ସୋସିଆଲ୍ ମିଡିଆ ରେ ପୁଣି ଥରେ ଦେଖିବାକୁ ମିଳିଲା ଗୋଟେ ବେଦିରେ ବିବାହ କଲେ ମା ଓ ଝିଅ ତା ପରେ ଯାହା ହେଲା ଆପଣଙ୍କ ହୋସ୍ ଉଡିଯିବ

0

ଆଜି ର ଦୁନିଆ ତ ଆଗର ଦୁନିଆ ଠାରୁ ବହୁ ଆଗରେ ପହଞ୍ଚି ଗଲାଣି। ଲୋକ ମାନେ ଆଜି କାଲି ବହୁତ ଶିକ୍ଷିତ ହୋଇଗଲେଣି, ଏହା ଦ୍ୱାରା ସେମାନେ ଅନେକ ନୂତନ ନୂତନ ଜିନିଷ ସବୁ ଉଦ୍ଭାବନ କରି ଆମ ଦେଶକୁ ମଧ୍ୟ ବହୁ ଆଗକୁ ନେଇ ଗଲେଣି। ଆଜି ର ଦୁନିଆରେ ଲୋକ ମାନଙ୍କୁ ଆଉ କୌଣସି ଜିନିଷ ପାଇଁ ଅପେକ୍ଷା କରିବାକୁ ପଡୁନାହିଁ। ଆଗରୁ ଯେପରି ଗୋଟେ ଫୋନ୍ କଲ୍ କରିବା ପାଇଁ କିମ୍ବା ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ କିମ୍ବା ଏକ ଚିଠି ପତ୍ର ଦେବା ପାଇଁ ମାସ ମାସ ଧରି ଲୋକ ମାନଙ୍କୁ ଅପେକ୍ଷା କରିବାକୁ ପଡୁଥିଲା,ହେଲେ ଏବେ ଯେତେ ଦୂରରେ ଥିଲେ ବି ଆମ ମାନଙ୍କୁ ଆଉ ଏହି ସବୁ କାର୍ଯ୍ୟ ପାଇଁ ଅପେକ୍ଷା କରିବାକୁ ପଡୁ ନାହିଁ।


ତେବେ ଲୋକ ମାନେ ଆଜି ବହୁତ ଶିକ୍ଷିତ ହୋଇଗଲେଣି ଓ ଅନେକ ସ୍ମାର୍ଟ ମଧ୍ୟ ହୋଇଗଲେଣି। ସେଥିପାଇଁ ଏହି ଯୁଗ କୁ ସ୍ମାର୍ଟ ଯୁଗ ମଧ୍ୟ କୁହାଯାଉଛି। ଆଜି ର ଯୁଗ ରେ ଗୋଟେ ଛୋଟ ପିଲା ଠାରୁ ଆରମ୍ଭ କରି ବୃଦ୍ଧ ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ସ୍ମାର୍ଟ ହେଲେଣି,ଆଉ ସମସ୍ତେ ଗୋଟେ ଗୋଟେ ସ୍ମାର୍ଟ ଫୋନ୍ ଧରୁଛନ୍ତି ଏବଂ ସେଥିରେ ଥିବା ବିଭିନ୍ନ ସୋସିଆଲ୍ ସାଇଡ୍ସ ମାଧ୍ୟମରେ ସୋସିଆଲ୍ ସାଇଟ୍ ସହ ଯୋଡି ମଧ୍ୟ ଯାଉଛନ୍ତି। ତେବେ ସୋସିଆଲ ମିଡ଼ିଆ ଦ୍ୱାରା ଆମ ମାନଙ୍କ ର ବହୁ ଲାଭ ମଧ୍ୟ ହେଉଛି। ତେବେ ସୋସିଆଲ ମିଡ଼ିଆ ରେ ଆମେ ମାନେ ଦେଖିଥିବା ଦେଶ ବିଦେଶରୁ ପ୍ରତ୍ୟେକ ଦିନ ହଜାର ହଜାର ଫଟୋ, ଭିଡିଓ ଓ ଅନେକ ଆଶ୍ଚର୍ଯ୍ୟଜନକ ଭିଡିଓ ସବୁ ଭାଇରାଲ୍ ହେଉଛି। ସେହି ସବୁ ଭିଡିଓ ମଧ୍ୟରୁ କେତେକ ଭିଡିଓ ଆମ ମାନଙ୍କୁ ଅନେକ ଆଶ୍ଚର୍ଯ୍ୟ ଲାଗିଥାଏ, ସେଠାରେ ଥିବା ଲୋକ ମାନଙ୍କ କାର୍ଯ୍ୟ କଳାପ କୁ ନେଇ। ତେବେ ଏବେ ମଧ୍ୟ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖି ସବୁ ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଇଛନ୍ତି। ତେବେ ଆସନ୍ତୁ ଜାଣିବା ସେହି ଭିଡିଓ ସମ୍ପର୍କରେ।


ଏହି ଭିଡିଓ ଟି ଏବେ ସମଗ୍ର ଭାରତରେ ଏକ ବହୁତ ହିଁ ବଡ ଚର୍ଚ୍ଚା ର ବିଷୟ ପାଲଟିଛି। ତେବେ ଘଟଣା ଏହା କି ଯେ ଗୋଟିଏ ଦିନରେ ଗୋଟିଏ ସ୍ଥାନରେ ବାହା ହୋଇଛନ୍ତି ମାଆ ଓ ଝିଅ। ଗୋଟିଏ ବେଦି ରେ ବାହା ହୋଇଛନ୍ତି ମାଆ ଓ ଝିଅ। ମାଆ ଓ ଝିଅ ଙ୍କ ପାଇଁ ଗୋଟିଏ ମଣ୍ଡପ ସଜା ହୋଇଛି ଏବଂ ଜଣେ ହିଁ ବ୍ରାହ୍ମଣ କରୁଛନ୍ତି ମନ୍ତ୍ର ପାଠ ମାଆ ଓ ଝିଅ ଙ୍କ ପାଇଁ। ଏହା ପରେ ବିବାହ ସରିବା ପରେ ମାଆ ଓ ଝିଅ ଏକା ସାଥିରେ ବିଦା ମଧ୍ୟ ହୋଇଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ଘଟଣା ର ସମ୍ପୂର୍ଣ୍ଣ କଥା ସମ୍ପର୍କରେ, ପ୍ରକୃତି ଘଟଣା ଟି ହୋଇଥିଲା କଣ ସେହି ସମ୍ପର୍କରେ ଜାଣିବା।


ତେବେ ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଉତ୍ତରପ୍ରଦେଶ ର ଗୋରଖପୁର ରେ। ଗୋରଖପୁର ପୌରପାଲିକା ବ୍ଲକ୍ ରେ ଆୟୋଜିତ ଏକ ସାମୂହିକ ବିବାହ କାର୍ଯ୍ୟକ୍ରମ ରେ ମୋଟ୍ 63 ଜଣ ଯୋଡି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତେବେ ନିଜ ଝିଅ ତା ବୟସ ର ଏକ ପୁଅ ରାହୁଲ କୁ ବିବାହ କରିଥିବା ବେଳେ ତାର ମାଆ ବେଲାଦେବୀ ନିଜର ୫୫ ବର୍ଷୀୟ ଦିଅର ଜଗଦୀଶ ଙ୍କୁ ବାହା ହୋଇଛନ୍ତି। ଏହି ବିବାହ ଉତ୍ସବ ରେ ଜଣେ ମୁସଲମାନ୍ ଯୋଡି ମଧ୍ୟ ବାହା ହେଉଥିଲେ, ହେଲେ ଏଠାରେ ବାହା ହେଉଥିବା ୫୫ ବର୍ଷୀୟ ଦିଅର ଭାଉଜ ଙ୍କ ଯୋଡି ସବୁଠାରୁ ଚର୍ଚ୍ଚା ର ବିଷୟ ପାଲଟିଥିଲା।

ତେବେ ସୂଚନା ମୁତାବକ ଦିଅର ଜଣଙ୍କ ବାହାରେ ରୁହନ୍ତି ବହୁ ବର୍ଷ ହେବ ବିବାହ କରିନଥିଲେ। ପ୍ରାୟ ୨୫ ବର୍ଷ ପୂର୍ବରୁ ଜଗଦୀଶ ଙ୍କ ବଡ ଭାଇ ହରିହର ଙ୍କ ର ନିଧନ ହୋଇ ଯାଇଥିଲା। ଏହାପରେ ତାଙ୍କ ଭାଉଜ ନିଜର ସବୁ ପିଲା ମାନଙ୍କୁ ଭଲ ପାଠ ପଢାଇ ଭଲ ସଂସ୍କାର ଦେଇ ବଡ କରିବାରେ ଲାଗିଥିଲେ। ତେବେ ଏହି ଭାଉଜ ଦିଅର ଦୁଇ ଜଣ ପରସ୍ପରକୁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ସେହି ମଣ୍ଡପ ରେ ହିଁ ପରସ୍ପରକୁ ବିବାହ କରି ସାରା ଜୀବନ ପାଇଁ ଜୀବନ ସାଥୀ ହୋଇଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।