ଦେଖନ୍ତୁ ଭିଡ଼ିଓ । ଫେସବୁକ ରେ ପ୍ରେମ କରିବା ପଡିଲା ମହଙ୍ଗା । ୩ ଜଣ ଯୁବତୀଙ୍କ ଠାରୁ ମାଡ ଖାଇବାର ଭିଡ଼ିଓ ହେଲା…… ଭାଇରାଲ

0

ସୋସିଆଲ ମିଡ଼ିଆ ରେ ଆଜି ର ଯୁବ ଗୋଷ୍ଠୀ ଅନେକ ପ୍ରକାର ଦୁରୁପଯୋଗ କରୁଛନ୍ତି। ଯେଉଁ ଭଳି ଭାବରେ ଆଜିର ଯୁବ ସମାଜ ନିଜକୁ ସମୟ ସହିତ ଆଧୁନିକ ଜ୍ଞାନ କୌଶଳର ଅଧିକାରୀ ବୋଲି ଭାବୁଛି , ତାହା ତାହାରି ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛି। ଠିକ୍ ସେମିତି ଏକ ଘଟଣା ଆଜି ଅନୁରୂପ ରୂପେ ଭାବେ ଦେଖିବାକୁ ମିଳିଛି। ବାଲେଶ୍ୱର ଜିଲ୍ଲାରେ ଏହି ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚା ର ବିଷୟ ପାଲଟିଛି। ଫେସବୁକ୍ ହେଉଛି ଆଜିର ସମାଜରେ ଯୁବ ଗୋଷ୍ଠୀ ପାଇଁ ଏକ ମନୋରଞ୍ଜନ ର ମାଧ୍ୟମ। ପିଲା ମାନେ ଆଜି ଖୁବ୍ ଅଳ୍ପ ବୟସରୁ ଏହାକୁ ବ୍ୟବହାର କରିବାକୁ ଲାଗିଲେଣି । ଆଉ କେତେକ ପିଲା ମଧ୍ୟ ଏହା ଦ୍ଵାରା କୁ ସଙ୍ଗରେ ପଡି ଖରାପ କାର୍ଯ୍ୟ କରି ବସୁଛନ୍ତି।


ଜଣେ ଯୁବକ ଯାହାର ନାମ ରହିଛି ସିପୁନ ସିଂ, ସେ ହେଉଛି ବାଲେଶ୍ଵର ଜିଲ୍ଲାର ବାସିନ୍ଦା। ଯଦିଓ ସେ ସାବାଳକ ଅଟେ ମାତ୍ର ସେ କରିଥିବା ଭୁଲ ଆଜି ତାକୁ ସମାଜ ଆଗରେ ଅପମାନିତ ହେବାକୁ ବାଧ୍ୟ କରିଛି। ସେ ପଶ୍ଚିମ ବଙ୍ଗ ରେ ଥିବା ଦୀଘା ନିକଟରେ ଏକ ହୋଟେଲ ରେ କାର୍ଯ୍ୟ କରେ। ଏହି କାର୍ଯ୍ୟ କରି ଯାହା ତାକୁ ମିଳେ ତାର ପରିବାର ଚାଲେ। ମାତ୍ର ସୈତାନ୍ ବୁଦ୍ଧି ପାଇଁ ତାକୁ ଆଜି ମାଡ ଖାଇବାକୁ ପଡ଼ିଛି ରାଜ ରାସ୍ତା ରେ। ସେ ଜଣେ ମହିଳାଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଦେଇଥିଲେ ଫେସବୁକ ରେ। ସିପୁନ ସେହି ଝିଅ ସହିତ ଏହି ଫେସବୁକ ରେ କଥା ହେବା ସହିତ ନିଜ ପ୍ରେମ ସମ୍ପର୍କ ମଧ୍ୟ ବୃଦ୍ଧି କରିବାକୁ ଲାଗିଲା।

ପରସ୍ପର କଥା ହେବା ସମୟର ତାଙ୍କ ଭିତରେ ଏତେ ଘନଷ୍ଠ ଭଲ ପାଇବା ଆସିଥିଲା କି ଦୁହେଁ ପରସ୍ପରକୁ ପ୍ରେମ କରି ବିବାହ କରିବାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଆଉ ଏହି ଝିଅ ହେଲେ ବାଲେଶ୍ୱର ଜିଲ୍ଲାର ଆରଡ଼ ବଜାର ରେ ରହୁଥିବା ଏକ ଯୁବତୀ। ତେବେ ସେ ସିପୁନ ଙ୍କ ସହିତ କଥା ବାର୍ତ୍ତା ହେବା ମଧ୍ୟରେ ତାଙ୍କୁ ବିଶ୍ୱାସ କରି ବସିଥିଲେ । ଆଉ ସେମାନେ ଶାରିରୀକ ସମ୍ପର୍କ ରଖିବାକୁ ସ୍ଥିର କରିଥିଲେ। ଶେଷରେ ସେ ଦୁହେଁ ଶାରିରୀକ ସମ୍ପର୍କ ରଖିବା ପରେ ସିପୁନ ନିଜର ବଚନ ରୁ ଅହରି ଯାଇଥିଲେ।


ସିପୁନ ଶାରିରୀକ ସୁଖ ପ୍ରାପ୍ତି କରିବା ପରେ ସେ ଝିଅ ସହିତ ଆଉ ଫୋନ୍ ରେ କଥା ହେଲା ନାହିଁ। ସେ ଝିଅ କିନ୍ତୁ ଆଉ ଏକ ଝିଅ ଏକାଉଣ୍ଟ୍ କରି ଫେସବୁକ ରେ ସିପୁନ ସିଂ କୁ ଫ୍ରେଣ୍ଡ୍ ରିକୁଏଷ୍ଟ ସେଣ୍ଟ କଲା ପରେ ପରସ୍ପର ସହିତ କଥା ହେବାକୁ ଲାଗିଲେ। ଆଉ ସିପୁନ ଯେତେବଳେ ଦେଖା କରିବାକୁ ବାଲେଶ୍ୱର ଜିଲ୍ଲାର ଜଳେଶ୍ବର ଆସନ୍ତି ତାକୁ ଧରି ନେଇ ରାଜ ରାସ୍ତାରେ ନିଧୁମ୍ ଭାବରେ ଦୁଇ ତିନି ଜଣ ଝିଅ ପିଟି ରାଗର ପ୍ରତିଶୋଧ ନେଇଛନ୍ତି। ଏହି ଭିଡିଓ ଏବେ ମିଡ଼ିଆ ରେ ଭାଇରାଲ୍ ହେବାରେ ଲାଗିଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।