ଏମିତି ଝିଅକୁ ଶତ ସଲାମ । କ୍ୟାନସର ରୋଗୀଙ୍କୁ ନିଜର କେଶ ଦାନ କରି ସାରା ଭାରତରେ ଇତିହାସ ରଚିଲେ, ତାଙ୍କ ପାଇଁ ଗୋଟେ ସେୟାର ନିଶ୍ଚୟ କରନ୍ତୁ….

0

ସମାଜ ରେ ଭଲ କାମ କରୁଥିବା କିମ୍ବା ଲୋକଙ୍କ ମଙ୍ଗଳ ବିଷୟରେ ଭାବୁଥିବା ଲୋକ ଖୁବ୍ କମ୍ ଦେଖିବାକୁ ମିଳନ୍ତି। କାରଣ ମଣିଷ ଆଜି ସ୍ବାର୍ଥପର ପାଲଟି ଯାଇଛି । ତା ପାଇଁ ଅନ୍ୟର ସୁଖ ଶାନ୍ତି କଥା ଭାବିବା ପାଇଁ ବି ସମୟ ନାହିଁ। ତେବେ ଆଜି ଏମିତି ଜଣେ ମହିଳା ଙ୍କ କଥା ଆମେ ଆଲୋଚନା କରିବା ଯାହାଙ୍କ ଚରିତ୍ର ଏବଂ ଇଚ୍ଛା ଶକ୍ତି ଆଜି ତାଙ୍କୁ ସମାଜ ଆଗରେ ସମ୍ମାନିତ କରିଛି। ଅନ୍ୟ ପାଇଁ ନିଜ ର ଛୋଟ ବଳିଦାନ ତାଙ୍କୁ ଆଜି ଓଡ଼ିଶାର ଏକ ନୂଆ ପରିଚୟ ଦେଇଛି। ତାଙ୍କୁ ନେଇ ସୋସିଆଲ ମିଡିଆ ରେ ଅନେକ ସାବାସି ମିଳୁଛି। ତାଙ୍କର ନିଜ ପରିବାର ମଧ୍ୟ ତାଙ୍କର ଏହି କାର୍ଯ୍ଯ ରେ ଗର୍ବ ଅନୁଭବ କରିଛନ୍ତି।

ଏହି ମହିଳା ଜନକ ହେଲେ ମୟୁରଭଂଜ ଜିଲ୍ଲାର ବାସିନ୍ଦା। ଯିଏକି ବାରିପଦା ସହର ରେ ନିଜ ପରିବାର ସହିତ ରୁହନ୍ତି। ସେ ଅତ୍ୟାଧୁନିକ ଯୁଗର ଝିଅ ହୋଇ ଏପରି କାର୍ଯ୍ଯ କରିବା ନିହାତି ପ୍ରସଂଶା ଯୋଗ୍ୟ। କାରଣ କେଉଁ ମହିଳା ନିଜ ର ସୌନ୍ଦର୍ଯ୍ୟ ର ଖିଆଲ ନନେବ। କିନ୍ତୁ ସେ ଆଜି ନିଜର ମୁଣ୍ଡର ବାଳ ଦାନ କରିଛନ୍ତି। ତାହା ପୁଣି ନିଜେ ସଂପୂର୍ଣ୍ଣ ଲଣ୍ଡା ହୋଇ। ତାଙ୍କୁ ନିଜର ଅପମାନ କିମ୍ୱା ସୌନ୍ଦର୍ଯ୍ୟ ର ଚିନ୍ତା ନାହିଁ। ସେ ଏପରି କେବଳ ଜଣେ କ୍ୟାନ୍ସର ପୀଡ଼ିତ ଙ୍କ ପାଇଁ କରିଛନ୍ତି। ଏହି କ୍ୟାନ୍ସର ପୀଡିତା ଅନେକ ସମୟରେ କେମୋ ନେଇଥାନ୍ତି। ଆଉ ଯାହା ଦ୍ଵାରା ତାଙ୍କର ମୁଣ୍ଡରୁ ସବୁ ଚୁଟି ଧୀରେ ଧୀରେ କରି ଝଡି ଯାଇଥିଲା। କିନ୍ତୁ ଏହା ପରେ ସେ ସମ୍ପୂର୍ଣ ଲଣ୍ଡା ହୋଇ ଯାଇଥିଲେ। ଏହାକୁ ଦେଖି ଅନେକ ଲୋକ ଉପହାସ କରିବା ସହିତ ଅନେକ ପ୍ରକାର ନିନ୍ଦା ମଧ୍ୟ କରନ୍ତି।

ଏପରି ଅବସ୍ଥାରେ ଜଣେ ମହିଳା ଏହି କଷ୍ଟ ସହ୍ୟ କରିବା ଭାରି କଷ୍ଟ। ତେବେ ଏହି ପରିସ୍ଥିତି କୁ ଠିକ ଭାବେ ବୁଝିଥିଲେ ଏହି ବାରିପଦାର ସହୃଦୟ ଥିବା ମହିଳା। ନିଜେ ମହିଳା ହେବା ସହିତ ଅନ୍ୟ ମହିଳାଙ୍କ ଦୁଖ ସେ ବୁଝିଛନ୍ତି। ତାଙ୍କର ଏହି ଚୁଟି କୁ ସେ ଆଜି ସେହି କ୍ୟାନ୍ସର ମହିଳାଙ୍କୁ ପ୍ରଦାନ କରିଛନ୍ତି। ତାଙ୍କର ନିଜ ସୌନ୍ଦର୍ଯ୍ୟ ର କୌଣସି ପ୍ରକାର ନଜର ନାହିଁ। ଆଉ ଏପରି କାର୍ଯ୍ଯ କରି ସେ ସମାଜ ପାଇଁ ଏକ ଉଦାହରଣ ସାଜିଛନ୍ତି। ତେଣୁ ତାଙ୍କ ଠାରୁ ଅନେକ ଯୁବ ଗୋଷ୍ଠୀ ପ୍ରେରଣା ପାଇବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ଉତ୍ସାହିତ କରିବେ।

ଏପରି କରିବା ପାଇଁ ତାଙ୍କର କୌଣସି ବାଧ୍ୟତାମୂଳକ ନଥିଲା। ସେ ଆଗରୁ ମଧ୍ୟ ଆଖି ଦାନ କରିବାକୁ ଅନୁମତି ପ୍ରଦାନ କରି ଥିଲେ। ତେବେ ଏହିଭଳି ଆଧୁନିକ ଯୁଗରେ ନିଜର ମୁଣ୍ଡ କୁ ଲଣ୍ଡା କରି ମହିଳା ଜଣକ ଅନ୍ୟ ପାଇଁ ତ୍ୟାଗ କରିବା ନିହାତି ଏକ ବଡ ଉଦାହରଣ ଅଟେ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।