ଦିଲ୍ଲୀର 6-ୟାର୍ଡ ଘରେ ରହୁଥିବା ପରିବାରର ‘ଲକଡାଉନ୍ ଷ୍ଟୋରୀ’ କିପରି ବିତାଇଛନ୍ତି ଶୁଣିଲେ କାନ୍ଦି ପକାଇବେ …

0

ସମଗ୍ର ବିଶ୍ୱରେ କୋରନା ମାତ୍ରା ଏତେ ପରିମାଣରେ ବୃଦ୍ଧି ପାଇଲା ଯାହାକି ସମସ୍ତ ଦୋକାନ ବଜାର ବନ୍ଦ କରାଗଲା ଯାହାଫଳରେ ସମସ୍ତ ଲୋକମାନଙ୍କର ଜୀବନ ଯାପନରେ ଅନେକ ଅସୁବିଧା ଦେଖାଗଲା । ସେମିତି ଏକ ଘଟଣା ଏହି ଲକଡାଉନ ସମୟରେ ରାଜଧାନୀ ଦିଲ୍ଲୀରେ 6 ତଲାରେ ରହୁଥିବା ଏକ ପରିବାର ଏହି କୋରନା ସମୟର କାହାଣୀ ଜଣାଇଛନ୍ତି । ସେମାନେ କହିଛନ୍ତି ଏହି ଲକଡାଉନ ଅବଧି ବଢିଯିବା ଯୋଗୁଁ 6 ତାଲାରେ ରହିବା ସେମାନଙ୍କ ପାଇ ବହୁତ କଷ୍ଟ କର ହୋଇପଡିଥିଲା ।

ସେମାନେ ଗାଁକୁ ଯିବା ପାଇ ଚାହିଁଥିଲେ ମଧ୍ୟ ବସ, ଟ୍ରେନ ଚଳାଚଳ ବନ୍ଦ ଯୋଗୁ ସେମାନେ ଗାଁକୁ ଯାଇପାରି ନଥିଲେ ସେମାନଙ୍କୁ ସେହି ଘର ମଧ୍ୟରେ ରହିବାକୁ ପଡିଥିଲା ।ସେହି ପରିବାରରେ 4 ଜଣ ସଦସ୍ୟ ରହିଥିବାର ଜଣାଇଛନ୍ତି ସ୍ୱାମୀ ସ୍ତ୍ରୀ ଓ ଜଣେ 19 ବର୍ଷର ଝିଅ ଅନ୍ୟ ଜଣେ 11 ବର୍ଷର ଝିଅ ରହନ୍ତି । ଘରର ମୁଖ୍ୟ ସ୍ୱାମୀ ସଞ୍ଜୟ ଲକଡାଉନ ପଡିବା ପୂର୍ବରୁ ତାଙ୍କର ଚାକିରୀ ଚାଲିଯାଇଥିଲା ଏବଂ ସେମାନଙ୍କୁ ଚଳିବାରେ ଅନେକ ଅସୁବିଧାର ସମ୍ମୁଖୀନ କରିବାକୁ ପଡୁଥିଲା ।


ତାଙ୍କ ପତ୍ନୀ ଏହା ମଧ୍ୟ କହିଛନ୍ତି ସାରା ବିଶ୍ୱରେ 24 ମାର୍ଚ୍ଚରେ ଲକଡାଉନ କରାଯାଇଥିଲା ଏବଂ ମୋର ସ୍ୱାମୀଙ୍କର ମଧ୍ୟ 21 ମାର୍ଚ୍ଚରେ ଚାକିରୀ ଚାଲିଯାଇଥିଲା । ସମସ୍ତଙ୍କୁ ନେଇ ସେହି ଛୋଟ ଘରେ ରହିବା ବହୁତ କଷ୍ଟକର ହେଉଥିଲା ଓ ପିଲା ମାନଙ୍କର ପଢାପଢିରେ କରିବାରେ ଅସୁବିଧା ଦେଖାଗଲା । ଛୋଟ ଘରେ ଗୋଟିଏ କୋଣରେ ଉଭୟ ସ୍ୱାମୀ ସ୍ତ୍ରୀ ବସି ସମୟ କଟାଇବାକୁ ପଡୁଥିଲା କାରଣ ଘରେ ଗୋଟିଏ ହିଁ ବେଡ ରହିଥିଲା ।


ମାର୍ଚ୍ଚ ମାସରେ ପ୍ରବଳ ଗରମ ହେଉଥିଲେ ମଧ୍ୟ ସେମାନଙ୍କୁ ସେହି ରୁମରେ ରହିବାକୁ ପଡୁଥିଲା ଏବଂ ସେମାନଙ୍କ ଘରେ ଗୋଟିଏ ଫେନ ରହିଥିଲା । ଲକଡାଉନ ଖୋଲିବା ପର୍ଯ୍ୟନ୍ତ ସେମାନେ ସେହି ରୁମରେ ହନ୍ତସନ୍ତ ହୋଇ ଜୀବନ ବିତାଉଥିଲେ ।ପିଙ୍କି ଏହା ମଧ୍ୟ କହିଛନ୍ତି ଲକଡାଉନ ସମୟରେ ସମସ୍ତେ ଘରେ ବନ୍ଦୀ ହୋଇ ଜୀବନ ବିତାଉଥିଲେ । ପିଲାମାନେ ଏହି ସମୟରେ ସର୍ବଦା ଘରେ ରହୁଥିଲେ ଯାହାଫଳରେ ତାଙ୍କୁ ରୋଷେଇ କାର୍ଯ୍ୟରେ ବ୍ୟସ୍ତ ରହୁଥିଲେ ।


କୌଣସି ଜିନିଷ ନେବା ଆଣିବାରେ ବହୁତ ଅସୁବିଧା ହେଉଥିଲା ଏବଂ ପିଲାମାନେ ମଧ୍ୟ ଉପର ତଳ ହେବାରେ ଅନେକ ଅସୁବିଧା ହେଉଥିଲା । ସେମାନେ ଯେଉଁ ଭଡା ଘରେ ରହୁଥିଲେ ଘରର ମାଲିକଙ୍କୁ ପ୍ରତ୍ୟେକ ମାସରେ 3500 ଟଙ୍କା ଦେବାକୁ ପଡୁଥିଲା କିନ୍ତୁ ଲକଡାଉନ ସମୟରେ ସମସ୍ତ କାମ ବନ୍ଦ ହେବାରୁ ଘର ଭଡା ଦେବାରେ ମଧ୍ୟ ଅସୁବିଧା ହୋଇଥିଲା । ସମସ୍ତ ଅସୁବିଧାକୁ ସହି ମଧ୍ୟ ଆମ ପରିବାର ସମସ୍ତ ସଦସ୍ୟ ଲକଡାଉନ ନିୟମକୁ ମାନିଥିଲେ । ଲୋକମାନେ ମଧ୍ୟ ସେମାନଙ୍କୁ ଏକ ଛୋଟ ଘରେ ଏତେ ଦିନ ପର୍ଯ୍ୟନ୍ତ କିପରି ରହୁଥିଲେ ଏହା ଜାଣି ମଧ୍ୟ ସେମାନେ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।