ଏହି ଗୋଟିଏ ଫୁଲ (ନାଗଚମ୍ପା) ଘରକୁ ଆଣିଥାଏ ସୁଖ ଶାନ୍ତି ଘରେ ରଖିଲେ ହୋଇଥାଏ ଧନର ବର୍ଷା

0

ଆପଣଙ୍କ ଘରେ ଅଶାନ୍ତି ଲାଗି ରହିଛି କି? ଯଦି ହଁ ତେବେ ଆପଣଙ୍କ ପାଇଁ ଆମେ କିଛି ଉପାୟ ଆଜି କହିବୁ। ଯାହା ଆପଣଙ୍କ ପରିବାର ପାଇଁ ସୁଖ ଶାନ୍ତି ନେଇ ଆସିବ। କାରଣ ଘର ଉପରେ ଅନେକ କୁଦୃଷ୍ଟି ପଡେ। ଅନେକ ଅଶୁଭ ଶକ୍ତିର ନଜର ମଧ୍ୟ ଘର ଉପରେ ପଡେ। ଯାହା ପାଇଁ ଘର ମଧ୍ୟରେ ସଦସ୍ୟ ମାନଙ୍କ ମଧ୍ୟରେ କଳି ଝଗଡ଼ା ହୁଏ। ତାହା ସହିତ ସଦସ୍ୟ ମାନଙ୍କ ର ଦେହ ଅସୁସ୍ଥ ମଧ୍ୟ ରହିଥାଏ। ତେଣୁ ଏଗୁଡିକ ସାଧାରଣ ଭାବେ ଗ୍ରହଣ କରିବା ଠିକ ନୁହେଁ। ଏଗୁଡିକ ଖରାପ ଦୃଷ୍ଟିର ପ୍ରଭାବ ରେ ହୁଏ। ତେଣୁ ଆସନ୍ତୁ ଏହି ସବୁ ସମସ୍ୟା ରୁ ମୁକୁଳିବା ର ଉପାୟ ହେଉଛି ଅତି ସହଜ।

ମହାଦେବ ଶିବ ହେଉଛନ୍ତି ସର୍ଵ ଶକ୍ତିର ଅଧିକାର। ତାଙ୍କ ଶକ୍ତି ର ଆଗରେ ଅଶୁଭ ଶକ୍ତି ମଧ୍ୟ ହାର ମାନନ୍ତି। ତେଣୁ ମହାଦେବ ଯଦି ଆପଣଙ୍କ ଉପରେ ପ୍ରସନ୍ନ ହୋଇ ରହିବେ।ତେବେ ଆପଣଙ୍କ ପରିବାର ଏବଂ ଆପଣଙ୍କ ଘର ଉପରେ କାହାରି ଅଶୁଭ ଶକ୍ତିର ନଜର ପଡିବ ନାହିଁ। ତେଣୁ ମହାଦେବ ଶିବ ଙ୍କୁ ଖୁସି କରିବାର କାରଣ ହେଉଛି ଗୋଟିଏ ସହଜ ଉପାୟ। ଆପଣ ମହାଦେବ ଙ୍କୁ ସୋମବାର ଦିନ ଯଦି ଏହି ଫୁଲ ଆଣି ଦିଅନ୍ତି ତେବେ ସେ ନିଶ୍ଚୟ ଆପଣଙ୍କ ଉପରେ ପ୍ରସନ୍ନ ହେବେ।


ଏହି ଫୁଲ ହେଉଛି ନାଗ ଚମ୍ପା। ଯାହା ବର୍ଷର ସବୁ ଋତୁ ରେ ଦେଖିବାକୁ ମିଳି ନଥାଏ। ଏହା କେବଳ ଶୀତ ଋତୁ ରେ ଫୁଟି ଥାଏ। ଏହା ଦେଖିବାକୁ ଠିକ ନାଗ ରୁପୀ। କାରଣ ନାଗ ସାପ ର ଯେମିତି ଫୋଣା ଟେକି ରହିଥାଏ ଠିକ ସେହି ପରି ଏହି ନାଗ ଚମ୍ପା ଫୁଲ ର ମଧ୍ୟ ରହିଥାଏ। ତେଣୁ ଶିବଙ୍କର ଏହା ହେଉଛି ଅତି ପ୍ରିୟ ଫୁଲ ତେବେ କେଉଁ ଉପାୟ ରେ ଦେଲେ ଶିବ ପ୍ରସନ୍ନ ହେବେ ଆସନ୍ତୁ ଜାଣିବା।

ପ୍ରଥମ ଉପାୟ ହେଉଛ ଆପଣ ସୋମବାର ଦିନ ପ୍ରାତଃ ସମୟରୁ ଉଠି କେହି ଆପଣଙ୍କୁ ଦେଖିବା ଆଗରୁ ଆପଣ ଏହି ଫୁଲ ଆଣି ଆପଣଙ୍କ ଘର ର ମୁଖ୍ୟ ଦ୍ୱାର ଆଗରେ ଟାଙ୍ଗି ଦେବେ। ଯାହା ଦ୍ୱାରା ଆପଣଙ୍କ ଘର ଉପରୁ ସବୁ ପ୍ରେତ, ଭୁତ ଏବଂ ଖରାପ ନଜର କଟିଯିବ।

ଦ୍ୱିତୀୟ ଉପାୟ ଟି ହେଲା ଯଦି ଆପଣ ଧନ ପ୍ରାପ୍ତି ପାଇଁ ଆଗ୍ରହୀ। ତେବେ ଏହି ଫୁଲ କୁ ସୋମବାର ଏବଂ ଶନିବାର ରାତିରେ ତୋଳି ଘରକୁ ନେଇ ଆସନ୍ତୁ ଏବଂ ତା ପରଦିନ ଏହାକୁ ନେଇ କୌଣସି ଜଳାଶୟ ରେ ଭସାଇ ଦିଅନ୍ତୁ।

ତୃତୀୟ ରେ ଆପଣ ଯଦି ଚାକିରୀ ପାଇଁ ଚିନ୍ତିତ ଅଛନ୍ତି। ତେବେ ଏହି ଫୁଲ କୁ ଏଗାର ଦିନ ପର୍ଯ୍ୟନ୍ତ ମା ଦୁର୍ଗା କିମ୍ବା ମା ଲକ୍ଷ୍ମୀ ଙ୍କୁ ଅର୍ପଣ କରନ୍ତୁ ଦେଖିବେ ଆପଣଙ୍କ ଚାକିରୀରେ ନିହାତି ଉନ୍ନତି ଘଟିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।