ହେ ଭଗବାନ ! ଆରପାରି କୁ ଚାଲିଗଲେ ତ୍ରାହିଅଚ୍ୟୁତ ସୁର ବାବା ! ଆପଣ ଙ୍କ ମତାମତ କଣ ଜଣାନ୍ତୁ…..

0

ଆମ ରାଜ୍ୟ ତଥା ଆମ ଦେଶରେ ଲୋକ ମାନେ ଭଗବାନ ଙ୍କୁ ବହୁ ମାତ୍ରାରେ ବିଶ୍ୱାସ କରନ୍ତି, ହେଲେ ସମାଜ ରେ ବାହାରୁ ଥିବା ଏହି ଖଣ୍ଡ ବାବା ମାନଙ୍କୁ ବି ଟିକେ ବେଶୀ ମାତ୍ରା ରେ ବିଶ୍ୱାସ ଏବଂ ଭକ୍ତି କରି ଦେଉଛନ୍ତି, ଯାହା ଦ୍ୱାରା କି ସେହି ବାବା ମାନେ ତାଙ୍କ ବିଶ୍ୱାସ ଭାଙ୍ଗି ତାଙ୍କ ବହୁତ ମିଛ ଆଶ୍ୱାସନା ଦେଇ ସେମାନଙ୍କ ଠାରୁ ଅନେକ ଟଙ୍କା ସବୁ ଲୁଟି ନେଉଛନ୍ତି। ଏହି କିଛି ବର୍ଷ ହେବ ଆମ ସାରା ଦେଶରେ ବହୁତ ଭଣ୍ଡ ବାବା ମାନଙ୍କ ରାଜୁତି ଚାଲୁଥିଲା, ସେମାନେ ଲୋକ ମାନଙ୍କ ର ଆଶା ଏବଂ ଭରସା ସହ ଖେଳି ଲୋକ ମାନଙ୍କ ଠାରୁ ବହୁତ ମୋଟା ଅଙ୍କର ରାଶି ସବୁ ହଡପ୍ କରି ନେଉଥିଲେ।

ଏହି କିଛି ଦିନ ତଳେ ଆମ ଦେଶ ଏବଂ ଆମ ରାଜ୍ୟ ରୁ ଅନେକ ବାବା ମାନଙ୍କ ମୁହଁ ରୁ ମୁଖା ଖୋଲିଥିଲା। ରାଜ୍ୟରେ ଆମର ବହୁତ ଫେମସ୍ ସବୁ ବାବା ସାରଥୀ ବାବା, ସୁର ବାବା ଆଦି ମାନଙ୍କ ମୁହଁ ରୁ ସବୁ ମୁଖା ସବୁ ଖୋଲିଛି। ତେବେ ବହୁ ଚର୍ଚ୍ଚିତ ସୁର ବାବା ଙ୍କ ର ଏବେ ଏହି କିଛି ଦିନ ତଳେ ମୃତ୍ୟୁ ହୋଇଛି। ତେବେ ଜାଣନ୍ତୁ ଆସିବା କିପରି ତାଙ୍କ ର ମୃତ୍ୟୁ ହୋଇଛି ଏବଂ ସେ କେଉଁ ରୋଗରେ ପୀଡିତ ଥିଲେ।

2015 ମସିହା ରେ ଆଶ୍ରମ କେଳେଙ୍କାରୀ ଘଟଣା ରେ ସୁରେନ୍ଦ୍ର ନାଥ ମିଶ୍ର ଓରଫ୍ ସୁର ବାବା ଗିରଫ ହୋଇଥିଲେ। ତାଙ୍କ ର କିଛି ଦିନ ପୂର୍ବରୁ ବହୁ ଚର୍ଚ୍ଚିତ ସାରଥୀ ବାବା ବି ଗିରଫ ହୋଇ ଚୌଦ୍ଵାର ଜେଲ୍ ରେ ଥିଲେ, ଏହା ପରେ ଏହି ସୁର ବାବା ଗିରଫ ହୋଇଥିଲେ ଏବଂ ଏହି କଥା ସେହି ସମୟ ରେ ଏକ ବହୁତ ବଡ ଚର୍ଚ୍ଚା ର ବିଷୟ ପାଲଟିଥିଲା। ତେବେ ଆଶ୍ରମ ନା ରେ ଜମି ହଡପ୍, ସମ୍ପତ୍ତି ଦଖଲ, ମହିଳା ମାନଙ୍କୁ ନିର୍ଯ୍ୟାତନା ଦେବା ଏବଂ ବେଆଇନ୍ ଅସ୍ତ୍ର ଶସ୍ତ୍ର ରଖିବା ଭଳି ଅନେକ ଅଭିଯୋଗ ଆସିଥିଲା,ଏହି ଘଟଣା ରେ ସୁର ବାବା ତ ଗିରଫ ହୋଇଥିଲେ ହୋଇଥିଲେ ଏବଂ ତା ସହ ତାଙ୍କର ର ଦୁଇ ପୁଅ ତ୍ରିଲୋଚନ ମିଶ୍ର ଏବଂ ବିରଞ୍ଚି ମିଶ୍ର ମଧ୍ୟ ଗିରଫ ହୋଇଥିଲେ। ସୁର ବାବା ଙ୍କ ପୋଥି ପାଇଁ ବି ତ୍ରାହି ଅଚ୍ୟୁତ ଆଶ୍ରମ ବି ବହୁ ଚର୍ଚ୍ଚା ରେ ଥିଲା।


ତେବେ ସେହି ବହୁ ଚର୍ଚ୍ଚିତ ସୁର ବାବା ଆଉ ଏହି ଦୁନିଆରେ ନାହାଁନ୍ତି,ସବୁଦିନ ପାଇଁ ସେ ନିଜର ଆଖି ବୁଜିଦେଇ ଆର ପାରିକୁ ଚାଲି ଯାଇଛନ୍ତି। ଭୁବନେଶ୍ବର ଉପକଣ୍ଠ ଛିଣ୍ଟି ଶାସନ ତ୍ରାହି ଅଚ୍ୟୁତ ଆଶ୍ରମ ର ପ୍ରତିଷ୍ଠାତା ସୁରେନ୍ଦ୍ର ନାଥ ମିଶ୍ର ଓରଫ୍ ସୁର ବାବା ଙ୍କ ର ପରଲୋକ ହୋଇଯାଇଛି। ସେ ଅସୁସ୍ଥତା ପାଇଁ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ,ଆଉ ସେହି ଚିକିତ୍ସାଧିନ ଅବସ୍ଥାରେ ହିଁ ତାଙ୍କର ପରଲୋକ ହୋଇ ଯାଇଛି। ତେବେ ସୁରବାବା ଙ୍କୁ ତାଙ୍କ ଆଶ୍ରମ ରେ ସମାଧି ଦିଆଯିବ ବୋଲି ଶୁଣିବାକୁ ମିଳୁଛି।  ସୁର ବାବା ଙ୍କ ର ଶେଷ ଦର୍ଶନ ପାଇଁ ତାଙ୍କ ର ଶହ ଶହ ଅନୁଗାମୀ ଏବଂ ତାଙ୍କ ର ଅନେକ ସହଯୋଗୀ ଆଶ୍ରମ ରେ ଅପେକ୍ଷା କରିଥିଲେ। ତାଙ୍କ ର ପାର୍ଥିବ ଶରୀର କୁ ତାଙ୍କ ବାହଭବନରେ ରଖା ଯାଇଥିଲା। ତେବେ ସୁର ବାବା ଯେଉଁ ପିଣ୍ଡ କୁ ନିଜେ ନିର୍ମାଣ କରିଥିଲେ ସେହି ଠାରେ ହିଁ ତାଙ୍କୁ ସମାଧି ଦିଆଯିବ ବୋଲି ସୂଚନା ମିଳୁଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।