ଦେଶରେ ଆଉ ୩୫ ଦିନ ଲକ୍‌ଡାଉନ୍, ଘୋଷଣା କଲେ ପ୍ରଧାନମନ୍ତ୍ରୀ ; ଫିକାପଡିବ ଖ୍ରୀଷ୍ଟମାସ୍ ଓ ନୂଆବର୍ଷ । ସେୟାର କରି ସମସ୍ତଙ୍କୁ ଜଣାନ୍ତୁ….

0

ଆଜି କାଲି ର ପରିସ୍ଥିତି ସମ୍ପର୍କରେ କେବଳ ଆପଣ ମାନେ କିମ୍ବା ଆମେ ନୁହେଁ, ସାରା ବିଶ୍ୱ ଜାଣିଛି କି ସାରା ବିଶ୍ୱ ଏବେ କେଉଁ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଛି, କରୋନା ସମୟ ଦେଇ କିପରି ଗତି କରୁଛି ସାରା ମଣିଷ ସମାଜ। ଆମେ ମାନେ ତ ଜାଣିଛେ କିପରି ଭାବେ ଏହି ବର୍ଷ ର ଆରମ୍ଭ ରେ ହିଁ କରୋନା ଆମ ଦେଶରେ ତାର କାୟା ମେଲେଇଥିଲା ,କିନ୍ତୁ ତା ପୂର୍ବରୁ ସେ ଚୀନ୍ ଭଳି ଅନେକ ବଡ ବଡ ଦେଶରେ ନିଜର କାୟା ବିସ୍ତାର କରି ଅନେକ ନିରୀହ ଲୋକ ମାନଙ୍କ ଜୀବନ ନେଇ ସାରିଥିଲା। ଚୀନ୍ ରେ ହିଁ ଏହି ରୋଗ ପ୍ରଥମେ ଦେଖିବାକୁ ମିଳିଥିଲା, ଏଠାରେ ଏହା ଏତେ ଜଲ୍ଦି ସଂକ୍ରମିତ ହୋଇଗଲା ଯେ ଗୋଟିଏ ଦିନରେ ଏଠାରେ ହଜାର ହଜାର ଲୋକ ମୃତ୍ୟୁବରଣ କରିଲେ। ଏହା ଏପରି ଏକ ମହାମାରୀ ଥିଲା କି ଏହା ବହୁ ଜଲ୍ଦି ସଂକ୍ରମିତ ହେଉଥିଲା ଏବଂ ଲୋକ ମାନେ ଏଥିରୁ ଏତେ ଜଲ୍ଦି ଭଲ ହୋଇ ପାରୁନଥିଲେ ମରି ଯାଉଥିଲେ।


ତେବେ ଅନ୍ୟ ସବୁ ଦେଶ ମାନଙ୍କ ରେ କରୋନା ର ଏପରି ରୂପ ଦେଖି ଆମ ଦେଶର ସରକାର ପ୍ରଥମ ରୁ ହିଁ ସଚେତନ ହୋଇ ଯାଇଥିଲେ ଏବଂ କରୋନା ର ମୁକାବିଲା ପାଇଁ ପୁରା ପୁରି ପ୍ରସ୍ତୁତ ହୋଇ ଯାଇଥିଲେ। ଏହି ସମୟ ରେ ଲୋକ ମାନେ ପୁରା ପୁରି ଘରେ ହିଁ ରହୁଥିଲେ, କେବଳ ଜରୁରୀକାଳୀନ ପରିସ୍ଥିତି ରେ ହିଁ ଘରୁ ବାହାରକୁ ବାହାରୁ ଥିଲେ। ବାହାରେ ୨୪ ଘଣ୍ଟା ଧରି ପୋଲିସ୍ ମାନେ ତଦାରଖ କରୁଥିଲେ, ଅମାନିଆ ମାନଙ୍କୁ ମଧ୍ୟ ଅନେକ ମାଡ ମାରୁଥିଲେ ଅନେକ ଲୋକ ଏହି ମାଡ ଡରରେ ବିନା କାରଣରେ ଘରୁ ବାହାରୁ ନଥିଲେ। ସବୁ ଲୋକ ପ୍ରାୟ ଘରେ ରହି ସରକାର ଙ୍କ ସମସ୍ତ ନିୟମ କୁ ମାନୁଥିଲେ ସରକାର ଙ୍କ କହିବା ଅନୁଯାୟୀ ମାସ୍କ ବ୍ୟବହାର କରୁଥିଲେ, ପରସ୍ପର ମଧ୍ୟରେ ସାମାଜିକ ଦୂରତା ବଜାୟ ରଖୁଥିଲେ।


ଏହି ସବୁ କରିବା ଦ୍ୱାରା ଆମ ଦେଶରେ କରୋନା କୁ ଅନେକ ପରିମାଣ ରେ ରୋଖାଯାଇ ପାରିଥିଲା। ଅନ୍ୟ ଦେଶ ମାନଙ୍କ ପରି ଆମ ଦେଶର ଅବସ୍ଥା ହୋଇନଥିଲା, କରୋନା ଆମ ଦେଶରେ କଣ୍ଟ୍ରୋଲ୍ ରେ ଥିଲା। 4,5 ମାସ ପର୍ଯ୍ୟନ୍ତ ଆମ ଦେଶରେ ଲକ୍ଡାଉନ୍ ବଳବତ୍ତର ଥିଲା। ଲୋକ ମାନେ ମାସେ ମାସେ ଧରି ଘରେ ରହୁଥିଲେ ବାହାରକୁ ବାହାରୁ ନଥିଲେ। ସମସ୍ତ ଙ୍କ ର ସବୁ କାମ ଦାମ ବନ୍ଦ ଥିଲା, ଅଫିସ୍, ସ୍କୁଲ୍, କଲେଜ୍, ଆଦି ସବୁ ବନ୍ଦ ଥିଲା। ଏହା ଯୋଗୁଁ ଆମ ସରକାର ଙ୍କ ଅନେକ ଆର୍ଥିକ କ୍ଷତି ସହିବାକୁ ପଡିଲା।

ଏହାପରେ ସରକାର ଆମ ଦେଶରେ ଲକ୍ଡାଉନ୍ କୁ ଉଠାଇ ଅନଲକ୍ ର ପ୍ରକ୍ରିୟା ଆରମ୍ଭ କରିଲେ। ଏହି ନିୟମ ରେ ଅନେକ ପ୍ରକାର ର ନିୟମ ରେ କୋହଳ ହେଲା, ଲୋକ ମାନେ ବାହାରକୁ ବାହାରି ପାରିଲେ ଅନେକ କାର୍ଯ୍ୟ କରି ପାରିଲେ। ତେବେ ଅନେକ ଦେଶ ମଧ୍ୟ ଲକ୍ଡାଉନ୍ ବ୍ୟବସ୍ଥା କୁ ନିଜ ଦେଶରେ ଲାଗୁ କରିଥିଲେ ପରେ ଏହାକୁ ଉଠାଇ ଦେଇଥିଲେ, ଏବେ କିନ୍ତୁ ସେହି ସବୁ ଦେଶ ମାନଙ୍କ ରେ କରୋନା ବହୁତ ଭୟାନକ୍ ହେବାରୁ ସେମାନେ ପୁଣି ଲକ୍ଡାଉନ୍ ଲାଗୁ କରିବାକୁ ଯାଉଛନ୍ତି। ତେବେ ଆସନ୍ତୁ ଜାଣିବା କେଉଁ ସବୁ ଦେଶ ମାନଙ୍କ ରେ ଲକ୍ଡାଉନ୍ ପୁଣି ଥରେ ଲାଗୁ ହେବାକୁ ଯାଉଛି।

କରୋନା ର ଭୟାବହତା ବେଶୀ କରି ଆମେରିକା, ଇଟାଲୀ, ଜର୍ମାନୀ, ଫ୍ରାନ୍ସ ଆଦି ରେ ଦେଖିବାକୁ ମିଳୁଛି। ଏଠାରେ କରୋନା କମିବା ବଦଳରେ ଦିନକୁ ଦିନ ବଢିବାରେ ଲାଗୁଛି। ଏହି ସବୁ ଲିଷ୍ଟ ରେ ନେଦରଲ୍ୟାଣ୍ଡ ବି ଏବେ ଯୋଡି ହୋଇ ଯାଇଛି। ଏଠାକାର ସରାକାର ଏଠାରେ ପୁଣିଥରେ ଲକାଡାଉନ୍ ଲାଗୁ କରିବାକୁ ଯାଉଛନ୍ତି। ତେବେ ଆଗାମୀ ପାଞ୍ଚ ସପ୍ତାହ ପର୍ଯ୍ୟନ୍ତ ଏଠାରେ ଲକ୍ଡାଉନ୍ ଲାଗୁ ହେବାକୁ ଯାଉଛି। ଆଗକୁ ବଡଦିନ, ନୂଆବର୍ଷ ଆସୁଛି, ଆଉ ପାଞ୍ଚସପ୍ତାହ ମାନେ ନୂଆବର୍ଷ ପରେ ଏହା ଉଠିପାରେ। ତେବେ ଲୋକ ମାନେ ଏଠାରେ ନୂଆ ବର୍ଷ ଏବଂ ବଡଦିନ କୁ ପାଳନ କରି ପାରିବେନି ଏଠାରେ ଏଥର ଏହି ସବୁ ଫିକା ପଡିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।