ଗାଁ ଶ୍ମଶାନ ରେ ଏକା ସହ ଦୁଇ ପୁଅ ଙ୍କ ର ଜଳିଲା ଜୁଈ , ଦୟାକରି ଏହି ପିଲା ଦୁଇ ଜଣଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ

0

ମୃତ୍ୟୁ ଏମିତି ଏକ ଜିନିଷ ଯାହାକୁ ନା କେବେ କିଏ ଦେଖିଛି ନା ଜାଣିଛି,ଏହା ହଠାତ୍ ଆସେ ଓ ଚାଲିଯାଏ ଏବଂ ଦେଇଯାଏ କେବଳ ଦୁଖ ଆଉ ଯନ୍ତ୍ରଣା। ଏହା କେବେ କେମିତି କେଉଁ ଋପରେ କାହା ପାଖକୁ ଆସିବ ତାହା କେହି କରିପାରିବେ ନାହିଁ। ସେ କେବେ ଦେଖେନାହି କିଏ ବଡ ଆଉ କିଏ ସାନ, ଦେଖେ ନାହିଁ କିଏ ବାପ ଓ କିଏ ପୁଅ। ହଁ ଆଜ୍ଞା ଏହି ଭଳି ଅଭାବନୀୟ ଘଟଣାଟିଏ ଘଟିଯାଉଛି ଆଜି,ତାହା ହେଲେ ଆସନ୍ତୁ ଜାଣିବା ପ୍ରକୃତ ଘଟଣାଟିକୁ। ବାଲେଶ୍ୱର ଜିଲ୍ଲା ର ଜଳେଶ୍ଵର ର ବାଣିଦା ଗ୍ରାମ ରେ ଘଟି ଯାଇଛି ଏଭଳି ଏକ ଘଟଣା, ଯାହା କୁ ନେଇ ସେହି ଅନ୍ଚଳରେ ଖେଳି ଯାଇଛି ଶୋକର ଛାୟା।

ଘଟଣା ଟି ହେଉଛି ବାଣିଦା ଗ୍ରାମ ର ରନ୍ଜିତ ଦାସ ଙ୍କ ଘରେ ଦୁଇ ପୁଅ ଙ୍କ ଏକ ଆକ୍ସିଡେଣ୍ଟ ରେ ମୃତ୍ୟୁ ଘଟିଛି ଏବଂ ସେହି ଦୁଇଜଣ ଙ୍କ ନାମ ହେଉଛି ଈଶ୍ବର ଏବଂ ସ୍ବାଧୀନ। ଘର ଲୋକ ଙ୍କ କହିବା ଅନୁସାରେ ଦୁଇ ଭାଇ ଆଜି ସକାଳେ କମର୍ଦା କୋଚିଙ୍ଗ ସେଣ୍ଟର ଟ୍ୟୁସନ ପାଇଁ ଯାଇଥିଲେ,ଫେରିବା ବେଳେ ସାତସୁଳିଆ ଠାରେ ଏକ ଡମ୍ଫର ଜୋରରେ ଆସି ନିଜର ଭାର ସାମ୍ୟ ହରାଇ ସାମ୍ନା ପଟରୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବଡବାପା ଅଳ୍ପକେ ବର୍ତି ଯାଇଥିଲେ,କିନ୍ତୁ ଦୁଇ ପୁଅ କୁ ୧୦୮ ଯୋଗେ ଜଳେଶ୍ଵର ଡାକ୍ତର ଖାନା ନେଇଯାଇ ଥିଲେ ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ବୋଲି ଘୋଷଣା କରି ଥିଲେ।

ଗାଁ ମୁଣ୍ଡ ମଶାଣୀ ରେ ଜଳୁଛି ଦୁଇ ଭାଇ ଙ୍କ ଜୁଇ,ଯାହାକୁ ଦେଖି ପରିବାରରେ ଶୋକ ର ଛାୟା ଖେଳି ଯାଇଛି। କୁହାଯାଏ ବାପ ର ଚିତା କୁ ପୁଅ ନିଆଁ ଦେଲେ ବାପ ମୁକ୍ତି ପାଏ,କିନ୍ତୁ ଆଜି ବାପ ଦେଉଛି ପୁଅ ମୁହଁ ରେ ନିଆ। ଏହି ଘଟଣା କୁ ନେଇ ପିଲାର ବଡବାପା ସରକାର ଙ୍କ ଙ୍କୁ ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି ସରକାର ସର୍ଭେ କରି ଦେଖୁଛନ୍ତି ପ୍ରତି ବର୍ଷ ଡମ୍ଫର ଆକ୍ସିଡେଣ୍ଟ ରେ କେତେ ଜୀବନ ଯାଉଛି। ଡମ୍ଫର ଡ୍ରାଇଭର ନିଶାସକ୍ତ ହୋଇ ଗାଡି ଚଲଉଛନ୍ତି, ଗାଡି ଜୋର୍ ରେ ଚଲେଇ ନିଜର ଭାରସାମ୍ୟ ହରେଇ ଲୋକ ଙ୍କୁ ଧକ୍କା ଦେଇ ଚାଲି ଯାଉଛନ୍ତି।

ତେଣୁ ସରକାର ସେମାନ ଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ଏବଂ ଏହି ଦୁଃଖୀ ପରିବାର କୁ ସହାୟତା ଦିଅନ୍ତୁ।ସେପଟେ ଘଟଣା କୁ କେନ୍ଦ୍ର କରି ଆକ୍ସିଡେଣ୍ଟ ଘଟିଥିବା ସ୍ଥାନ ରେ ଗାଁ ଲୋକ ରାସ୍ତା ଅଟକ କରିଥିଲେ,ରାସ୍ତା ରେ ଟାୟାର ଜାଳି ପରିବାର ଲୋକ ଙ୍କୁ ସରକାରୀ ସହାୟତା ଦେବାପାଇଁ ଦାବୀ କରିଥିଲେ। ପରେ ଭୋଗରାଇ ତହସିଲଦାର ଏବଂ ଜଳେଶ୍ଵର ଏସିବି ଘଟଣା ସ୍ଥଳେ ପହଞ୍ଚି ଲୋକଙ୍କୁ ବୋଝେଇ ବା ପରେ ଗାଁ ଲୋକ ରାସ୍ତା ଛାଡି ଥିଲେ

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।