ପ୍ରଥମଥର ପାଇଁ ସେୟାର କରିଲେ ତାଙ୍କ ଝିଅ ଙ୍କ ଫୋଟୋ ଦେଖନ୍ତୁ ଜଈ ଭାଇ ଙ୍କ ଝିଅ , କେତେ ସୁନ୍ଦର

0

ଓଡ଼ିଆ ସିନେମା ଜଗତରେ ଅନେକ ଭଲ ଭଲ ସିନେ କଳାକାର ଅଛନ୍ତି ଯାହାଙ୍କ ଅଭିନୟ ଦେଖିବାକୁ ଓଡ଼ିଶା ବାସୀ ଅନେକ ଆଗ୍ରହ ପ୍ରକାଶ କରନ୍ତି। ତେବେ ଜଈ ଭାଈ ଙ୍କ ଅଭିନୟ ହେଉଛି ସେହିପରି ନିଆରା। ଯାହାଙ୍କ ଅଭିନୟ ରେ ଓଡ଼ିଶା ବାସୀ ସବୁଦିନ ଝୁମିବାକୁ ଚାହାଁନ୍ତି। ତାଙ୍କର ବୟସ ହୁଏତ ଅଧିକ ହୋଇ ଯାଇଥାଇପାରେ ମାତ୍ର ତାଙ୍କର ଅଭିନୟ କୁ ଏବେ ମଧ୍ୟ ଓଡିଶା ବାସୀ ଦେଖିବାକୁ ପସନ୍ଦ କରନ୍ତି। ତେବେ ଜଈ ଭାଈ ଙ୍କ ଜୀବନୀ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ। ଜଈ ଭାଈ ଙ୍କ ଘର, ଆୟ ଏବଂ ତାଙ୍କ ପରିବାର ବିଷୟରେ ଆସନ୍ତୁ ଜାଣିବା।


ଜଈ ଭାଈ ହେଲେ ଓଡ଼ିଆ ସିନେମା ଜଗତରେ ଜଣେ ହାସ୍ୟକାର ଅଭିନେତା। ସେ ୧୯୪୮ ମସିହାରେ ମାହାଙ୍ଗା ରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଏବେ ବୟସ ପ୍ରାୟ ୭୧-୭୨ ବର୍ଷ ହେବ। ତାଙ୍କର ପୁରା ନାମ ହେଉଛି ଜୟରାମ ସାମଲ। ତେବେ ତାଙ୍କର ଅଭିନୟ ରେ କ୍ୟାରିୟର ଆରମ୍ଭ ହୋଇଥିଲା ୧୯୭୫ ମସିଆରେ। ତାଙ୍କର ଏବେ ପର୍ଯ୍ୟନ୍ତ ପ୍ରାୟ ୩୦୦ ରୁ ଅଧିକ ଓଡ଼ିଆ ସିନେମା ରେ କାମ କରି ସାରିଲେଣି। ତାଙ୍କର ପ୍ରଥମ ସିନେମା ହେଉଛି ସିନ୍ଦୂର ନୁହେଁ ଖେଳ ଘର। ତାଙ୍କର ଅନେକ ଫିଲ୍ମ ରେ କମେଡି ଭାବରେ ଅଭିନୟ ଦେଖିବାକୁ ମିଳିଥିଲା। ସେହିପରି ତାଙ୍କର ମାତ୍ର ଅଳ୍ପ କେତେକ ଓଡ଼ିଆ ଫିଲ୍ମ ରେ ନେଗେଟିଭ ଚରିତ୍ର ରେ ଦେଖିବାକୁ ମିଳିଥିଲେ।


ଜଈ ଭାଇ ହେଉଛନ୍ତି ଓଡ଼ିଆ ସିନେ ଜଗତର ଜଣେ ପ୍ରସିଦ୍ଧ ହାସ୍ୟକାର। ତାଙ୍କର ଅଭିନୀତ ଅନେକ ଓଡ଼ିଆ ସିନେମା ପୁରସ୍କାର ମଧ୍ୟ ପାଇ ସାରିଛି। ଏପରିକି ସେ ୨୦୦୮ ରେ ନିଜର ୩୦ ବର୍ଷ ର ଓଡ଼ିଆ ସିନେମା ପ୍ରତି ବିଶେଷ ଅବଦାନ ପାଇଁ ଜୀବନବ୍ୟାପୀ ସାଧନା ର ପୁରସ୍କାର ପାଇଥିଲେ। ତେବେ ତାଙ୍କର ବିଶେଷ ଭାବେ ଏକ ସ୍ଵର ଯାହା ତାଙ୍କର ହସ ପରି ହୋଇଥାଏ ସେଥିପାଇଁ ତାଙ୍କୁ ସମସ୍ତେ ପସନ୍ଦ କରି ଆସୁଛନ୍ତି। ସେ ପ୍ରଥମେ ଏକ ମଡେଲ ଭାବେ କାର୍ଯ୍ୟ କରି କମେଡିଆନ୍ ରୂପେ ନିଜର ପରିଚୟ ସୃଷ୍ଟି କରିଥିଲେ।


ତାଙ୍କର ଝିଅ ଏବେ ଓଡ଼ିଆ ସିନେମା ରେ ମଧ୍ୟ ପାଦ ଥାମି ପାରନ୍ତି ବୋଲି ଶୁଣିବାକୁ ମିଳୁଛି । ତେବେ ତାଙ୍କର ନୂଆ ଚେହେରା କୁ ଓଡ଼ିଆ ବାସୀ ଅନେକ ଭଲ ପାଇବା ଦେବେ ବୋଲି ଜଈ ଭାଈ ମଧ୍ୟ ଅନେକ ଉତ୍ସାହ ଅଛନ୍ତି। ତେଣୁ ତାଙ୍କର ପରିବାର ରେ ତାଙ୍କ ପତ୍ନୀ ମଧ୍ୟ ଏହାକୁ ନେଇ ଅନେକ ଆଗ୍ରହୀ ଥିବାର ଜଣା ଯାଉଛି। ତାଙ୍କର ଅଭିନୀତ ସିନେମା ଗୁଡ଼ିକ ହେଲା ଯାଯାବର, କ୍ରୀଷ୍ଣା ସୁଦାମା, ବଳିଦାନ , ସଉତୁଣୀ, ଦଣ୍ଡା ବାଳୁଙ୍ଗା, ମାନ ଅଭିମାନ, ଆରତୀ, ଜଗା ବଳିଆ, ଜନନୀ ଇତ୍ୟାତି । ତେବେ ଜଈ ଆଗକୁ ନିଜର କ୍ୟାରିୟର ଜାରି ରଖିବେ କି ନାହିଁ ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। କିନ୍ତୁ ତାଙ୍କୁ ଓଡ଼ିଆ ସିନେମା ସବୁଦିନ ପାଇଁ ମନେ ରଖିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।