ଦେଖନ୍ତୁ ଭିଡିଓ – ଦେଖିବାକୁ ମିଳିଛି ଏହି ଅଜବ ଦୃଶ୍ୟ, ପ୍ରତିଦିନ ସନ୍ଧ୍ୟାରେ ଭୋଗ ଖାଇବାକୁ ଆଶ୍ରମକୁ ଆସୁଛନ୍ତି ପଲ ପଲ ଭାଲୁ

0

ଆଜିର ସ୍ୱାର୍ଥପର ଦୁନିଆରେ ମଣିଷ ନିଜର ସ୍ୱାର୍ଥ ପାଇ ହିଂସ୍ର ପାଲଟି ଯାଇଥାନ୍ତି ।କିନ୍ତୁ ବଣରେ ବାସ କରୁଥିବା ହିଂସ୍ର ଜନ୍ତୁ ମାନେ ଆଜିର ସ୍ୱାର୍ଥପର ଦୁନିଆକୁ ଏକ ସୁନ୍ଦର ବାର୍ତ୍ତ ଦେଇଛନ୍ତି ।ବନ୍ୟ ଜନ୍ତୁ ମାନେ ହିଂସ୍ର ହୋଇଥାନ୍ତି ମାତ୍ର ସେମାନଙ୍କ ମଧ୍ୟରେ ଭଲ ପାଇବା ରହିଥାଏ ।ସେମାନେ ପରସ୍ପର ମଧ୍ୟରେ ନିଜର ଦୁଃଖ କଷ୍ଟ ବାଣ୍ଟିଥାନ୍ତି । ଏହା ମିଛ ତଥ୍ୟ ନୁହଁ ।ଏହାର ଅନେକ ପ୍ରମାଣ ମଧ୍ୟ ରହିଛି ।ଘଟଣାଟି ହେଉଛି କିଛି ଭାଲୁ ବଣରୁ ବାହାରି ଜନବସତିକୁ ପଶିଆସିବାର ଦେଖିବାକୁ ମିଳିଛି ।ନବରଙ୍ଗପୁର ଜିଲ୍ଲାର କୁଟିଙ୍ଗାରେ ଅନ୍ତର୍ଗତ ଏକ ଆଶ୍ରମ ରହିଛି ।

ସେଠାରେ ଅଲେଖ ଧର୍ମ ଗ୍ରହଣ କରିଥିବା କିଛି ବାବା ରହିଛନ୍ତି।ସେହି ସ୍ଥାନକୁ ନିତିଦିନ ଭାଲୁ ମାନେ ଆସିଥାନ୍ତିି ।ଏବଂ ସେଠାରେ ପ୍ରସାଦ ସେବନ କରି ନିଜ ସ୍ଥାନକୁ ଫେରିଯାନ୍ତି ।ସେମାନଙ୍କର ଏହା ନିତିଦିନିଆ କାର୍ଯ୍ୟରେ ପରିଣତ ହୋଇଛି ।ଏହି ଭାଲୁ ମାନେ ଅନ୍ୟର କୌଣସି କ୍ଷତି କରିନଥାନ୍ତି ।


ଗଙ୍ଗାଧର ମେହେର ନାମକ ଏକ ଆଶ୍ରମରେ ଅଲେଖ ଧର୍ମର ବାବା ମାନେ ରହିଛନ୍ତି ।ପ୍ରତେକ ଦିନ 6ଟି ଲେଖାଏ ଭାଲୁ ସନ୍ଧାରେ ଖାଇବା ପାଇ ଆଶ୍ରମକୁ ଆସିଥାନ୍ତି । ଏହି ଭାଲୁ ମାନଙ୍କ ପାଇ ଶ୍ରଧାଳୁ ମାନଙ୍କର ଦକ୍ଷିଣା ଓ ନିଜସ୍ୱ ପଇସା ମିଶାଇ 50 କୁଇଣ୍ଟାଲ ଚୁଡା ଓ 5 କୁଇଣ୍ଟାଲ ଗୁଡ ଆଣି ଖାଇବାକୁ ଦେଉଛନ୍ତି ଏଇ ଶ୍ରଧାଳୁ ମାନେ ।ସମସ୍ତେ ଜାଣିଛନ୍ତି ଭାଲୁ ମାନେ ହିଂସ୍ର ପ୍ରକୃତିର ଅଟନ୍ତି ।ଗୋଟିଏ ସ୍ଥାନକୁ ଏମିତି ଭାଲୁ ପୋଲ ଆସିଲେ ଗୋଟିଏ ଗୋଟିଏ ଗ୍ରାମର ସମସ୍ତ ଲୋକ ମାନଙ୍କୁ ଖାଇଯାଇଥାନ୍ତେ ।ମାତ୍ର ଏ ଭାଲୁ ମାନେ ଅଲଗା ପ୍ରକୃତିର ଅଟନ୍ତି ।ଏକ ବିରାଟ ମାଇ ଭାଲୁ ତାର ଦୁଇ ଛୁଆଙ୍କୁ ଧରି ଆଶ୍ରମ ଆଡକୁ ଆସୁଥିବାର ଦୃଶ୍ୟ ଭିଡିଓରେ କଏଦ ହୋଇଛି ।ସନ୍ଧ୍ୟା 4ଟା ହେଲେ ଆଶ୍ରମ ନିକଟରେ ଏକ ଜନ ସମୁଦ୍ର ଦେଖିବାକୁ ମିଳେ ।

ମାତ୍ର ଏହି କୋରନା ସମୟରେ କମ ଲୋକ ଆସୁଛନ୍ତି ।ରାସ୍ତାରେ ଶହ ଶହ ଲୋକ ଯିବା ଆସିବା କରୁଥିଲେ ମଧ୍ୟ ଏହି ଭାଲୁ ମାନେ ସେମାନଙ୍କର କୌଣସି କ୍ଷତି କରିନାହାନ୍ତି ।ଏ ବାବଦରେ ବାବାଙ୍କୁ ପଚାରିବାରୁ ସେକହିଛନ୍ତି ଏସବୁ ଭଗବାନଙ୍କର ଇଚ୍ଛା ମୁଁ ନିମିତ୍ତ ମାତ୍ର ।ଏହି ଘଟଣାଟି ମଣିଷ ସମାଜକୁ ଏକ ବାର୍ତ୍ତା ଦେଉଚି ।ମଣିଷ ମଣିଷ ହୋଇ ରହିଲେ ପଶୁ ମାନେ ମଧ୍ୟ ବୋଲ ମାନିବେ ।ଏହି ହିଂସ୍ର ଜନ୍ତୁ ମାନଙ୍କର ଏମିତି କାର୍ଯ୍ୟ ସମସ୍ତଙ୍କୁ ଚକିତ କରାଇଛି ।ଯଦି ଜଣେ ହିଂସ୍ର ଜନ୍ତୁ ନିଜକୁ ଏମିତି ବଦଳାଇ ପାରୁଛନ୍ତି ତେବେ ଏ ସ୍ୱାର୍ଥପର ଦୁନିଆରେ ମଣିଷ ମାନେ ମଧ୍ୟ ଏଇ ହିଂସ୍ର ଜନ୍ତୁ ମନଙ୍କ ଠାରୁ କିଛି ଶିଖିବାର ଅଛି ।ମଣିଷ ମାନେ ମଧ୍ୟ ନିଜକୁ ବଦଳାଇ ସମାଜରେ ଭଲ ମଣିଷ ପରି ସ୍ୱର୍ଥପରତା ଛାଡି ଆଗକୁ ବଢିବା ଉଚିତ ।ତେବେ ଏ ଜୀବ ଜଗତରେ କୌଣସି ଅସୁବିଧା ଦେଖାଯିବ ନାହିଁ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।