ହେ ପ୍ରଭୁ ! ଏହି ଛୋଟ ଛୁଆଟେ ପାଇଁ ଆକୁତି ବିନତି ହୋଇ ସାହାଯ୍ୟ ମାଗିଲେ ବାପା ମା’ । ଏହି ପୋଷ୍ଟଟିକୁ ଅଧିକରୁ ଅଧିକ share କରନ୍ତୁ…Plese…

0

ବାଲ୍ୟ ଜୀବନରେ ଖେଳ କୁଦରେ ଯିଏ ସମୟ ବିତାଇବା କଥା ତାକୁ ବି ଆଜି ଭୋଗିବାକୁ ପଡ଼ିଛି ଶାରିରୀକ ଯନ୍ତ୍ରଣା । ବୟସ ମାତ୍ର ୮ ବର୍ଷ ଦୁନିଆ ବିଷୟରେ ବା କଣ ଜାଣିଛି ସେ କିନ୍ତୁ ଦୁର୍ଲଭ ଜୀବନରେ ଟିକେ ବଞ୍ଚିବାର ଆଶାକୁ ନେଇ ମୃତୁ ସହ ଆଜି ଲଢେଇ କରିଚାଲିଛି କାଳେ କାହାରି ସାହାଯ୍ୟ ରେ କୁନି ଛୁଆଟିର ଜୀବନ ବଞ୍ଚିଯିବ । ନିରୀହ ଛୁଆଟି ଆଜି ଦୁନିଆରେ ଟିକେ ବଞ୍ଚିବା ଶିଖିବି ବୋଲି କେତେ ଯନ୍ତ୍ରଣା କୁ ସହୀ ଚାଲିଛି ତାହା କେବଳ ଭଗବାନଙ୍କୁ ହିଁ ଜଣା । ଏମିତି ଏକ ବିରଳ ପରିସ୍ଥିତି ଉପୁଜିଛି ଦେବଗଡ଼ ର ପାଞ୍ଚ ନମ୍ବର ୱାଡ୍ ରେ ରହୁଥିବା ସୁନୀଲ ବେହେରା ଙ୍କ ପରିବାରରେ । ତାଙ୍କର ଏକମାତ୍ର ସନ୍ତାନ ମହାବୀର ତାର କରୁଣ କାହାଣୀ ଶୁଣି ଲେ ହୁଏତ ଆପଣବି କାନ୍ଦି ପକେଇବେ ।

ମହାବୀର ଙ୍କ ବାପା ମା ଙ୍କ କହିବା କଥା ବୀର କୁ ଯେତେ ବେଳେ ସାତ ବର୍ଷ ସେତେ ବେଳେ ତା ଦେହରେ ପାଣି ଜମିବାରୁ ତା ର ପେଟ ଓ କ୍ରମସେ ହାତ ଗୋଡ ମଧ୍ୟ ଫୁଲି ଗଲା ସେମାନେ ତାକୁ ପ୍ରାରମ୍ଭିକ ସମୟରେ ବୁର୍ଲା ଡ଼ାକ୍ତରଖାନାରେ ତାକୁ ଚିକିତ୍ସା କରିଥିଲେ । କିନ୍ତୁ କିଛି ସୁଫଳ ମିଳିନାହିଁ ତା ପରେ ସେମାନେ ଦେବଗଡ଼ ପରେ କଟକ ବଡ଼ ମେଡ଼ିକାଲ କୁ ମଧ୍ୟ ନାଇଥିଲେ । ସେଠାରେ ଡାକ୍ତର ୩୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ । ଟଙ୍କା ଅଭାବରୁ ଚିକିତ୍ସା କରିନପାରି ବୀର କୁ ଧରି ଘରକୁ ଫେରି ଆସିଥିଲେ ସୁନୀଲ ବାବୁ । ଏତେ ଟଙ୍କା ସୁନୀଲ ବାବୁଙ୍କ ପକ୍ଷେ ସମ୍ଭବ ନୁହେଁ , ଯାଉଁଠି କୁଡିଆ ଘରେ ତିନିଟି ପେଟ ପଶିବାକୁ ସଂଘର୍ଷ କରିଚାଲିଛନ୍ତି ସେଠି ରୋଗ ବ୍ୟାଧି ଭଲ କରିବା ପାଇଁ ଟଙ୍କା ଆସିବ କେଉଁଠୁ ।

ପରିବାରର ଯିଏ ପେଟ ପଶୁଛି ତାଙ୍କ କଥା ଶୁଣିଲେ ଆଶ୍ଚର୍ଯ୍ୟ ହେବେ କିଛି ବର୍ଷ ଆଗୋରୁ ସୁନିଲ ବାବୁଙ୍କ ହାତୀ କୌଣସି କାରଣରୁ ଭାଙ୍ଗି ଯାଇଥିଲା ଚିକିତ୍ସା ଅଭାବରୁ ଡାହାଣ ହାତ ତାଙ୍କର ଅକରମନ୍ୟ ବାମ ହାତ ସାହାଯ୍ୟରେ ଯାହା କିଛି କରନ୍ତି ସେତିକିରେ ପେଟ ପୋଷିବା କଷ୍ଟ ହୋଇପଡେ । ଏହି ଭଳି ପରିସ୍ଥିତି ରେ ପୁଅର ଚିକିତ୍ସା କରିବା ପାଇଁ ସୁନୀଲ ଓ ତାଙ୍କ ସ୍ତ୍ରୀ ମାନସିକ ସ୍ତରରେ ଭାଙ୍ଗି ପଡିଲେଣି । ସରକାରୀ ସହାୟତା ପାଇଁ ପରିବାର ଲୋକେ ଅସରଖିଛନ୍ତି ଯଦି ତାଙ୍କୁ ସରକାର କିଛି ସାହାଯ୍ୟ କରିବେ ତ ହେଲେ ପୁଣି ଥରେ ଦାଣ୍ଡରେ ଖେଲିବୁଲିବ ମହାବୀର

ଥରେ ଭାବି ଦେଖନ୍ତୁ ବନ୍ଧୁଗଣ କେତେ କଷ୍ଟରେ ବଛୁଛନ୍ତି ଏହି ପରିବାର ଲୋକେ ଆଉ ତାଙ୍କଠୁ ବଳି କୁନି ପିଲା ଟିଏ ଯିଏ ଏତେ କଷ୍ଟ ସହି ଚାଲିଛି । କୁନି ପିଲାଟିର ମଙ୍ଗଳ ପାଇଁ ଅଧିକରୁ ଅଧିକ ଏହି ପୋଷ୍ଟ ଟିକୁ ସେୟାର କରନ୍ତୁ ଆଉ ଭଗବାନ ଙ୍କୁ ପ୍ରଥମ କରନ୍ତୁ ଯେମିତି କୁନି ଛୁଆଟି ଶୀଘ୍ର ଭଲ ହେଇଯାଉ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।