ଓଡିଶା ତରଫରୁ ଆସିଲା ଏକ ବଡ ଜବ୍ ପାଇଁ ଭେକେନ୍ସି। ତେବେ ଦେଖନ୍ତୁ ଏହା ପାଇଁ ବୟସ ସୀମା, ପାଠପଢା ଯୋଗ୍ୟତା କଣ ସବୁ ଦରକାର।

0

ଯୁଗ ବହୁତ ବଦଳି ଗଲାଣି, ଏବେ ର ଯୁଗ ଆଉ ଆଗ ପରି ହୋଇ ନାହିଁ ଆଜି ର ଯୁଗ ବହୁତ ଆଧୁନିକ ହୋଇଗଲାଣି। ଆମ ଦେଶ ମଧ୍ୟ ବହୁତ ଆଗକୁ ଗଲାଣି, ଆମ ଦେଶ ଏବେ ପ୍ରଗତି ଦିଗରେ ଆଗକୁ ବଢୁଛି। ଏବେ ଆଉ ଲୋକ ମାନେ କାହା ଉପରେ ଆଶା କରୁନାହାଁନ୍ତି କି କାହା ଉପରେ ବୋଝ ହେବା ପାଇଁ ବି ଚାହୁଁନାହାନ୍ତି। ସମସ୍ତେ ଆଜି କାଲି ପାଠ ପଢୁଛନ୍ତି ଓ ନିଜ ଗୋଡରେ ନିଜେ ଠିଆ ହେବା ପାଇଁ ଚାହୁଁଛନ୍ତି। ଲୋକ ମାନଙ୍କ ର ଏହି ଚିନ୍ତାଧାରା ଦ୍ୱାରା ଆମ ସମାଜରେ ଏକ ନୂତନତା ମଧ୍ୟ ଦେଖିବାକୁ ମିଳୁଛି। ଲୋକ ମାନେ ବି ଆଜି କାଲି ଶିକ୍ଷିତ ହୋଇ ଦୁନିଆରେ ନିଜର ଏକ ପରିଚୟ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛନ୍ତି।


ଆମ ଦେଶ ଆଜି ପର୍ଯ୍ୟନ୍ତ ଅନେକ ଆଗକୁ ଗଲାଣି ହେଲେ ବି ଆଜି ବି ଅନେକ ଲୋକ ଅଛନ୍ତି ଯେଉଁମାନେ କି ଗରିବି ରେ ବୁଡି ରହିଛନ୍ତି। ଲୋକ ମାନେ ଏତେ ଗରିବ ଅଛନ୍ତି କି ଯଦି ଦିନରେ କେଉଁଠି କିଛି କାମ କରିବେ ତେବେ ରାତିରେ ସେମାନଙ୍କ ମୁହଁ ରେ ଦୁଇ ମୁଠା ଦାନା ଯିବ, ଏମିତି ଅବସ୍ଥା ରେ ତ ସେମାନେ ଦୁଇ ମୁଠା ଖାଇବା ପାଇଁ ଠିକ୍ ଭାବେ ପାଉ ନାହାଁନ୍ତି ଆଉ ପୁଣି ନିଜ ପିଲା ଙ୍କୁ ପାଠ ପଢାଇବା ପାଇଁ ଟଙ୍କା କେଉଁଠାରୁ ଆଣିବେ। ଏହି ସବୁ ଲୋକ ମାନଙ୍କ ପାଇଁ ସରକାର କମ୍ ପାଠ ପଢିଥିଲେ ବି ଅନେକ ଚାକିରି ର ବ୍ୟବସ୍ଥା କରିଛନ୍ତି। ତେବେ ଏବେ ମଧ୍ୟ ସରକାର ଙ୍କ ତରଫରୁ ଏକ ଚାକିରି ଆସିଛି, ତେବେ ଆସନ୍ତୁ ଜାଣିବା ଏହା ପାଇଁ କଣ କଣ ସବୁ ଯୋଗ୍ୟତା ଦରକାର।

*ଚାକିରି ସମ୍ପର୍କରେ :-

ଓଡିଶାର ସବୁ ଜିଲ୍ଲା ପାଇଁ ଏକ ବଡ ଜବ୍ ପାଇଁ ଅବଡେଟ୍ ଟି ରହିଛି। ତେବେ ଜବ୍ ପାଇଁ ସାରା ଓଡିଶା ର ଲୋକ ଆବେଦନ କରି ପାରିବେ। ଏହା ଏକ ଗଭର୍ମେଣ୍ଟ ଜବ୍ ମଧ୍ୟ,ଏହା ପାଇଁ ଆପଣ ମାନଙ୍କୁ ଜିଲ୍ଲା ଜିଲ୍ଲା ମଧ୍ୟରେ ପୋଷ୍ଟିଙ୍ଗ୍ ରହିଛି। ଏହା ପାଇଁ ଆପଣ ମାନଙ୍କୁ +2 ପାସ୍ କରିବାକୁ ପଡିବ ବା +2 ପଢିଥିବା ପିଲା ମାନେ ହିଁ ଏହି ଜବ୍ ଟି ପାଇଁ ଆପ୍ଲାଏ କରି ପାରିବେ। ସାରା ଓଡିଶା ପାଇଁ ୫୧୦ ଟି ପୋଷ୍ଟ ଭେକେନ୍ସି ରହିଛି।

*ବୟସ ସୀମା :-

ଏହା ପାଇଁ ବୟସ ସୀମା ତାହାର ପୋଷ୍ଟ ଗୁଡିକ ଉପରେ ଡିପେନ୍ଡ୍ କରୁଛି, ଭିନ୍ନ ଭିନ୍ନ ପୋଷ୍ଟ ପାଇଁ ଭିନ୍ନ ଭିନ୍ନ ବୟସ ସୀମା ରହୁଛି। ତେବେ ଷ୍ଟେଟ୍ ପ୍ରୋଗ୍ରାମ୍ କୋଡିନେଟର୍ ପଦବୀ ପାଇଁ ଆପଣ ମାନେ ଯଦି ଆବେଦନ କରିବାକୁ ଚାହୁଁଛନ୍ତି ତେବେ ଆପଣ ଙ୍କ ବୟସ ତିରିଶ ରୁ ପଚାଶ ବର୍ଷ ମଧ୍ୟରେ ହୋଇଥିବା ଦରକାର। ଆପଣ ଯଦି ୟଙ୍ଗ୍ ଫେଲୋ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ବୟସ ୨୧ ରୁ ୩୦ ବର୍ଷ ହୋଇଥିବା ଦରକାର। କ୍ଲଷ୍ଟର୍ ଲେଭେଲ୍ ରିସର୍ସ ପର୍ସନ୍ ପଦବୀ ପାଇଁ ଆପଣଙ୍କ ବୟସ ୨୫ ରୁ ୪୦ ବର୍ଷ ହୋଇଥିବା ଦରକାର।

*କାହା ତରଫରୁ ଜବ୍ ରହିଛି :-

ଅର୍ଗାନାଇଜେସନ୍ ର ନାମ ହେଉଛି ନେସ୍ନାଲ୍ ଇନଷ୍ଟିଚ୍ୟୁଟ ଅଫ୍ ରୁରାଲ୍ ଡେଭଲପମେଣ୍ଟ ଆଣ୍ଡ ପଞ୍ଚାୟତିରାଜ ଗଭର୍ମେଣ୍ଟ ଓଡିଶା ତରଫରୁ ଏହି ଭେକେନ୍ସି ଟି ରହୁଛି। ଟୋଟାଲ୍ ୫୧୦ ଟି ପୋଷ୍ଟ ଭେକେନ୍ସି ରହୁଛି। ଏହା ପାଇଁ ଅଲ୍ ଇଣ୍ଡିଆ କ୍ୟାଣ୍ଡିଡେଟ୍ସ୍ ଏହି ଜବ୍ ପାଇଁ ଆବେଦନ କରି ପାରିବେ, ଏହା ପାଇଁ ବୋଥ୍ ମେଲ୍ ଏବଂ ଫିମେଲ୍ ଆବେଦନ କରି ପାରିବେ।

*ପଦବୀ ର ନାମ :-

ଏହି ଜବ୍ ଟି ପାଇଁ ବିଭିନ୍ନ ପ୍ରକାରର ପୋଷ୍ଟ ସବୁ ରହୁଛି। ତେବେ କେଉଁ ସବୁ ପୋଷ୍ଟ ପାଇଁ ଭେକେନ୍ସି ରହୁଛି ଆସନ୍ତୁ ଜାଣିବା। ଷ୍ଟେଟ୍ ପ୍ରୋଗ୍ରାମ୍ କୋଡିନେଟର୍, ୟଙ୍ଗ୍ ଫେଲୋ, କ୍ଲଷ୍ଟର୍ ଲେଭେଲ୍ ରିସର୍ସ ପର୍ସନ୍ ପାଇଁ ଭେକେନ୍ସି ରହୁଛି।

*ଜବ୍ ର ଲୋକେସନ୍ :-

ଯଦି ଆପଣ ମାନେ ଏହି ଜବ୍ ଟି ପାଇଁ ଆବେଦନ କରୁଛନ୍ତି ତେବେ ଆପଣଙ୍କ ପୋଷ୍ଟ ହେବ ଏକ୍ରୋସ୍ ଓଡିଶା ମାନେ ଓଡିଶା ମଧ୍ୟରେ ଆପଣ ଙ୍କ ପୋଷ୍ଟିଙ୍ଗ୍ ହେବ।

*ଆବେଦନ ପ୍ରଣାଳୀ :-

ଏହି ଜବ୍ ଟି ପାଇଁ ଆପଣ ମାନଙ୍କୁ ଅନଲାଇନ୍ ଆପ୍ଲାଏ କରିବାକୁ ହେବ। ଏଥିପାଇଁ ଅନଲାଇନ୍ ଆପ୍ଲିକେସନ୍ ଆରମ୍ଭ ହୋଇ ସାରିଲାଣି। ଏହା ର ଆବେଦନ ର ଶେଷ ତାରିଖ ରହିଛି 29.12.2020 ତେବେ ଏହାର ଆବେଦନ ପାଇଁ କୌଣସି ଫିସ୍ ରହୁନାହିଁ। ଏଥିପାଇଁ ଆପଣ ମାନେ ପ୍ରଥମେ ବାର ହଜାର ଟଙ୍କା ଆରମ୍ଭ ରେ ପାଇବ ଏବଂ ଏହାର ସାଲେରୀ ଲାଷ୍ଟ ପର୍ଯ୍ୟନ୍ତ ରହୁଛି ପଞ୍ଚାବନ ହଜାର ଟଙ୍କା।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।