ଶୁଣନ୍ତୁ ଅଡିଓ ରେକଡିଂ – ସୋସିଆଲ ମିଡ଼ିଆରେ ଭାଇରାଲ୍ ଅରୁଣ ବୋଥ୍ରା ଙ୍କ ର ଏକ ଅଡିଓ ରେକର୍ଡ ପରୀ ର ନ୍ୟାୟ ପାଇଁ ଅଧକରୁ ଅଧକ ସେୟାର କରନ୍ତୁ

0

ଆମ ଦେଶର ଲୋକ ମାନଙ୍କ ର ଚିନ୍ତାଧାରା କଥା ତ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ, ଯେଉଁ ପରି ଭାବରେ ଆମ ସୋସାଇଟି ରେ ଝିଅ, ବୋହୂ ମାନଙ୍କ ର ଇଜ୍ଜତ୍ ଲୁଟ୍ ହେଉଛି ସେହି ସବୁ କୁ ଦେଖି ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରୁଥିବେ ଲୋକ ମାନଙ୍କ ର ଚିନ୍ତାଧାରା କେତେ ନିଚ୍ଚ ଧରଣର ବୋଲି। ଲୋକ ମାନେ ଏବେ ଏତେ ତଳକୁ ଖସି ଯାଉଛନ୍ତି ଏବଂ ଏତେ ନୃଶଂସ ହୋଇ ଯାଉଛନ୍ତି ସେହି ସବୁ କଥା ଭାବିଲା ବେଳକୁ ମନରେ କେବଳ ଗୋଟିଏ ପ୍ରଶ୍ନ ଆସୁଛି, ଗୋଟେ ଲୋକ କଣ ଏତେ ତଳକୁ ଖସି ଯାଇପାରେ ଏବଂ ଏତେ ମାତ୍ରାରେ ନୃଶଂସ ହୋଇପାରେ?

ଲୋକ ମାନେ କାହା କଥା ବି ଟିକେ ଭାବୁ ନାହାଁନ୍ତି, କେବଳ ନିଜ କଥା ଏବଂ ନିଜ ଆତ୍ମସନ୍ତୋଷ କଥା ଭାବୁଛନ୍ତି। ସେମାନେ କେବଳ ନିଜର ମାତ୍ରା କିଛି ସମୟ ର ମଜା ପାଇଁ ଏକ ଝିଅ ର ଜୀବନ ନଷ୍ଟ କରିଦେଉଛନ୍ତି। ଏବେ ତ ଆମ ସମାଜ ରେ ଏହାର ମାତ୍ରା ଏତେ ମାତ୍ରାରେ ବଢି ଯାଇଛି କି ଅନ୍ୟ ବାପା, ମାଆ ଏବଂ ଝିଅ ମାନେ ନିଜେ ମଧ୍ୟ ଘରୁ ବାହାରକୁ ବାହାରିବାକୁ ଡରୁଛନ୍ତି।

ତେବେ ଆମ ରାଜ୍ୟରେ ବି ଏପରି ବି ଏକ ଘଟଣା କିଛି ମାସ ତଳେ, ଏହା ଏକ ଝିଅ କି କେଉଁ ବୋହୂ ର ହତ୍ୟା ନୁହେଁ ଏହା ଏକ ଛୋଟ କଅଁଳ ଶିଶୁ ଟି ର ହତ୍ୟା କରା ଯାଇଛି। ଏହି କଥା ଏବେ ଆମ ସାରା ରାଜ୍ୟରେ ଏକ ଚର୍ଚ୍ଚା ର ବିଷୟ ପାଲଟିଛି। ଖାଲି ଆମ ରାଜ୍ୟ ନୁହେଁ ସାରା ଦେଶ ର ଲୋକ ଏବେ ସ୍ୱର ଉଠାଉଛନ୍ତି ପରୀ କୁ ନ୍ୟାୟ ଦେବା ପାଇଁ। କୁନି ଝିଅ ପରୀ କୁ ନ୍ୟାୟ ଦାବି ରେ ଚାରିଆଡେ ଅସନ୍ତୋଷ ଏବଂ ବିଦ୍ରୋହ ର ନିଆଁ ଜଳୁଛି। ଏହି କଥା ଏବେ ଆମ ରାଜ୍ୟ ରାଜଧାନୀ ଠାରୁ ଆରମ୍ଭ କରି ଦେଶର ରାଜଧାନୀ ପର୍ଯ୍ୟନ୍ତ ମଧ୍ୟ ଏକ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଲାଣି। ପରୀ କୁ ନ୍ୟାୟ ମିଳିଗଲେ ଏହି ସବୁ ସମସ୍ୟା ର ସମାଧାନ ହୋଇଯିବ।

ପରୀର ବାପା ମାଆ ପରୀ କୁ ନ୍ୟାୟ ଦାବି ରେ ଅନେକ ବ୍ୟାକୁଳ ହେଉଥିଲେ,ଆଉ ନ୍ୟାୟ ନ ପାଇବା ପରେ ତାର ବାପା ମାଆ ବିଧାନସଭା ଆଗରେ ଆତାମାହୂତି ଦେବା ପାଇଁ ବି ଉଦ୍ୟମ କରିଥିଲେ। ଏବେ ଏହି ପ୍ରସଙ୍ଗ କୁ ନେଇ ଆଉ ଏକ ଖବର ସୋସିଆଲ୍ ମିଡିଆ ରେ ଦେଖିବାକୁ ମିଳିଛି। ଅରୁଣ ବୋଥ୍ରା ଙ୍କ ର ଏକ ଅଡିଓ ରେକର୍ଡ ଶୁଣିବାକୁ ମିଳୁଛି, ତେବେ ଆସନ୍ତୁ ଜାଣିବା ଏହି ସମ୍ପର୍କ ରେ।

ଏହି ଅଡିଓ ରେ ଅରୁଣ ବୋଥ୍ରା କାହାଙ୍କୁ କହୁଛନ୍ତି, “ ମୁଁ ଦିନ ସାରା ଲୋକ ଙ୍କୁ ସାହାଯ୍ୟ କରୁଛି ତମ ମାନଙ୍କୁ ଜୋତା ମାରିବା କଥା…. ତମ ମାନଙ୍କୁ ”। “ ସେହି ବ୍ୟକ୍ତି ଜଣକ କହୁଛନ୍ତି ସାର୍ ଆପଣ ବି ଦେଖି ନାହାଁନ୍ତି ମୁଁ ଲେଖିଛି ଅରୁଣ ବୋଥ୍ରା ଙ୍କ ପରି ସାର୍ ନାହାଁନ୍ତି ”। ଅରୁଣ ବୋଥ୍ରା ପୁଣି କହୁଛନ୍ତି,“ଓହୋ ତମେ ଲେଖୁଛ ମୋ ସରକାର କାମ କରୁନି, ଅରୁଣ ବୋଥ୍ରା କାମ କରୁଛି, ଏଇଆ କହୁଛ ତମେ”। ଏହିପରି ଅନେକ କଥା କହି ଦୁହେଁ ପାଟି ତୁଣ୍ଡ କରୁଛନ୍ତି। ଅରୁଣ ବୋଥ୍ରା ସାର୍ ବହୁତ ରାଗିଥିବା ମଧ୍ୟ ତାଙ୍କ କଥାରୁ ଜଣା ପଡୁଛି।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।