ସାବଧାନ ! ନାବାଳକ, ଗାଡି ଚଳାଇଲେ ଅଭିଭାବକ ଗଣିବେ ଫାଇନ୍ । ହୋଇପାରେ ୩ ବର୍ଷ ଜେଲ୍ , ନିୟମ ମନେପକାଇଦେଲା ରାଜ୍ୟ ପରିବହନ ବିଭାଗ ।

0

ପ୍ରତିବର୍ଷ ଆମ ଦେଶରେ ଲକ୍ଷ ଲକ୍ଷ ଲୋକ ମରୁଛନ୍ତି, ବିଭିନ୍ନ କାରଣରୁ ଲୋକ ମାନେ ମୃତ୍ୟୁ ବରଣ କରୁଛନ୍ତି, ହେଲେ ଆପଣ ମାନେ କଣ ଜାଣିଛନ୍ତି କି, ପ୍ରତିବର୍ଷ ଦେଶରେ ଯେତେ ବି ଲୋକ ମୃତ୍ୟୁ ବରଣ କରନ୍ତି ସେହି ମଧ୍ୟରୁ ପଚାଶ ପ୍ରତିଶତ ଲୋକ ରୋଡ୍ ଆକ୍ସିଡେଣ୍ଟ ରେ ମୃତ୍ୟୁ ବରଣ କରିଥାନ୍ତି। ଲୋକ ମାନଙ୍କ ର ବେ ପରୱା ଗାଡି ଚଳାଚଳ ଯୋଗୁଁ ବର୍ଷ ରେ ଦେଖିବାକୁ ଗଲେ ଲକ୍ଷ ଲକ୍ଷ ଲୋକ ମରିଥାନ୍ତି, ଅନେକ ପିଲା ଅନାଥ ହୋଇଥାନ୍ତି ଏବଂ ଅନେକ ଲୋକ ଙ୍କ ଘର ର ଚୁଲି ଲିଭିଯାଇଥାଏ। ଏହି ଆକ୍ସିଡେଣ୍ଟ ଯୋଗୁଁ ସରକାର ଅନେକ ନିୟମ ଲାଗୁ କରୁଛନ୍ତି ଲୋକ ମାନଙ୍କ ର ଜୀବନ ବଞ୍ଚେଇବା ପାଇଁ,ହେଲେ ସେହି ସବୁ ନିୟମ କୁ ଅନେକ ଲୋକ ମାନି ଥାଆନ୍ତି ଆଉ ଅନେକ ଲୋକ ମାନି ନଥାନ୍ତି।

ତେବେ ଏହି ନିୟମ ନ ମାନିବା ଯୋଗୁଁ ସେମାନେ ନିଜ ଜୀବନ କୁ ତ ବିପଦ ରେ ପକାଇ ଥାଆନ୍ତି ଆଉ ଅନେକ ନୀରିହ ଲୋକ ମାନଙ୍କ ର ଜୀବନ ମଧ୍ୟ ବିପଦ ରେ ପକାଉଛନ୍ତି। ତେବେ ଆଜି କାଲି ର ଯୁବପିଢି ମାନେ ଯେପରି ଭାବେ ବେପରୱା ଭାବରେ ରୋଡ୍ ରେ ଗାଡି ଚଲାଉଛନ୍ତି, ଲୋକ ମାନଙ୍କୁ ଡର ଲାଗୁଛି ରାସ୍ତା ରେ ଚାଲିବା ପାଇଁ।  ତେବେ ଆମେ ମାନେ ଦେଖିଥିବା ରାସ୍ତା ରେ ଏତେ ଛୋଟ ଛୋଟ ପିଲା ମାନେ ଆମ ଆଖି ଆଗରେ ଏତେ ଜୋରରେ ଗାଡି ଚଲାଇ ନିଅନ୍ତି କି ଆମ ପାଟି ରୁ ବି ବାହାରେ, “ ଆରେ ଏତେ ଛୋଟ ପିଲା ଟା ହେଇ ଏତେ ଜୋରେ କଣ ଗାଡି ଚଲଉଛି?ତା ବାପା ମାଆ କିଛି କରୁନାହାଁନ୍ତି ନା? ”ପରବର୍ତ୍ତୀ ସମୟ ରେ ତାଙ୍କ ବାପା ମାଆ ମାନେ ହିଁ ତାଙ୍କ ପିଲା ମାନଙ୍କ ପାଇଁ ଅସୁବିଧା ରେ ପଡିଥାଆନ୍ତି।

ଏବେ ସେହି ସମ୍ବନ୍ଧରେ ଏକ ବଡ ଖବର ଆସି ପହଞ୍ଚିଛି ଯାହା କି ଆପଣ ମାନଙ୍କୁ ନିହାତି ଭାବେ ଜାଣି ରଖିବା ଆବଶ୍ୟକ ଅଟେ। ଏହି ନିୟମ ଟି ଆପଣ ମାନଙ୍କ ର ପିଲା ପାଇଁ ବହୁତ ଜରୁରୀ ଅଟେ। ଯଦି ଆପଣ ଙ୍କ ପିଲା ନାବାଳକ ଏବଂ ଆପଣଙ୍କ ପିଲା ଏପରିକି କାମ କରୁଛନ୍ତି ତେବେ ଆପଣଙ୍କ ର ଏହି ନିୟମ କୁ ଜାଣି ରଖିବା ଅତ୍ୟନ୍ତ ଆବଶ୍ୟକ ଅଟେ। ଆଜି କାଲି ର ପିଲା ମାନେ ତ ଏପରି ଅନେକ କାମ ସବୁ କରୁଛନ୍ତି ଯେଉଁଥି ପାଇଁ ସେମାନଙ୍କୁ ଅନେକ ସମୟ ରେ ପ୍ରଶଂସା ମିଳେ ଆଉ କିଛି କାର୍ଯ୍ୟ ପାଇଁ ତାଙ୍କ ସହ ତାଙ୍କ ବାପା ମାଆ ମାନଙ୍କୁ ମଧ୍ୟ ନିନ୍ଦା ମିଳିଥାଏ। ଆଜି କାଲି ର ପିଲା ମାନେ ତ ଏପରି ହୋଇଗଲେଣି କି ସେମାନେ ଆଉ କାହାରା କଥା ଏପରିକି ସେମାନଙ୍କ ବାପା ମାଆ ମାନଙ୍କ କଥା ମଧ୍ୟ ଶୁଣୁ ନାହାଁନ୍ତି, ସେମାନଙ୍କ ଯାହା ଇଚ୍ଛା ତାହା କରୁଛନ୍ତି। ତେବେ ସେହି ମାନଙ୍କ ପାଇଁ ଏକ ନୂଆ ନିୟମ
ଲାଗୁ କରିବାକୁ ଯାଉଛନ୍ତି ସରକାର ଯାହାକୁ ସବୁ ନାବାଳକ ମାନେ ମାନିବା ପାଇଁ ବାଧ୍ୟ ଅଟନ୍ତି।


ନାବାଳକ ଗାଡି ଚଳାଉଥିବା ଧରା ପଡିଲେ ଅଭିଭାବକ ଫାଇନ୍ ଦେବେ, ବିନା ଲାଇସେନ୍ସ ରେ ଗାଡି ଚଳାଇବା ନିଷେଧ। ଅଭିଭାବକ କିମ୍ବା ଗାଡି ମାଲିକଙ୍କୁ ଏଥିପାଇଁ 25 ହଜାର ଟଙ୍କା ର ଫାଇନ୍ ଦେବାକୁ ପଡିବ,ଜରିମାନା ସହ 3 ବର୍ଷ ଜେଲ୍ ମଧ୍ୟ ଯିବାକୁ ପଡିବ,ଗାଡିର ରେଜିଷ୍ଟ୍ରେସନ 12 ମାସ ଅର୍ଥାତ୍ ଏକ ବର୍ଷ ପାଇଁ ବାତିଲ୍ ହେବ। ସବୁଠାରୁ ବଡ କଥା ଏହା କି ସେହି ନାବାଳକ ମାନଙ୍କୁ 25 ବର୍ଷ ନ ହେବା ପର୍ଯ୍ୟନ୍ତ ସେମାନଙ୍କୁ ଲାଇସେନ୍ସ ପ୍ରଦାନ କରାଯିବ ନାହିଁ। ତେବେ ଆପଣ ମାନେ ଏଥିପ୍ରତି ସାବଧାନ ହୋଇ ଯାଆନ୍ତୁ ଯଦି ଆପଣ ମାନଙ୍କ ପାଖରେ ଲାଇସେନ୍ସ ନାହିଁ, ତେବେ ଆପଣ ମାନେ ଗାଡି ଚଲାନ୍ତୁ ନାହିଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।