ବର୍ଷ ବର୍ଷ ଧରି ସେଠାରେ ପୂଜା ପାଉଛନ୍ତି ଗଣପତି ଏହି ଗଣେଶ ମୁର୍ତ୍ତୀର ରହସ୍ୟ ଆଜିପଯ୍ୟନ୍ତ କିଏବି ବୁଝି ପାରିନାହାନ୍ତି

0

ଭାରତ ଦେଶ ତ ମନ୍ଦିର ରେ ଭର୍ତ୍ତି, ଭାରତର ପ୍ରତ୍ୟେକ ସ୍ଥାନ ରେ ଭଗବାନ ମାନଙ୍କର ମନ୍ଦିର ଏବଂ ସେମାନଙ୍କ ର ବିଭିନ୍ନ ରୂପ ସବୁ ଦେଖିବାକୁ ମିଳେ। ତେବେ ଆମ ହିନ୍ଦୁ ଧର୍ମ ରେ ଭଗବାନ ଏବଂ ସେମାନଙ୍କ ର ବାହାନ ମାନଙ୍କୁ ମଧ୍ୟ ପୂଜା କରାଯାଏ। ଲୋକ ମାନେ ଅନେକ ବିଶ୍ୱାସ ଏବଂ ଭକ୍ତି କରିଥାଆନ୍ତି ଠାକୁର ମାନଙ୍କୁ। ହିନ୍ଦୁ ଧର୍ମ ରେ ୩୩ କୋଟି ଦେବା ଦେବୀ ଅଛନ୍ତି ବୋଲି ବିଶ୍ୱାସ କରାଯାଏ। ତେବେ ସେମାନଙ୍କୁ ଅନେକ ରୂପ ରେ ଆମ ଦେଶର ବିଭିନ୍ନ ସ୍ଥାନରେ ପୂଜା କରାଯାଏ। ଭଗବାନ ମାନଙ୍କର ଭିନ୍ନ ଭିନ୍ନ ରୂପ ସହ ଅନେକ ପ୍ରକାର ର ଆଶ୍ଚର୍ଯ୍ୟକର ଚମତ୍କାରିତା ମଧ୍ୟ ରହିଛି।


ଆମ ଦେଶରେ ଯେଉଁ ସବୁ ମନ୍ଦିର ଦେଖିବାକୁ ମିଳେ ସେହି ସବୁ ମନ୍ଦିର ରେ ଏକ ଏକ ଆଶ୍ଚର୍ଯ୍ୟକର କଥା ମଧ୍ୟ ଦେଖିବାକୁ ମିଳେ। ଅନେକ ମନ୍ଦିର ମାନଙ୍କ ରେ ତ ଏପରି କିଛି ଆଶ୍ଚର୍ଯ୍ୟ ର କଥା ଦେଖିବାକୁ ମିଳେ ଯାହାକୁ ଲୋକ ମାନେ ଶୁଣି ଆଶ୍ଚର୍ଯ୍ୟ ହୋଇଥାଆନ୍ତି ଏବଂ କହିଥାନ୍ତି ଭଗବାନ ଙ୍କ ର ଲୀଳା କେହି ଜାଣି ପାରିବେ ନାହିଁ। ଆମେ ଆମ ରାଜ୍ୟ ର ବଡଦେଉଳ ଜଗନ୍ନାଥ ଙ୍କ ମନ୍ଦିର ଦେଖିବା ଯଦି ସେହି ମନ୍ଦିର କୁ ନେଇ ଅନେକ ଇତିହାସ, ରହସ୍ୟମୟୀ କଥା ଏବଂ ଆଶ୍ଚର୍ଯ୍ୟକର କଥାକଳା ରହିଛି। ସେହି ପରି ଆମେ ଆପଣ ମାନଙ୍କୁ ଏହି କିଛୀ ଦିନ ତଳେ ଏକ ମନ୍ଦିର ସମ୍ପର୍କରେ କହିଥିଲୁ

ଯେଉଁ ଠାରେ ବର୍ଷ ବର୍ଷ ଧରି ମନ୍ଦିର ରେ ତେଲ ରେ ଦୀପ ଜଳିବା ବଦଳରେ ପାଣି ରେ ଜଳିଥାଏ। ଏବଂ ତାହା ପଛରେ ମଧ୍ୟ ରହସ୍ୟ ଥିଲା ଏବଂ ଆଶ୍ଚର୍ଯ୍ୟ କର କଥା ଏହା ଥିଲା କି ଦୀପ ଟି ପାଣି ରେ ଜଳେ ହେଲେ କେବଳ ସେହି ମନ୍ଦିର ପାଖରେ ଥିବା ନଦୀ ର ପାଣି ରେ ଜଳେ ଆଉ କେଉଁଠାରୁ ପାଣି ଆଣି ଦେଲେ ତାହା ଜଳି ନଥାଏ। ଆଜି ବି ଆମେ ଆପଣ ମାନଙ୍କୁ ସେହି ପରି ଏକ ମନ୍ଦିର ସମ୍ପର୍କରେ ଏବଂ ଏହି ମନ୍ଦିର ର ଆଶ୍ଚର୍ଯ୍ୟକର କର କଥା ସମ୍ପର୍କରେ କହିବୁ। ତେବେ ଏହି ମନ୍ଦିର ର ଏହି କଥା ସମ୍ପର୍କରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ କହିବେ ଆମ ଦେଶରେ ଏବେ ବି ଏପରି ସବୁ ଚମତ୍କାରିତା ଦେଖିବାକୁ ମିଳୁଛି ନା। ତେବେ ଆସନ୍ତୁ ଜାଣିବା ସେହି ସମ୍ପର୍କରେ।


ଭଗବାନ ଗଣେଷ ଙ୍କ ର ଏକ ଅଦ୍ଭୁତ ମୂର୍ତ୍ତି ଯାହାକି ୩୦୦୦ ଫୁଟ ରେ ଏକ ପାହାଡ ଉପରେ ଏକ ରହସ୍ୟ ରେ ରହିଅଛି। ଏହି ମୂର୍ତ୍ତି କୁ ଏତେ ଉଚ୍ଚ ସ୍ଥାନରେ କିଏ ରଖିଛି ଆଖି ପର୍ଯ୍ୟନ୍ତ କେହି ବି ଜାଣି ପାରି ନାହାଁନ୍ତି,କିନ୍ତୁ ଶାସ୍ତ୍ର ଅନୁଯାୟୀ ଏହି ମୂର୍ତ୍ତି କୁ ନେଇ ଅନେକ ପୌରାଣିକ କଥା ମଧ୍ୟ ରହିଛି ଯାହାକୁ ଜାଣିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ। ଭଗବାନ ଗଣେଶଙ୍କ ର ଏହି ମୂର୍ତ୍ତି ଟି ଛତିଶଗଡ ର ରାଜଧାନୀ ରାୟପୁର ଠାରୁ 385 କିମି ଦୂର ଆଉ ଦକ୍ଷିଣ ବନ୍ସ୍ତବ୍ ଜିଲ୍ଲା ର ମୁଖ୍ୟାଳୟ ଦନ୍ତେଇୱାଡା ଠାରୁ 24 କିମି ଦୂର ବେଲାଡିଲା ପାହାଡ ଉପରେ ଅବସ୍ଥିତ। ଭଗବାନ ଙ୍କ ର ଏଠାକାର ନାମ ହେଉଛି ଢୋଙ୍କଲ୍ ଗଣେଶ। ଗଣପତି ଙ୍କ ର ଏହି ପ୍ରତିମା ଟି ଡାହାଣ ହାତରେ ଫାର୍ସା ,ଉପର ବାମ ହାତରେ ଭାଙ୍ଗିଯାଇଥିବା ଗୋଟେ ଦାନ୍ତ , ତଳର ଡାହାଣ ହାତଟି ଅଭୟ ମୁଦ୍ରାରେ ଅଛି, ଆଉ ବାମ ର ତଳ ହାତରେ ମୋଦକ ଧାରଣ କରି ବସିଛନ୍ତି।

ଏହି ମୂର୍ତ୍ତି ଟି ସେହି ପାହାଡ ଉପରକୁ କେମିତି କିପରି ଗଲା ତାହା କେହି ଜାଣି ନାହାଁନ୍ତି। କିନ୍ତୁ ଅନୁମାନ ଅନୁସାରେ ଦଶମ ଶତାବ୍ଦୀରେ ଏହି ଜାଗା ରେ ସ୍ଥାପିତ କରା ଯାଇଥିଲା। ସେହି ସମୟ ରେ ଏଠାରେ ନାଗ ବଂଶ ରାଜା ଙ୍କ ର ଶାସନ ଥିଲା। ଭଗବାନ ଗଣେଶ ଙ୍କ ପେଟ ରେ ଏକ ନାଗ ସାପ ର ଚିହ୍ନ ଦେଖିପାରିବେ। କୁହାଯାଏ ମୂର୍ତ୍ତି ନିର୍ମାଣ କରିବା ସମୟ ରେ ନାଗ ବଂଶ ମାନେ ଏହି ଚିହ୍ନ କୁ ଆଙ୍କିଥିଲେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।