ସରକାର ଙ୍କର ବଡ ଘୋଷଣା । ସ୍କୁଲ୍ ରେ ଯୋଗାଇ ଦିଆଯିବ ଜଳଖିଆ ।। ଏଥର ଦୁଇ ଥର ପିଲା ମାନଙ୍କୁ ସ୍କୁଲ୍ ରେ ଖାଦ୍ୟ ଦିଆଯିବ, ଆପଣଙ୍କ ପିଲା ବିଦ୍ୟାଳୟ ଯାଉଥିଲେ ଦେଖନ୍ତୁ……

0

ଓଡ଼ିଶା ପରି ରାଜ୍ୟରେ ଖାଦ୍ୟ ର ଅଭାବ ରହିଛି। ଅନେକ ଜିଲ୍ଲା ରେ କେତେକ ସାଧାରଣ ଲୋକ ଏବେ ମଧ୍ୟ ଅନାହାର ରେ ଜୀବନ କାଟୁଛନ୍ତି। ତେବେ ଦୁଇ ଓଳି ଖାଇବାକୁ ପାଉ ନଥିବା ପରିବାର ର ପିଲା ମାନେ କିପରି ଶିକ୍ଷା ଗ୍ରହଣ କରିବାକୁ ଆସିବେ ? ସେଥିପାଇଁ ଭାରତ ସରକାର ପ୍ରତି ରାଜ୍ୟ ପାଇଁ ମଧ୍ୟାହ୍ନ ଭୋଜନ ର ବ୍ୟବସ୍ଥା କରିଥିଲେ। ଆଉ ତାହା ମଧ୍ୟ ଓଡିଶା ପରି ରାଜ୍ୟ ରେ ଦୀର୍ଘ ଦିନ ଧରି ଚାଲି ଆସୁଛି। ତେବେ ସ୍କୁଲ ଗୁଡ଼ିକୁ ପିଲା ଅନେକ ସମୟରେ ଭୋକ ଉପାସ ରେ ଆସି ପାଠ ପଡୁଛନ୍ତି। ତେଣୁ ଏବେ ରାଜ୍ୟ ସରକାର ଏହି ସମସ୍ୟା କୁ ଦୂର କରିବାକୁ ଜଳଖିଆ ର ବ୍ୟବସ୍ଥା କରିବାକୁ ସ୍ଥିର କରିଛନ୍ତି।


ଆସନ୍ତା ଶିକ୍ଷା ବର୍ଷ ୨୦୨୧-୨୦୨୨ ରୁ ଏହି ଯୋଜନା କାର୍ଯ୍ୟକାରୀ ହୋଇପାରିବ ବୋଲି ସରକାର ଘୋଷଣା କରିଛନ୍ତି। ଏହି ଯୋଜନା ଦ୍ୱାରା ଏବେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ସହିତ ଜଳଖିଆ ଦେବାର ସୁବିଧା କରାଯିବ। ଛାତ୍ର ଛାତ୍ରୀ ମାନେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟ କିପରି କରିବେ ସେଥିପାଇଁ ଅନେକ ସମୟରେ ସରକାର ଅନେକ ସୁବିଧା ସୁଯୋଗ ଯୋଗାଇ ଦେଇ ଆସୁଛନ୍ତି। ଛାତ୍ର ଛାତ୍ରୀ ମାନଙ୍କୁ ମାଗଣା ରେ ପୁସ୍ତକ ଦେବା ସହିତ, ପୋଷାକ ଏବଂ ଶୁ ମଧ୍ୟ ଯୋଗାଇ ଦେଇ ଆସୁଛନ୍ତି। ପ୍ରାଥମିକ ବିଦ୍ୟାଳୟ ରେ ପିଲାମାନେ କିପରି ଅଧିକ ମାତ୍ରାରେ ଅଂଶଗ୍ରହଣ କରି ପାରିବେ ସେଥିପାଇଁ ସରକାର ସର୍ବଦା କାର୍ଯ୍ୟରତ ଅଛନ୍ତି।

ଭାରତରେ ନୂଆ ଶିକ୍ଷାନୀତି ରେ ଏହି ଯୋଜନା କୁ ପ୍ରସ୍ତାବ ଆକାରରେ ରଖା ଯାଇଥିଲା। ତା ପରେ କ୍ୟାବିନେଟ୍ ରେ ମଧ୍ୟ ଏହାକୁ ଗ୍ରହଣ କରାଯାଇଥିଲା। ଏହା ପରେ ସରକାର ଛାତ୍ର ଛାତ୍ରୀ ମାନଙ୍କୁ ବିଦ୍ୟାଳୟ ସ୍ଥରରେ ଦୁଇଥର ଖାଦ୍ୟ ମାଗଣା ରେ ଦିଆଯିବ। ଗୋଟିଏ ଜଳଖିଆ ଭାବରେ ଅନ୍ୟଟି ମଧ୍ୟାହ୍ନ ଭୋଜନ ଭାବରେ ଯାହା ପୁର୍ବରୁ ଚାଲିଆସିଛି। ତେବେ ନୂଆ ଜଳଖିଆ ଖର୍ଚ୍ଚ ପ୍ରସ୍ତାବ କୁ କ୍ୟାବିନେଟ୍ ରେ ମଧ୍ୟ ମଞ୍ଜୁରୀ ମିଳିଛି। ଅନେକ ସମୟର ଦେଖାଯାଏ ରାଜ୍ୟରେ ଅଧିବାସୀ ପିଲାମାନେ ଖାଦ୍ୟ ନ ଖାଇ ବିଦ୍ୟାଳୟ ଗୁଡ଼ିକୁ ଆସନ୍ତି। ତାହା ସହିତ ଏହି ବୟସରେ ପୋଷକ ର ଅଭାବ ପାଇଁ ଅପପୃଷ୍ଟି ରୋଗ ଅଧିକ ମାତ୍ରାରେ ଆକ୍ରାନ୍ତ ହେଉଛନ୍ତି।


ଓଡ଼ିଶା ସରକାର ଏହି ଜଳଖିଆ ଯୋଜନା କୁ କାର୍ଯ୍ୟକାରୀ କରିବା ପାଇଁ ଏବେ ପ୍ରାୟ ୪୩ ହଜାର ବିଦ୍ୟାଳୟ ଗୁଡ଼ିକୁ କିଚେନ୍ ଗାର୍ଡେନ ପାଇଁ ୫ ଲକ୍ଷ ଲେଖାଏଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି କିଚେନ ଗାର୍ଡେନ ରୁ ମିଳୁଥିବା ଫଳ ଗୁଡ଼ିକୁ ଏହି ପିଲା ମାନଙ୍କୁ ଜଳଖିଆ ରୂପେ ପ୍ରଦାନ କରାଯିବ। ସେଥିପାଇଁ ଏହି ବିଦ୍ୟାଳୟ ଗୁଡିକରେ ପାଚେରୀ କରିବା ସହିତ ଜଳସେଚନ ପାଇଁ ମଧ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆ ଯାଇଛି। ତେଣୁ ଏହା ଦ୍ଵାରା ବିଦ୍ୟାଳୟ ସୁନ୍ଦର ହେବା ସହିତ ପିଲା ମାନେ ମଧ୍ୟ ପୃଷ୍ଟିକର ଫଳ ଏବଂ ପନିପରିବା ପାଇ ପାରିବେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।