍ଟ ରେ ଆପଣଙ୍କ ର କେରୀୟର ମାର୍କ ୨୫ ,ଲିଖିତ ପରୀକ୍ଷା ର ମାର୍କ ୧୫୦ ଏବଂ ଭାଇଭା ୨୫ ମାର୍କ ଅଟେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।