ଶୁଣନ୍ତୁ ଅଡିଓ କଲ୍ – ବ୍ୟାଙ୍କ କର୍ମଚାରୀ ବୋଲି କହି ତାଙ୍କ ଠାରୁ ଟଙ୍କା ଆଣି ତାଙ୍କୁ ଠକୁଛନ୍ତି ନିଆଁ ଭଳି ଭାଇରାଲ ହେଉଛି ଏହି ଭିଡିଓ

0

ଏବେ ତ ସବୁ ଲୋକ ବହୁତ ଶିକ୍ଷିତ ହେଲେଣି ସମସ୍ତେ ଅଧିକ ପାଠ ପଢି ଶିକ୍ଷିତ ହେଉଛନ୍ତି ଆଉ ଆଗ ପରି କେହି ଅଶିକ୍ଷିତ ରହୁନାହାଁନ୍ତି। ସମସ୍ତେ ଚାହୁଁଛନ୍ତି କିପରି ସେମାନେ ଅଧିକ ରୁ ଅଧିକ ପାଠ ପଢି ଅଧିକ ଶିକ୍ଷିତ ହେବେ ଏବଂ ଏକ ଭଲ ଚାକିରି ଟେ କରିବେ ନିଜ ଗୋଡରେ ନିଜେ ଠିଆ ହେବେ ଏବଂ କାହା ଉପରେ ସେମାନେ ଆଶା କରିବେନି କି କାହା କୁ ନିଜ ପାଇଁ କଷ୍ଟ ଦେବେନି। ତେବେ ଲୋକ ମାନେ ବହୁତ କଷ୍ଟ ମଧ୍ୟ କରୁଛନ୍ତି ପାଠ ପଢି ଏକ ଚାକିରି ପାଇବା ପାଇଁ। ଆଜି କାଲି ଦୁନିଆ ତ ବହୁତ କମ୍ପିଟେଟିଭ୍ ହେଲାଣି, ସବୁ ପିଲା ଅନେକ ଭଲ ଭଲ ପାଠ ପଢି ସବୁଥିରେ ଆଗରେ ରହୁଛନ୍ତି। ସେଥିପାଇଁ ଆଜି କାଲି ଦୁନିଆରେ ଖଣ୍ଡେ ଚାକିରି ପାଇବାକୁ ହେଲେ ବହୁତ କଷ୍ଟ କରିବାକୁ ପଡୁଛି।


ଆଜି କାଲି ଦୁନିଆରେ ଟଙ୍କାଟେ ପଇସା ରୋଜଗାର କରିବା ବହୁତ କଷ୍ଟ ହୋଇଗଲାଣି, ସେଥିପାଇଁ ଲୋକ ମାନଙ୍କୁ ଅନେକ କଷ୍ଟ କରିବାକୁ ପଡୁଛି। ଆପଣ ମାନେ ତ ଦେଖିବାକୁ ପାଉଥିବେ କିପରି ଭାବରେ ଲୋକ ମାନେ ଆଜି କାଲି ମିଛରେ ବ୍ୟାଙ୍କ ବାଲା ବୋଲି କହି, କିଛି ଗୋଟେ ପଲିସି କରିଦେବେ ବୋଲା କହି ଲୋକ ଙ୍କ ଠାରୁ ସେମାନଙ୍କ ଏକାଉଣ୍ଟ ନମ୍ବର ଆଦି ନେଇ ଏକାଉଣ୍ଟ ରେ ଥିବା ସବୁ ଟଙ୍କା କୁ ଲୁଟି ନେଉଛନ୍ତି କିମ୍ବା ସିଧାସଳଖ ଭାବେ ମଧ୍ୟ ଲୋକ ଙ୍କ ଠାରୁ ଟଙ୍କା ନେଇ ହଡପ୍ ହୋଇ ଯାଉଛନ୍ତି। ତେବେ ଆମେ ଆଜି ଆପଣ ମାନଙ୍କୁ ସେହିପରି ଜଣେ ବ୍ୟକ୍ତି ଙ୍କ ସମ୍ପର୍କରେ କହିବୁ ଯିଏ କି ନିଜକୁ ଜଣେ ବ୍ୟାଙ୍କ କର୍ମଚାରୀ କହି ଲୋକ ଙ୍କ ଠାରୁ ଟଙ୍କା ଲୁଟୁ ଛନ୍ତି।

ଏବେ ସୋସିଆଲ୍ ମିଡିଆ ରେ ଏହି ପରି ଏକ ଭିଡିଓ ଭାଇରାଲ୍ ହୋଇଛି, ଯେଉଁଥିରେ କି ସେହି ବ୍ୟକ୍ତି ଜଣକ ନିଜକୁ ଜଣେ ବ୍ୟାଙ୍କ ର କର୍ମଚାରୀ ବୋଲି ଦର୍ଶାଉଛନ୍ତି ଏବଂ ଏତେ ସବୁ କଥା ନିଜ କଷ୍ଟମର୍ ଙ୍କୁ କହୁଛନ୍ତି। ଏହି ଭିଡିଓ ରେ ସେହି ବ୍ୟକ୍ତି ଜଣକ ଏକ ପଡିଆ ରେ ବସିଛନ୍ତି ଏବଂ ଏତେ ସବୁ କଥା ଫୋନ୍ କରି ଜଣେ ବ୍ୟକ୍ତି ଙ୍କୁ କହି ତାଙ୍କୁ ଠକୁଛନ୍ତି। ତେବେ ତାଙ୍କ ପାଖରେ କେବଳ ଗୋଟିଏ ଫୋନ୍ ନୁହେଁ ତିନି ଚାରୋଟି ଫୋନ୍ ରହିଛି।

ସେହି ବ୍ୟକ୍ତି ଜଣକ ମଧ୍ୟ ଇଂରାଜୀ ରେ କଥା ହେଉଛନ୍ତି, ଆଉ ଏତେ ସୁନ୍ଦର ଭାବେ କଥା ହେଉଛନ୍ତି କି ଜଣେ କେହି ଡାଉଟ୍ ମଧ୍ୟ କରି ପାରିବେନି କି ସିଏ ଜଣେ ବ୍ୟାଙ୍କ ର କର୍ମଚାରୀ ନୁହେଁ ବୋଲି। ସେ ଇଂରାଜୀ ସହ ହିନ୍ଦୀ ବି ମଧ୍ୟ କହୁଛନ୍ତି। ସେ ଲୋକଙ୍କୁ ଅତି ସୁନ୍ଦର ଭାବେ ବୁଝାଉଛନ୍ତି। ସେ କହୁଛନ୍ତି ଆମେ କେବଳ ଆପଣଙ୍କ ପାଇଁ କାମ କରୁନୁ ସମସ୍ତଙ୍କ ପାଇଁ କରୁଛୁ କେବଳ ଆପଣଙ୍କ କାମ ଟି ପେଣ୍ଡିଙ୍ଗ୍ ହୋଇ ନାହିଁ ସମସ୍ତ ଙ୍କ କାମ ପେଣ୍ଡିଙ୍ଗ୍ ହୋଇ ରହିଛି। ଆମେ ଆପଣଙ୍କ ବ୍ରାଞ୍ଚ ରେ ଥିବା ବ୍ୟାଙ୍କ ରୁ କହୁଛୁ। ଆପଣ ଆମ ଉପରେ ପୁରା ବିଶ୍ୱାସ କରନ୍ତୁ କିଛି ବି ଅସୁବିଧା ହେବ ନାହିଁ। ସେହି ଫୋନ୍ ରେ ଥିବା ବ୍ୟକ୍ତି ଜଣକ ବୋଧେ ଏହି ବ୍ୟକ୍ତି ଙ୍କ କଥାକୁ ଡାଉଟ୍ କରିଲେ ସେହି ସମୟ ରେ ଏହି ବ୍ୟକ୍ତି ଜଣକ କହୁଛନ୍ତି, ଆପଣ କାହିଁକି ଆମର ବ୍ୟାଙ୍କ ଷ୍ଟାପ୍ ଙ୍କୁ ଡାଉଟ୍ କରୁଛନ୍ତି, ସେତେବେଳୁ ଆମ ବ୍ୟାଙ୍କ ର ଷ୍ଟାପ ଙ୍କୁ ଡାଉଟ୍ କରି ଯାଉଛନ୍ତି କଣ ପାଇଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।