ଭାରତ ରେ ରହିଛି ରହସ୍ୟମୟ ଜୀବନ୍ତ ମନ୍ଦିର ଏହାର ରହସ୍ୟ ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ…..

0

ଏହି ଦୁନିଆରେ ଏମିତି କିଛି ରହସ୍ୟମୟ ସ୍ଥାନ ଅଛି ଯାହା ବିଷୟରେ ଆମେ ସବୁବେଳେ ଜାଣିବାକୁ ଇଚ୍ଛା ପ୍ରକାଶ କରିଥାଉ ।ତେବେ ଏହି ରହସ୍ୟମୟ ସ୍ଥାନ ମାନଙ୍କ ମଧ୍ୟରେ ରହିଛି କେତକ ମନ୍ଦିର ଏବଂ ସେହି ମନ୍ଦିର ଗୁଡିକ ନିଜର କିମ୍ବଦନ୍ତୀ ତଥା ପୌରାଣିକ ଗାଥା ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ ହୋଇଥାନ୍ତି । ଭାରତରେ ହଜାର ହଜାର ମନ୍ଦିର ରହିଛି ଏବଂ ପ୍ରତ୍ୟେକ ମନ୍ଦିରର ନିଜସ୍ୱ ଓ ସ୍ୱତନ୍ତ୍ର ମାନ୍ୟତା ପାଇଁ ପ୍ରସିଦ୍ଧ ଅଟେ । ଭାରତରେ କିଛି ଏମିତି ବି ରହସ୍ୟମୟ ଓ ବିଚିତ୍ର ମନ୍ଦିର ରହିଛି ଏବଂ ଏହାର ରହସ୍ୟ ସବୁ ଜଣିଲେ ଆପଣ ମଧ୍ୟ ସେହି ମନ୍ଦିର କୁ ଦର୍ଶନ କରିବାକୁ ଇଛା ପ୍ରକାଶ କରିବେ ନିଶ୍ଚିତ ।


ତେବେ ବର୍ତ୍ତମାନ ର ଏହି ଟେକ୍ନୋଲୋଜି ର ଦୁନିଆଁ ରେ ଆପଣ ମାନେ ନିଶ୍ଚିତ ଦେଖୁଥିବେ ଯେ କିପରି ଭାବରେ ଆମର ବିଜ୍ଞାନ ଓ ଟେକ୍ନୋଲୋଜି ଆଗକୁ ଆଗେଇବା ରେ ଚାଲିଛି ।କିନ୍ତୁ ଆମ ଭାରତରେ କିଛି ଏମିତି ରହସ୍ୟମୟ ତଥା ଚମତ୍କାରୀ ମନ୍ଦିର ରହିଛି ଯାହାର ରହସ୍ୟ ଆଗରେ ହାର ମାନି ନେଇଛି ବିଜ୍ଞାନ ।ତେବେ ଆମେ ଆଜି ଆପଣ ମାନଙ୍କୁ ଏମିତି ଏକ ମନ୍ଦିର ବିଷୟ ରେ କହିବାକୁ ଯାଉଛୁ ଯାହା ଅତ୍ୟନ୍ତ ନିଆଁର ଓ ସ୍ୱତନ୍ତ୍ର ଅଟେ ।

ତେବେ ଏହି ମନ୍ଦିର ଟି ହେଉଛି ମଧ୍ୟପ୍ରଦେଶ ର ରୁଦ୍ରାଓ ଗ୍ରାମର ମୁକ୍ତେଶ୍ଵର ମନ୍ଦିର ।ଏହି ମନ୍ଦିର ଟି ଏକ ଶିବ ମନ୍ଦିର ଅଟେ ।ତେବେ ଏହାର ରହସ୍ୟମୟ ତଥ୍ୟ ଜାଣିଲେ ଆପଣ ବିଶ୍ଵାସ କରିପାରିବେ ନାହିଁ। ଏହି ମନ୍ଦିର ର ରହସ୍ୟ ଏହା କୁ ଏହା ପ୍ରତି ଦିନ ୧ ଇଞ୍ଚ ବଢିଥାଏ। ପୁରାତନ କିମ୍ବଦନ୍ତୀ ରେ ପରିପୂର୍ଣ୍ଣ ଏହି ଶିବ ମନ୍ଦିର। ଏଠାରେ ପୂଜା କରୁଥିବା ସେବକ ମାନ ଙ୍କ କହିବା ଅନୁସାରେ ଏହି ମନ୍ଦିର ରେ ରହିଥିବା ଶିବ ଲିଙ୍ଗ ଟି ଉପର କୁ ଯେତିକି ବଡ଼ ତାର ଭିତର କୁ ମଧ୍ୟ ସେତିକି ବଡ଼ ଅଟେ ।ଏହି ମନ୍ଦିର ଭାରତ ର ନିଆଁର ଜ୍ୟାତିଲିଙ୍ଗ ଭାବରେ ମଧ୍ୟ ବେଶ ପରିଚିତ।ଏହାର ଉଚ୍ଚତା ଧୀରେ ଧୀରେ ବୃଦ୍ଧି ପାଉଥିବା ରୁ ପ୍ରତି ବର୍ଷ ଏକ ନିର୍ଦ୍ଦିଷ୍ଟ ସମୟରେ ଏହାର ଉଚ୍ଚତା କୁ ମାପ କରାଯାଏ ।


ଏହି ଶିବ ଲିଙ୍ଗ ଟି ପ୍ରତିବର୍ଷ ବଢ଼ୁଥିବାରୁ ବହୁ ସରକାରୀ କର୍ମଚାରୀ ମାନେ ମଧ୍ୟ ଏହା ବିଷୟରେ ତଦନ୍ତ କରିଥାନ୍ତି ।ଏହି ବିଶେଶ୍ୱତ ଯୋଗୁଁ ଏହାକୁ ଜୀବନ୍ତ ଜ୍ୟାତିଲିଙ୍ଗ ବୋଲି କୁହାଯାଏ ।ତେବେ ଏହି ମୂର୍ତ୍ତି ର ଏପରି ପରିବର୍ତ୍ତନ ପଛରେ ଥିବା କାରଣ କୁ ଜାଣିବା ପାଇଁ ବୈଜ୍ଞାନିକ ମାନେ ବହୁତ ଚେଷ୍ଟା କଲା ପରେ ମଧ୍ୟ ବିଫଳ ହୋଇଛନ୍ତି ।ତେବେ ଯେତେକ ସେବକ କହିଛନ୍ତି ଯେ ,ଏହି ମନ୍ଦିର ଟି ବହୁ ପୁରାତନ କାହାଣୀ ଉପରେ ପର୍ଯ୍ୟବେସିତ ।ଏମିତି କୁହାଯାଏ କି ଭଗବାନ ଶିବ ଙ୍କର ଏକ ମଣି ରୁ ଏହି ଲିଙ୍ଗ ବାହାରି ଥିଲା ଯାହାକି ଉପରକୁ ଯେତିକି ବାଢ଼ିଥାଏ ତଳକୁ ମଧ୍ୟ ସେତିକି ବୃଦ୍ଧି ହୋଇଥାଏ ।ଏହି ରହସ୍ୟମୟ ମନ୍ଦିର କୁ ଦର୍ଶନ କରିବା ପାଇଁ ପ୍ରତିବର୍ଷ ହଜାର ହଜାର ଲୋକ ଏଠାକୁ ଆସିଥାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।