7 ଦିନ – ନଖକୁ ଲମ୍ବା, ଶକ୍ତିଶାଳୀ ଏବଂ ସୁନ୍ଦର କରିବା ପାଇଁ ସର୍ବୋତ୍ତମ ଉପାୟ | ଆସନ୍ତୁ ଜାଣିବା କେଉଁ ସବୁ ଉପାୟ ଦ୍ବାରା

0

ଆଜିର ଯୁଗରେ ସମସ୍ତେ ସୁନ୍ଦର ଦେଖିବାକୁ ପସନ୍ଦ କରନ୍ତି, ସମସ୍ତଙ୍କଠୁ କେମିତି ଅଲଗା ଓ ସୁନ୍ଦର ଦେଖାଯିବେ। ତେବେ ଆଜିକାଲି ସମାଜରେ ରହୁଥିବା ଝିଅ ମାନେ ସବୁେବେଳ ସୁନ୍ଦର ଦେଖିବାକୁ ଚାଁହାନ୍ତି,ତେଣୁ ସେମାନେ ଅନେକ କିଛି କରି ଥାନ୍ତି ଏବଂ ତା ସହ ପୁଅ ମାନେ ମଧ୍ୟ ନିଜକୁ ସୁନ୍ଦର ରଖିବାକୁ ଚେଷ୍ଟା କରନ୍ତି।ତେଣୁ ଏଥି ପାଇଁ ଅନେକ ଉପାୟ ରହିଛି, ଯାହା ସେମାନେ ଆପଣେଇଥାନ୍ତି।

ତେବେ ସୁନ୍ଦର ଦେଖା ଯିବା ପାଇଁ ଝିଅ ପୁଅ ଆଦି ସମସ୍ତେ ଅନେକ ପ୍ରକାର ଚେଷ୍ଟା କରନ୍ତି। ତେବେ କହିବାକୁ ଗଲେ ,ଝିଅ ମାନେ ଏହା କରିବାକୁ ବେଶୀ ପସନ୍ଦ କରନ୍ତି। ତେବେ ଝିଅ ମାନଂକର ମୁଣ୍ଡ ର ବାଳ , ହାତ ର ନଖ , ମୁହଁ ଆଦି ସୁନ୍ଦର କରିବା ପାଇଁ ବହୁତ ପ୍ରକାର ଚେଷ୍ଟା କରନ୍ତି।ତେବେ ସବୁ ଝିଅ ନିଜ ହାତ ରେ ସୁନ୍ଦର ନଖ ରଖିବାକୁ ପସନ୍ଦ କରନ୍ତି। ତେବେ ତାକୁ ସୁନ୍ଦର ଓ ମୁଜବୁତ୍ ରଖିବା ପାଇଁ ଅନେକ ପ୍ରକାର ଜିନିଷ ବ୍ୟବହାର କରନ୍ତି,ଯାହା ନଖ ପାଇଁ ଭଲ ନୁହଁ। ତେବେ ଆସନ୍ତୁ ଜାଣିବା କେମିତି ଏକ ସୁନ୍ଦର ଓ ଲମ୍ବା ନଖ ପାଇ ପାରିବା।

ତେବେ ଆମେ ଜାଣିଚୁ କି ସାଧାରଣତଃ ନଖରେ ଯଦି ବେଶୀ ପାଣି ଲାଗେ ,ତେବେ ତାହା ପତଳା ହୋଇ ଯାଏ ଏବଂ ବେଳେ ବେଳେ ନଖ ହଳଦିଆ ଦେଖା ଯାଏ। ଯାହା ଆମ ନଖ କୁ ଅସୁନ୍ଦର କରିଦିଏ ।ତେବେ ନଖ କୁ ସୁନ୍ଦର ଓ ସଫା ରଖିବା ପାଇଁ , ଆମେ ପ୍ରଥମେ ଗୋଟେ ପାତ୍ରରେ କୋଲଗେଟ ନବା,ତା ପରେ ଗୋଟେ ଛୋଟ ଲେମ୍ବୁ ନବା , ତାକୁ କାଟି କି ସେହି କୋଲଗେଟ ଉପରେ ଚିପୁଡ଼ି ଦବା ।

ତେବେ ଲେମ୍ବୁ ଦବା ଦ୍ୱାରା ଏଥିରେ ଭିଟାମିନ୍ ସି ରହିଛି। ଯାହା ଆମ ନଖ କୁ ସଫା ରଖିବା ରେ ସାହାଯ୍ୟ କରେ। ତେବେ ତାକୁ ଭଲ ଭାବରେ ଗୋଳାଇ ଦେବା , ତା ପରେ ଘରେ ଥିବା ବ୍ରସରେ ସେହି ପେଷ୍ଟଟିକୁ ନେଇ ନଖ ରେ ଭଲ ଭାବେ ଘଷି ଦେବା ।


ତେବେ ୫ କିମ୍ବା ୬ ମିନଟ ପରେ ହାତ କୁ ଧୋଇ ଦେବା, ଦେଲେ ନଖ ଟି ସଫା ଓ ସୁନ୍ଦର ଦେଖା ଯିବ। ତେବେ ଆପଣ ବେଳେ ବେଳେ ଦେଖି ଥିବେ ନଖ ବଢେ ନାହିଁ। ତେବେ ଆପଣ ଙ୍କ ପାଇଁ ଏହାର ସହଜ ଉପାୟ ହେଉଛି , ଆପଣ ପ୍ରଥମେ ଘରେ ବ୍ୟବହାର ହେଉ ଥିବା ଭେସଲିନ୍ ରୁ ଅଳ୍ପ କିଛି ଆଣି ତାକୁ ଏକ ପାତ୍ର ରେ ରଖି ଦିଅନ୍ତୁ,ତା ପରେ ଅଳ୍ପ କିଛି ନଡ଼ିଆ ତେଲ ଆଣି ସେଥିରେ ପକାଇ , ଗୋଳାଇ ଦିଅନ୍ତୁ।

ତା ପରେ ଘରେ ତୁଳା କିମ୍ବା କପଡା ସାହାଯ୍ୟ ରେ ନଖ ର ମୂଳ ରେ ଭଲ ଭାବେ ଲଗାଇ ଦିଅନ୍ତି। ତେବେ ଏହା କୁ ରାତି ରେ କରନ୍ତୁ। ଦେଲେ ଯାଇ ଏହାର ଫଳ ମିଳିବ।ତେବେ ଏହି ଉପାୟ କୁ ଗୋଟେ ସପ୍ତାହ ନିୟମିତ କରନ୍ତୁ। ତା ପରେ ଦେଖିବେ ଆପଣ ଙ୍କ ନଖ କିଛି ମାତ୍ରା ରେ ବଢ଼ି ଥିବ। ତେବେ ଏହି ଉପାୟ କୁ ବ୍ୟବହାର କରନ୍ତୁ ଏବଂ ନିଜର ନଖ କୁ ସୁନ୍ଦର ଓ ଲମ୍ବା କରନ୍ତୁ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।