ଦେଖନ୍ତୁ ଆପଣ ମାନଙ୍କ ପାଇଁ ଏକ ବଡ ସୁଯୋଗ ଆସିଛି ଏମ୍ସ ତରଫରୁ। ଦେଖନ୍ତୁ କେଉଁ କେଉଁ ପଦବୀ ପାଇଁ ଜବ୍ ଭେକେନ୍ସି ଆସିଛି ଓ କିପରି ଆବେଦନ କରି ପାରିବେ।

0

ଯୁଗ ଆସି ବହୁ ଆଗରେ ପହଁଞ୍ଚିଲାଣି, ଲୋକ ମାନେ ସମସ୍ତେ ଆଜି କାଲି ଶିକ୍ଷିତ ହେଉଛନ୍ତି। ଆଜି ର ଯୁଗ ରେ ଲୋକ ମାନେ ଆଉ ଅଶିକ୍ଷିତ ହୋଇ ରହିବାକୁ ଚାହୁଁ ନାହାଁନ୍ତି, ସମସ୍ତେ ଚାହୁଁଛନ୍ତି କିପରି ସମସ୍ତେ ପାଠ ପଢିବେ ଏବଂ ଅନ୍ୟ ମାନଙ୍କ ପରି ଶିକ୍ଷିତ ହେବେ ଏବଂ ଅନେକ କିଛି ନୂତନ ଜିନିଷ ସମ୍ପର୍କରେ ଜାଣିବେ। ଆଜି କାଲି ବି ଆଉ କେହି କାହା ଉପରେ ଆଶା କରୁନାହାଁନ୍ତି କି କେହି କିଛି କାମ କରି ଆଣି ତାଙ୍କୁ ଖାଇବାକୁ ଦେବ ଏବଂ ସେମାନେ ତାହା ଖାଇବେ, ଆଜି କାଲି ସମସ୍ତେ ଚାହୁଁଛନ୍ତି ନିଜେ ପାଠ ପଢିବେ ନିଜେ ରୋଜଗାର କରିବେ ନିଜ ର ଆବଶ୍ୟକତା କୁ ନିଜେ ପୂରଣ କରିବେ ଏବଂ ନିଜ ଗୋଡରେ ନିଜେ ଠିଆ ହେବେ। ତେବେ ଆଜି ର ଦୁନିଆରେ ପିଲା ମାନେ ବି ବହୁତ ଟେଲେଣ୍ଟେଡ୍ ହେଲେଣି ଯୁଗ ବି ବହୁତ କମ୍ପିଟେଟିଭ୍ ହେଲାଣି ପିଲା ମାନଙ୍କୁ ବି ଗୋଟିଏ ଚାକିରି ପାଇବା ପାଇଁ ବହୁତ ସାରା କଷ୍ଟ କରିବାକୁ ପଡୁଛି,

ବହୁତ ସାରା ଏନ୍ଟ୍ରାନ୍ସ, ଏଗ୍ଜାମ୍ସ ବି ଦବାକୁ ପଡୁଛି। ସେହି ସବୁ ରେ ସେମାନେ ଠିକ୍ ଭାବେ ପାସ୍ ହୋଇ ପାରିଲେ ସେହି କାମ ଟି ପାଇଁ ସେମାନେ ମନୋନୀତ ହୋଇ ପାରୁଛନ୍ତି। ସବୁ ପିଲା ମାନଙ୍କ ର ଇଚ୍ଛା ଏବଂ ଲକ୍ଷ୍ୟ ମଧ୍ୟ ହେଉଛି କି ସେମାନେ ବଡ ହେଲେ ଗୋଟେ ଇଞ୍ଜିନିୟର ହେବେ କିମ୍ବା ଗୋଟେ ଡକ୍ଟର୍ ହେବେ। ଏଥିପାଇଁ ସେମାନଙ୍କୁ ବି ଅନେକ କଷ୍ଟ କରିବାକୁ ପଡୁଛି,ହେଲେ ଆହୁରି ବି ଅନେକ ପିଲା ଅଛନ୍ତି ଯେଉଁମାନଙ୍କ ପାଇଁ ଅଧିକ ପାଠ ପଢିବା ପାରିବା ସମ୍ଭବ ନୁହେଁ ଏବଂ ସେମାନଙ୍କ ର ଇଚ୍ଛା ଥାଇ କି ବି ସେମାନେ ପାଠ ପଢି ପାରନ୍ତି ନାହିଁ, ହେଲେ ସେମାନଙ୍କ ପାଇଁ ମଧ୍ୟ ଅନେକ ପ୍ରକାର ର ଜବ୍ ସବୁ ରହିଛି, ଏବେ ମଧ୍ୟ ଏମ୍ସ ବା ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସ ଭୁବନେଶ୍ବର ତରଫରୁ ଏକ ଜବ୍ ର ନୋଟିଫିକେସନ୍ ଆସିଛି, ଯାହାକି +2 ପାସ୍ କରିଥିବା ପିଲା ମାନେ ବି କରି ପାରିବେ।

*କେଉଁ ସବୁ ପୋଷ୍ଟ ପାଇଁ ଭେକେନ୍ସି ରହିଛି :-

ରିସର୍ଚ ଆସିଷ୍ଟାଣ୍ଟ, ଫିଲ୍ଡ ୱାର୍କର୍, ଲ୍ୟାବ୍ ଟେକ୍ନିସିଆନ୍, ଡାଟା ଏନ୍ଟ୍ରି ଅପରେଟର୍ ଏହି ସବୁ ପୋଷ୍ଟ ପାଇଁ ଭେକେନ୍ସି ରହିଛି। ତେବେ ଟୋଟାଲ୍ ଉପରେ ଆପଣଙ୍କ ପାଇଁ 6 ଟି ଭେକେନ୍ସି ରହିଛି। ରିସର୍ଚ ଆସିଷ୍ଟାଣ୍ଟ ପାଇଁ 2 ଟି ଭେକେନ୍ସି ରହିଛି, ଫିଲ୍ଡ ୱାର୍କର୍ ପାଇଁ 2 ଟି, ଲ୍ୟାବ୍ ଟେକ୍ନିସିଆନ୍ ପାଇଁ ଗୋଟେ ଓ ଡାଟା ଏନ୍ଟ୍ରି ଅପରେଟର୍ ପାଇଁ ଗୋଟେ ପୋଷ୍ଟ ପାଇଁ ଭେକେନ୍ସି ରହିଛି।

*କେଉଁ ମାନେ ଆବେଦନ କରି ପାରିବେ :-

ତେବେ ସବୁ ପଦବୀ ପାଇଁ ଅଲ୍ ଇଣ୍ଡିଆ କ୍ୟାଣ୍ଡିଡେଟ୍ସ ମାନେ ଦେଶର ସବୁ ଲୋକ ଏଥିପାଇଁ ଆପ୍ଲାଏ କରି ପାରିବେ। ଏଥିପାଇଁ ଆପ୍ଲାଏ ମୋଡ୍ ହେଉଛି ଆପଣ ମାନେ ଅନଲାଇନ୍ ରେ ଆପ୍ଲାଏ କରି ପାରିବେ,ମେଲ୍ ମାଧ୍ୟମ ରେ।

*ଦରମା :-

ଏହି ସବୁ ପଦବୀ ପାଇଁ ଆପଣ ମାନଙ୍କ ର ଦରମା ଅଠର ହଜାର ରୁ ଆରମ୍ଭ କରି ୩୧ ହଜାର ପର୍ଯ୍ୟନ୍ତ ରହିଛି। ରିସର୍ଚ ଆସିଷ୍ଟାଣ୍ଟ ପାଇଁ ଆପଣଙ୍କ ର ସାଲେରୀ ରହିଛି ୩୧ ହଜାର ଟଙ୍କା। ଆଉ ଯେଉଁ ସବୁ ପଦବୀ ରହିଲା ସେହି ସବୁ ପାଇଁ ଅଠର ହଜାର ଟଙ୍କା ସାଲେରୀ ରହିଛି।

*ସିଲେକ୍ସନ ପ୍ରୋସେସ୍ :-

ଏହି ସବୁ ପଦବୀ ପାଇଁ ଆପଣ ମାନଙ୍କ ର କିଛି ପରୀକ୍ଷା ରହିବ ନାହିଁ। ୱାଲ୍ କେନ୍ୟୁ ମାଧ୍ୟମରେ ଆପଣ ମାନଙ୍କ ସିଲେକ୍ସନ୍ ହେବ। 22.12.2020 ରେ ଆପଣ ମାନଙ୍କ ର ୱାଲ୍ କେନ୍ୟୁ ଇଣ୍ଟରଭ୍ୟୁ ରହିଛି ଆପଣ ମାନେ ସେହି ଦିନ ଯାଇ ଆପଣଙ୍କ ର ଇଣ୍ଟରଭ୍ୟୁ ଦେଇ ପାରିବେ।

*ଏଜୁକେସନାଲ କ୍ୱାଲିଫିକେସନ୍ :-

ଏହି ସବୁ ପଦବୀ ପାଇଁ ଆପଣ ମାନେ ମିନିମମ୍ +2 ପାସ୍ କରିଥିବା ଦରକାର। ତେବେ ଆପଣ ମାନେ ଯଦି +2 ପାସ୍ କରିଛନ୍ତି ତାହାହେଲେ ଡାଟା ଏନ୍ଟ୍ରି ଅପରେଟର୍ ପାଇଁ ଆବେଦନ କରି ପାରିବେ, ଆଉ ଯେଉଁ ସବୁ ରହିଲା ପୋଷ୍ଟ ସେହି ସବୁ ପାଇଁ ଆପଣ ମାନଙ୍କୁ ରିଲେଟେଡ୍ ଟ୍ରେଡ୍ ସବ୍ଜେକ୍ଟ ରେ ପାସ୍ କରିଥିବା ଦରକାର।

*ଆବେଦନ ତାରିଖ :-

ଆପଣ ମାନଙ୍କ ଆପ୍ଲିକେସନ୍ ଷ୍ଟାର୍ଟ ହୋଇ ଗଲାଣି 5.12.2020 ପାଖରୁ। ଏହାର ଲାଷ୍ଟ ଡେଟ୍ ରହିଛି 15.12.2020 ଏହି ସବୁ ମଧ୍ୟରେ ଆପଣ ମାନେ ଅନଲାଇନ୍ ମାଧ୍ୟମରେ ଆବେଦନ କରି ପାରିବେ। ଇଣ୍ଟରଭ୍ୟୁ ପାଇଁ ଡେଟ୍ ରହିଛି 22.12.2020। ଏହି ଦିନ ଆପଣ ମାନେ ଯାଇ ଆପଣ ମାନଙ୍କ ର ଇଣ୍ଟରଭ୍ୟୁ ଦେଇ ପାରିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।