ଦେଖନ୍ତୁ ନେମାଳ ବଟ ବୃକ୍ଷ ସମ୍ବନ୍ଧରେ ଏହି ଅଜଣା କଥା। ଆଜି ବି ଶ୍ରୀକ୍ଷେତ୍ର ରୁ ନେମାଳ ପର୍ଯ୍ୟନ୍ତ ଗରୁଡ଼ ନେଇ ଆସନ୍ତି ମହାପ୍ରସାଦ।

0

ଏହି କଳି ଯୁଗରେ ଅନେକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳୁଛି , ଯାହା ଆଗରୁ ବିଭିନ୍ନ ପୋଥି ବା ମାଲିକା ରେ ଲିପିବଧ୍ ଅଛି। ଅନେକ ମହାପୁରୁଷ ମାନେ ଆଗତ ଭବିଷ୍ୟତ କୁ ବିଚାର କରି ଅନେକ ତଥ୍ୟ ଲେଖି ଦେଇଛନ୍ତି,ଯାହା ଏବେ ସବୁ ଗୋଟିଏ ପରେ ଗୋଟିଏ ସତ ହେବାରେ ଲାଗିଛି ଓ ଏହି କଥା ଗୁଡିକ ଆମକୁ ସତର୍କ କରିବା ପାଇଁ ଲେଖିଛନ୍ତି। ତେବେ ଏହି ସବୁ ଘଟଣା ବଳି ଆମ ଜୀବନ ର ଗୋଟିଏ ଗୋଟିଏ ଅଂଶ ଭାବରେ ରହିଛି,ଯାହା ଗୋଟିଏ ପରେ ଗୋଟିଏ ସତ ହେବାରେ ଲାଗିଛି ଆଉ ମହାପୁରୁଷ ଏହି ଘଟଣା ଗୁଡିକ ର ମଧ୍ୟ ସମାଧାନ ରଖିଛନ୍ତି। ଏହି ସମାଜ ରେ ରହୁ ଥିବା ଲୋକ ଆଧୁନିକତା ପଛରେ ଗୋଡ଼ାଇ ଅନେକ ଅନ୍ୟାୟ ଅତ୍ୟାଚାର ରେ ଲିପ୍ତ ରହୁଛି,ଯାହା ମାଲିକା ରେ ମଧ୍ୟ ଆଗରୁ ଲେଖା ହୋଇ ରହିଛି। ତେବେ ତାହା ଏହି ମଣିଷ ମାନଙ୍କ ଅପକର୍ମ ପାଇଁ ସତ ହୋଇ ଯାଉଛି।


ତେବେ କଟକ ଜିଲ୍ଲା ରେ ନେମାଳ ଗ୍ରାମରେ ଗୋଟେ ମହାପ୍ରଭୁ ଙ୍କ ପୀଠ ରହିଛି ,ଯାହା ଅନେକ ଶ୍ରଦ୍ଧାଳୁ ଙ୍କ ପୀଠ ବୋଲି ମଧ୍ୟ କୁହା ଯାଏ। ତେବେ ସେଠାରେ ଏକ ନେମାଳ ବଟ ରହିଛି,ସେହି ନେମାଳ ବଟ ଟି ଆକୃତି ଗରୁଡ଼ ପକ୍ଷୀ ଭଳି,ଆଉ କୁହା ଯାଏ କି ନେମାଳ ବାଟ ତଳେ ଅଚ୍ୟୁତ ରହି ଥାନ୍ତି,ଆଉ ତାଙ୍କ ପାଇଁ ସ୍ୱୟଂ ଗରୁଡ଼ ପୁରୀ ରୁ ମହାପ୍ରସାଦ ନେଇ ଆସି ତାଙ୍କୁ ଖାଇବାକୁ ଦେଇ ଥାନ୍ତି। ତେବେ କୁହା ଯାଏ କି ପାଞ୍ଚ ଦଶ ଶତାଧି ରେ ପ୍ରଭୁ ଅଚ୍ୟୁତନନ୍ଦ ଭାରତ ଭ୍ରମଣ କରି ଆସି ଏହି ନେମାଳ ବଟ ମୂଳ ରେ ଆଶ୍ରୟ ନେଇ ଥିଲେ।ତେବେ ମହା ପ୍ରଭୁ ଜଗନ୍ନାଥ ଙ୍କୁ ଅଚ୍ୟତା ନନ୍ଦ ଙ୍କୁ ଏକ ଫୁଲ ମାଲ ଦେଇ ଥିଲେ।

ତେବେ ଏହି ବଟ ତଳେ ରହି ଅଚ୍ୟୁତାନନ୍ଦ ଗାୟତ୍ରୀ ମନ୍ତ୍ର ଜପ କରି ଥିଲେ , ଅନେକ ଭକନ କୀର୍ତନ କରୁ ଥିଲେ। ତେବେ ଶୁଣା ଯାଏ କି ଥରେ କିଛି ମୁସଲମାନ ମାନେ ସେହି ବଟ ମୂଳ ରେ ଥିବା ସ୍ଥାନ କୁ ଦଖଲ କରିବା ପାଇଁ ସେମାନେ ଗୋରୁ ର ହାଡ଼ କୁ ଆଣି ସେହି ପବିତ୍ର ବଟ ମୂଳ ରେ ଫିଙ୍ଗି ଦେଉଥିଲେ। ତେବେ ପ୍ରଭୁ ଅଚ୍ୟୁତନନ୍ଦ ଆସି ତୁଳସୀ ପତ୍ର କୁ ଅଭିମନ୍ତ୍ରିତ କରି ସେହି ବଟ ମୂଳ କୁ ଫିଙ୍ଗି ଦେଉ ଥିଲେ,ଆଉ ସେଗୁଡିକ ଅଦୃଶ୍ୟ ହେଇ ଯାଉ ଥିଲା।

ତେବେ ସେହି ମୁସଲମାନ ମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ ଗଲେ,ଆଉ ସେମାନେ ଅଚ୍ୟୁତନନ୍ଦ ଙ୍କ ମିତ୍ର ହୋଇ ଗଲେ,ଆଉ ଅଚ୍ୟୁତ ତୁଳସୀ ଙ୍କର ଅନେକ ଗୁଣ କହି ଥିଲେ,ଆଉ ସେ ଯେଉଁ ବଟ ମୂଳ ରେ ବସୁ ଥିଲେ ତାର ମଧ୍ୟ ଅନେକ ଗୁଣ କହିଥିଲେ। ତେବେ ସେହି ବଟ ରେ ଥିବା ରାସ କୁ ଦର୍ଶନ ପାଇଁ ଶେଷ ନାଗ ସବୁବେଳେ ଆସନ୍ତି।ତେବେ ନେମାଳ ବଟ ରେ ମଧ୍ୟ ଅନନ୍ତ ରହିଛନ୍ତି ,ପୁରୀ ରେ ଯେମିତି ମହା ପ୍ରଭୁ ମହା ପ୍ରସାଦ ଖାଇ ଥାନ୍ତି , ଏଠି ମଧ୍ୟ ଅନନ୍ତ ମହା ପ୍ରସାଦ ଖାଉଛନ୍ତି , ତାଙ୍କ ପାଇଁ ପୁରୀ ରୁ ଗରୁଡ଼ ନିଜେ ପ୍ରସାଦ ଆଣି ଦେଉଛି। ତେବେ ଏମିତି ସବୁ ଆଶ୍ଚର୍ଯ୍ୟକର ଘଟଣା ସବୁ ଦେଖିବାକୁ ମିଳି ଥିଲା। ପ୍ରଭୁ ଙ୍କ ଲୀଳା ସବୁ ଆଡେ ରହି ଥିଲା,ଆଜି ବି ଲୋକ ମାନେ ଭଗବାନ ଅଛନ୍ତି ବୋଲି ବିଶ୍ୱାସ କରନ୍ତି ନାହିଁ। ତେବେ ଏହା କଳି ଯୁଗ ,ଲୋକ ମାନେ ଏବେ ବିଜ୍ଞାନ ଯୁଗ ରେ ରହୁଛନ୍ତି,ଆଉ ଯାହା ପାଇଁ ସେମାନେ ଭଗବାନ ଙ୍କ ଅସ୍ତିତ୍ୱ କୁ ବୁଝି ପାରୁ ନାହାନ୍ତି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।