ଏହା ମଧ୍ୟରୁ ବାଛନ୍ତୁ ଆପଣଙ୍କ ରାଶି ଓ ଜାଣନ୍ତୁ କେଉଁ ଦୋଷ ଲେଖାଅଛି ଆପଣଙ୍କ କୁଣ୍ଡଳିରେ

0

ହିନ୍ଦୁ ଧର୍ମ ରେ ପ୍ରଥମେ ଯେତେବେଳେ ଏକ ପିଲା ଜନ୍ମ ହୁଏ ପ୍ରଥମେ ୨୧ ରେ ତାର ପୂଜା କରାଯାଇ ଜ୍ୟୋତିଷ ଙ୍କୁ ଡାକି ତାର ଜାତକ ଏବଂ ତାର ରାଶି ବାହାର କରାଯାଏ। ସେହି ଜାତକ ରେ ଜ୍ୟୋତିଷ ଯାହା ଲେଖିଥାଆନ୍ତି ପରବର୍ତ୍ତୀ ସମୟ ରେ ଯଦି ସେହି ପିଲା ଜୀବନରେ କିଛି ଅସୁବିଧା ଲାଗି ରହେ, ସେ ସେହି ଜାତକ କୁ ନେଇ ଜ୍ୟୋତିଷ ଙ୍କୁ ଦେଖାଇଲେ ଜ୍ୟୋତିଷ କହିଦେଇଥାଆନ୍ତି କି ତାଙ୍କ ଜୀବନରେ କଣ ପାଇଁ ଅସୁବିଧା ହେଉଛି ଏବଂ କଣ ପାଇଁ ସେହି ବ୍ୟକ୍ତି ଜଣଙ୍କ ଏତେ କଷ୍ଟ ପାଉଛନ୍ତି। ତେବେ ଆମ ହିନ୍ଦୁ ଜାତିରେ ବାର ଟି ରାଶି ଅଛି।

ଏକ ମଣିଷ ଯେତେବେଳେ ଜନ୍ମ ନିଏ ସେ କିଛି ନା କିଛି ରାଶି ନେଇ ଜନ୍ମ ନେଇଥାଏ। ତେବେ ସେହି ରାଶି ଅନୁଯାୟୀ ଏବଂ ଗ୍ରହ ର ଚଳନ ଅନୁଯାୟୀ ମଣିଷ ର ଜୀବନ ଚାଲିଥାଏ। ମଣିଷ ଜୀବନରେ ତ ସବୁବେଳେ ଦୁଃଖ କଷ୍ଟ ଲାଗିରହିଥାଏ, ହେଲେ ଆପଣ ମାନେ କଣ ଜାଣିଛନ୍ତି କି ଆପଣ ମାନଙ୍କ ର ରାଶି ଅନୁଯାୟୀ ମଧ୍ୟ ଅନେକ କଷ୍ଟ ସବୁ ହୋଇଥାଏ ଆପଣ ମାନଙ୍କ ଜୀବନରେ। ତେବେ ଆସନ୍ତୁ ଦେଖିବା କେଉଁ ରାଶି ରେ କେଉଁ ସବୁ ଦୋଷ ଦେଖାଯାଇଥାଏ।

1 . ମେଷ ରାଶି :-
ମେଷ ରାଶିର ଲୋକେ ବହୁତ ରାଗି ସ୍ୱଭାବ ର ହୋଇଥାଆନ୍ତି। ଏହି ରାଶି ର ଲୋକ ମାନେ ଯେତେବେଳେ ରାଗି ଯାଆନ୍ତି ସେହି ସମୟ ରେ ସେମାନେ କାହାରି ନୁହଁନ୍ତି, ସେହି ସମୟ ରେ ସେମାନେ କାହା କଥା ବି ମାନି ନଥାଆନ୍ତି। ଏହି ରାଶି ର ଲୋକ ମାନେ ଯେତେବେଳେ ଏକ କାମ କରନ୍ତି ସେହି କାମ ରେ ପୂରା ମନ ଧ୍ୟାନ ଦେଇ କରିଥାଆନ୍ତି। ଏହି ରାଶି ର ଲୋକ ମାନେ ନିଜ ରାଗ କୁ କଣ୍ଟ୍ରୋଲ୍ କରି ପାରନ୍ତି ନାହିଁ ମର୍ଡର୍ ମଧ୍ୟ କରିଦିଅନ୍ତି।

2 . ବୃଷ ରାଶି :-
ଏହି ରାଶି ର ଲୋକ ମାନେ ଦୁନିଆରେ ସବୁଠାରୁ ଆଗ ନିଜ କଥା ଭାବି ଥାଆନ୍ତି, ଏହି ରାଶି ର ଲୋକେ ବହୁତ ସ୍ୱାର୍ଥପର ଏବଂ ଲୋଭୀ ସ୍ୱଭାବର ହୋଇ ଥାଆନ୍ତି।

3 . ମିଥୁନ ରାଶି :-
ଏହି ରାଶି ର ଲୋକ ମାନେ ବହୁତ ବେଈମାନ ହୋଇ ଥାଆନ୍ତି। ଏହି ରାଶିର ଲୋକ ମାନଙ୍କୁ ଆପଣ ଜାଣି ପାରିବେ ନାହିଁ କାହିଁକି ନା ଏହି ରାଶି ଟି ଦିବ୍ୟ ସ୍ୱଭାବ ର ଅଟେ।

4 . କର୍କଟ ରାଶି :-
ଏହି ରାଶି ର ଲୋକେ ଭୁଲ୍ ଭଗବାନ ବା ଭୁଲ୍ ମଣିଷ ସହ ବହୁତ ପ୍ରେମ କରି ଥାଆନ୍ତି। ଏହି ରାଶି ର ଲୋକେ କାହାକୁ ପାଇବା ପାଇଁ ବା ନିଜ ର ସ୍ୱାର୍ଥ ପୂରଣ କରିବା ପାଇଁ କିଛି ବି କରି ପାରନ୍ତି।

5 . ସିଂହ ରାଶି :-
ଏହି ରାଶି ର ଲୋକେ ନିଜ ଉପରେ ବହୁତ ଅହଙ୍କାର କରି ଥାଆନ୍ତି। ତେବେ ସେମାନେ ନିଜର ସେହି ଅହଙ୍କାର କୁ ନେଇ ଅନ୍ୟ ଲୋକ ମାନଙ୍କୁ ଗାଳି ମଧ୍ୟ ଦେଇ ଥାଆନ୍ତି। ଏହି ଲୋକ ମାନଙ୍କ ପାଇଁ ସମ୍ପର୍କ ଏତେ ମାନେ ରଖି ନଥାଏ।

6 . କନ୍ୟା ରାଶି :-
ଏହି ରାଶି ର ଲୋକେ ସବୁବେଳେ ନିଜକୁ ସବୁ ଜାଗାରେ ସବୁଠାରୁ ଊପରେ ଦେଖିବା ପାଇଁ ପସନ୍ଦ କରନ୍ତି। ଯଦି ସେମାନଙ୍କୁ ସେହି ମାନ ସମ୍ମାନ ମିଳି ନଥାଏ ତେବେ ସେ ବହୁତ ରାଗି ଥାଆନ୍ତି। ଏହି ରାଶି ର ଲୋକ ମାନଙ୍କ ପାଖରେ ଈର୍ଷା ଭାବ ବହୁତ ଦେଖିବାକୁ ମିଳେ।

7 . ତୁଳା ରାଶି :-
ଏହି ରାଶି ସ୍ୱାମୀ ଶୁକ୍ର ଅଟନ୍ତି, ଏହି ରାଶି ର ଲୋକ ମାନଙ୍କ ବିଷୟ ରେ ଜାଣିପାରିବା ଏତେ ସହଜ ନୁହେଁ ବହୁତ କଷ୍ଟ ହୋଇଥାଏ। ଏହିପରି ରାଶି ର ଲୋକ ଙ୍କ ପାଇଁ ସୁନ୍ଦରତା ବହୁତ ମହତ୍ବପୂର୍ଣ୍ଣ ହୋଇଥାଏ।

8 . ବିଚ୍ଛା ରାଶି :-
ଏହି ରାଶି ର ଲୋକ ମାନେ ବହୁତ କାମୁକ ହୋଇ ଥାଆନ୍ତି। ଏହି ରାଶିର ଲୋକ ମାନେ ବହୁତ ଜଣଙ୍କ ସମ୍ପର୍କ ରେ ରହିବା ପାଇଁ ବହୁତ ପସନ୍ଦ କରନ୍ତି। ଏହି ଭଳି ଲୋକ ବହୁତ ସହଜ ଭାବରେ କାହା ପ୍ରେମ ରେ ପଡି ଯାଆନ୍ତି।

9 . ଧନୁ ରାଶି :-
ଏହି ରାଶି ର ଲୋକ ମାନଙ୍କୁ ଭଲପାଇବା ଖୋଜିବାକୁ ପଡିଥାଏ। ଏହି ରାଶି ର ଲୋକ ମାନେ ବହୁତ ଫ୍ଲର୍ଟ ହୋଇ ଥାଆନ୍ତି। ଗୋଟିଏ ଜୀବନ ସାଥୀ ସହ ରହି ପାରନ୍ତି ନାହିଁ।

10 . ମକର ରାଶି :-
ଏହି ରାଶି ଲୋକ ବହୁତ ରାଗି ସ୍ୱଭାବର ହୋଇ ଥାଆନ୍ତି। ଏହି ରାଶି ର ଲୋକେ ଟଙ୍କା ପାଇଁ କୌଣସି ପ୍ରକାର ର କାମ କରିବା ପାଇଁ ପ୍ରସ୍ତୁତ ହୋଇ ଯାଆନ୍ତି।

11 . କୁମ୍ଭ ରାଶି :-
ଏହି ରାଶି ର ଲୋକ ମିଛ ସମ୍ମାନ ପାଇଁ ସାରା ଦୁନିଆ ସହ ଲଢି ଯାଆନ୍ତି। ଏହି ରାଶି ର ଲୋକ ଙ୍କୁ ସବୁଠାରୁ ଅଧିକ ନିଜ ଠାରୁ ପ୍ରେମ ହୋଇଥାଏ।

12 . ମୀନ ରାଶି :-
ଏହି ରାଶି ର ଲୋକ ମାନଙ୍କୁ ସ୍ୱପ୍ନ ଦେଖିବା ବହୁତ ପସନ୍ଦ ଅଟେ। କିନ୍ତୁ ସେହି ସ୍ୱପ୍ନ କୁ ପୂରଣ କରିବା ପାଇଁ କଷ୍ଟ କରିବାକୁ ହୁଏ ତାହା ସେମାନଙ୍କୁ ପସନ୍ଦ ନୁହେଁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।