Dr Chinmayee Kar – ଗର୍ଭବତୀ ମହିଳା ନିଶ୍ଚୟ ପଢନ୍ତୁ ନଚେତ୍ ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି

0

ଏହି ଦୁନିଆରେ ସବୁଠାରୁ ମହତ୍ୱପୂର୍ଣ୍ଣ ଭୂମିକା କେବଳ ଗୋଟିଏ ମା ହିଁ ଲିଭେଇ ଥାଏ । ଏବଂ ସବୁ ଝିଅ ଙ୍କର ମା ବନିବା ଏକ ପ୍ରକାର ର ସୌଭାଗ୍ୟ ଅର୍ଜନ କରିବା ସହ ସମାନ ହୋଇଥାଏ । ଆମ ସମାଜରେ ଏମିତି ମଧ୍ୟ କୁହାଯାଏ କି ଗୋଟିଏ ଝିଅ ମା ହେବା ପରେ ହିଁ ତାର ପ୍ରକୃତ ଜୀବନର ମୁଲ୍ୟ ସାର୍ଥକ ହୋଇଥାଏ । ଗୋଟିଏ ଝିଅ ପାଇଁ ମା ବନିବା ଦୁନିଆଁ ର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ ଏବଂ ଏହାକୁ ନିଜ ଗର୍ଭ ରେ ୯ ମାସ ଧରି ନିଜ ଜୀବନ ସହ ଲଢେ଼ଇ କରି ତାକୁ ଜନ୍ମ ଦେବା ସେମାନଙ୍କ ପାଇଁ ଏକ ପ୍ରକାର ର ସ୍ୱପ୍ନ ହୋଇଥାଏ । ତେବେ ଆମ ସମାଜରେ ଏମିତି ବି ମହିଳା ଅଛନ୍ତି ଯେଉଁ ମାନଙ୍କର ମା ହେବା ତାଙ୍କ ବ୍ୟବହାର ଏବଂ ଖୁସି କୁ ବଦଳି ନଥାଏ ବରଂ ତାର ପୁରା ଜୀବନ କୁ ବଦଳିଦେଇଥାଏ ।


ତେବେ ଆମେ ଆଜି ଆପଣଙ୍କୁ ଜଣେଇବାକୁ ଯାଉଛୁ ଯେ ଆପଣ ଗର୍ଭବତୀ ହେଇଛନ୍ତି ବୋଲି ଯେମିତି ଜାଣିବେ। ସାଧାରଣ ଭାବରେ ମହିଳା ମାନେ ଯଦି ଟିକିଏ ବି ସୂଚନା ପାଇଥାନ୍ତି କି ସେମାନେ ଗର୍ଭବତୀ ହେବାକୁ ଯାଉଛନ୍ତି ତ ସେମାନେ ପାଖରେ ଥିବା ଡାକ୍ତର ଙ୍କ ପାଖକୁ ଯାଇ ଏକ ପ୍ରେଗନେଟସି ପରୀକ୍ଷା କରିବା ପାଇଁ ଛୋଟ ଯନ୍ତ୍ର ଟେ ଆଣିଥାନ୍ତି । ଏବଂ ଏଥିରେ ପରୀକ୍ଷା କରି ଜାଣିପାରିଥାନ୍ତି ।ତେବେ ଆପଣ ସେହି ଟେଷ୍ଟ କିଟ ରେ ୟୁରିନ ଦେବା ପରେ ସେଥିରେ ଦୁଇଟି ରେଡ଼ ଗାର ଆସିଥାଏ ତ ଆପଣ ଗର୍ଭବତୀ ଅଟନ୍ତି ।

ଗର୍ଭବତୀ ମହିଳା ମାନେ ନିଜର ଯତ୍ନ କିପରି ନେବେ:-

ଗର୍ଭବତୀ ହେବା ଓ ପିଲା ଜନ୍ମ କରିବା ଏତେ ସହଜ ହୋଇନଥାଏ ଯାହା ଆମକୁ ଲାଗୁଥାଏ। ଏହି ସମୟରେ ମହିଳା ମାନଙ୍କୁ ବହୁତ ସତର୍କତା ଅବଲମ୍ବନ କରିବାକୁ ପଡିଥାଏ।ତେବେ ଆସନ୍ତୁ ଜାଣିବା ଗର୍ଭବତୀ ମହିଳାଙ୍କ ପାଇଁ କଣ କଣ ସତର୍କତା ରହିଛି।
୧.ଗର୍ଭବତୀ ହେବା ପରେ ଡାକ୍ତର ଙ୍କୁ ଦେଖାଇବା ନିହାତି ଆବଶ୍ୟକ।କାରଣ ବେଳେ ବେଳେ ପିଲାଟି ମା ର ଗର୍ଭାଶୟ ଭିତରେ ନରହି ବାହାରେ ରହିଯାଇଥାଏ ।ଏହା ଚେକ ନକଲେ ଭବିଷ୍ୟତ ରେ ସେହି ମହିଳାଙ୍କ ପାଇଁ ବହୁତ ଅସୁବିଧା ହୋଇଥାଏ।

୨.ଗର୍ଭବତୀ ମହିଳାମାନେ ପ୍ରତି ୩ ମାସରେ ଥରେ ଡାକ୍ତର ଙ୍କ ପରାମର୍ଶ ନେବା ଉଚିତ ।କାରଣ ଗୋଟିଏ ପିଲା ଟି ମା ଗର୍ଭରେ ୩ ଷ୍ଟେଜ ରେ ନିଜର ବିକାଶ କରିଥାଏ।

୩.ଗର୍ଭବତୀ ମହିଳା ମାନେ କୌଣସି ପ୍ରକାରର ମେଡ଼ିସିନ ଖାଇବା ଉଚିତ ନୁହେଁ ।ଆଉ ଯଦି କିଛି ଆବଶ୍ୟକ ହୋଇଥାଏ ତ ଡାକ୍ତର ଙ୍କ ପରାମର୍ଶ ରେ ଖାଇବା ଆବଶ୍ୟକ ।


୪.ଏହି ସମୟରେ ମହିଳା ମାନେ ଆବଶ୍ୟକ ଠାରୁ ଅଧିକ ପାଣି ପିଇବା ଉଚିତ ହୋଇଥାଏ ।ଏହା ସହ ସଠିକ ସମୟରେ ଖାଦ୍ୟ ଗ୍ରହଣ କରିବା ଉଚିତ ।

୫.ଗର୍ଭବତୀ ମହିଳା ମାନେ ଭୁଲ ବି ବାହାର ଖାଇବା ଖାଆନ୍ତୁ ନାହିଁ ବା ଅତ୍ୟଧିକ ମିଠା ଜାତୀୟ ଖାଦ୍ୟ ଠାରୁ ମଧ୍ୟ ଦୁରେଇ ରୁହନ୍ତୁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।