ଦେଖନ୍ତୁ ସୁଡଙ୍ଗ ଭିତରୁ ଶ୍ରୀମନ୍ଦିର କୁ ନେଇ ଆଉ ଏକ ରହସ୍ୟମୟୀ କଥା ସମ୍ପର୍କରେ ଏ କଥା ନିଶ୍ଚିତ ଶାଣନ୍ତୁ ଭଗବାନଙ୍କ ଅଦ୍ଭୁତ ଲୀଳା

0

ଏହି ଦୁନିଆ ବହୁତ ବଡ, ଏହି ଦୁନିଆ ଯେତିକି ବଡ ତାଠାରୁ ବେଶୀ ବିଚିତ୍ର ମଧ୍ୟ। ଆଉ ଏପରିବି ଏହି ଦୁନିଆରେ ଯେଉଁ ବି ସବୁ କାମ ଘଟିଥାଏ ତାହା ମଧ୍ୟ ବହୁତ ବିଚିତ୍ର ଅଟେ। କୁହାଯାଇଥାଏ ଏହି ଦୁନିଆରେ ଯାହା କାମ ହୁଏ, ହୁଏତ ତାହା ବଡ ହେଉ କିମ୍ବା ଛୋଟ ସେ ସବୁ ପଛରେ କେବଳ ସେହି ଗୋଟିଏ ଲୋକ ର ହିଁ ହାତ ଥାଏ ଆଉ ସେ ହେଉଛନ୍ତି ଭଗବାନ। ତାଙ୍କ ବିନା ଇଚ୍ଛା ରେ ଏହି ଦୁନିଆରେ ଗୋଟେ ବି ପତ୍ର ହଲି ନଥାଏ। ସେ ସବୁବେଳେ ଲୋକ ମାନଙ୍କ ର ଭଲ ହିଁ କରିଥାଆନ୍ତି, ଆଉ ଯାହା କିଛି ବି କାମ ସେମାନେ କରିଥାଆନ୍ତି ଲୋକ ମାନଙ୍କ ର ମଙ୍ଗଳ ପାଇଁ ହିଁ କରିଥାଆନ୍ତି।

ସେହି ଲୀଳାମୟ ଠାକୁର ଯିଏ କି ଏହି ବିଚିତ୍ର ବ୍ରହ୍ମାଣ୍ଡ କୁ ଚଳାଇଥାଆନ୍ତି, ସେ ନିଜେ ହିଁ ଜଣେ ରହସ୍ୟମୟୀ।ତାଙ୍କୁ ନେଇ ତ ଅନେକ ରହସ୍ୟ ମୟ କଥା ସବୁ ରହିଛି। ତାଙ୍କୁ ତ ଲୋକ ମାନେ ବଡ ଠାକୁର ଏବଂ ମନ୍ଦିର କୁ ବଡ ଦେଉଳ ବୋଲି କହି ଥାଆନ୍ତି। ତେବେ ଏହି ଲୀଳାମୟ ଙ୍କ ର ବିଭିନ୍ନ ରହସ୍ୟମୟ କଥା ସମ୍ପର୍କରେ ଆମେ ମାନେ ଏତେ ଟା ଜାଣି ନଥିବା, ଆମେ ଆଜି ଆପଣ ମାନଙ୍କୁ ସେହି ଲୀଳାମୟ ଙ୍କ ର ଆଉ ଏକ ରହସ୍ୟମୟ କଥା ସମ୍ପର୍କରେ କହିବୁ। ତେବେ ଆସନ୍ତୁ ଜାଣିବା ସେହି ସମ୍ପର୍କରେ।  କିମ୍ବଦନ୍ତୀ ଅନୁସାରେ ପାଣ୍ଡବ ମାନେ ଯେତେବେଳେ ଅଜ୍ଞାତ ବାସ ସମ୍ପର୍କରେ ସାରା ଭାରତ ବୁଲୁଥିଲେ ସେତେବେଳେ ସେମାନେ ଓଡିଶା ମଧ୍ୟ ଆସିଥିଲେ, ଆଉ ତାହାର ପ୍ରମାଣ ଆମ ରାଜ୍ୟ ର ଅନେକ ସ୍ଥାନରୁ ମିଳିଥାଏ।

ଆମେ ଆଜି ସେହି ସବୁ ସ୍ଥାନ ମାନଙ୍କ ମଧ୍ୟରୁ ଗୋଟିଏ ସ୍ଥାନ ସମ୍ପର୍କରେ ଜାଣିବା, ତାହା କଟକ ର ବାଙ୍କି ଡମପଡା ବ୍ଲକର ପାଥପୁର ଓ କୁଶପଙ୍ଗି ଗାଁ କୁ ଲାଗିଥିବା ଏକ ଗୁମ୍ଫା। ଏହି ଗୁମ୍ଫା ରେ ପାଣ୍ଡବ ମାନେ ଆସି ଅଜ୍ଞାତବାସ ସମୟ ରେ ରହିଥିଲେ, ଏଠାରେ ଏକ ସ୍ଥାନ ରହିଛି ଯାହାର ନାମ ଭାଲୁ ଗୁମ୍ଫା, ସେଠାକାର ଲୋକ ମାନେ କୁହନ୍ତି କି ପାଣ୍ଡବ ମାନେ ସେହି ସ୍ଥାନରେ ରୋଷେଇ ବାସ କରି ଖାଉଥିଲେ। ସେଠାରେ ପାଞ୍ଚୋଟି ଛୋଟ ଛୋଟ ଶୟନ କକ୍ଷ ରଖିଛି, ଯେଉଁ ଠାରେ ପାଣ୍ଡବ ମାନେ ଶୋଉଥିଲେ। ଏବଂ ତାଠାରୁ କାଛି ଦୂରରେ ଆଉ ଏକ କକ୍ଷ ରହିଛି, ବିଶ୍ୱାସ କରାଯାଏ କି ପାଣ୍ଡବ ମାନେ ତାଙ୍କ ସହ ଏକ ମୁନି ଋଷି ଙ୍କୁ ଆଣିଥିଲେ ସିଏ ସେହି କକ୍ଷ ରେ ଶୋଉ ଥିଲେ। ଏଠାରେ ପାଣ୍ଡବ ମାନେ ରହିଥିବାରୁ ଏହାକୁ ପାଣ୍ଡବ ବଖରା ବୋଲି କୁହାଯାଏ।

ଏଠାରେ ଏକ ରହସ୍ୟ ମଧ୍ୟ ରହିଛି, କୁହାଯାଏ କି ଏଠାରେ ଏକ ଗୁମ୍ଫା ରହିଛି ଯେଉଁ ଠାରୁ ଝରଣା ଝରେ ଆଉ ସେହି ଗୁମ୍ଫା ଦେଇ ଗଲେ ପୁରୀ ରେ ବାହାରନ୍ତି। ସେହି ଗାଁର ଜଣେ ଲୋକ ସେହି ବାଟ ଦେଇ ପୁରୀ ଯାଇଥିଲେ ଏବଂ ସିଏ ସେଠାରେ ଠାକୁର ଦର୍ଶନ କରି ଆସିଥିଲେ। ସେ ଆସି ଏହି କଥା କାହାକୁ କହି ନଥିଲେ ତାଙ୍କ ସ୍ତ୍ରୀ ଙ୍କୁ କହିଥିଲେ, ସିଏ କିନ୍ତୁ ସମସ୍ତଙ୍କୁ କହି ଦେଇଥିଲେ। ପରେ କିନ୍ତୁ ସେହି ବ୍ୟକ୍ତି ଙ୍କ ର ମୃତ୍ୟୁ ହୋଇ ଯାଇଥିଲା। ସେଠାରେ ଆଉ ଏକ ସୁଡଙ୍ଗ ମଧ୍ୟ ରହିଛି ଯାହାକି ଓଡିଶାର ତିନି ପ୍ରମୁଖ ସ୍ଥାନ କୁ ସଂଯୋଗ ରହିଛି, ଶ୍ରୀକ୍ଷେତ୍ର କୁ, ଖଣ୍ଡଗିରି କୁ ଆଉ ଯାଜପୁର ର ଓଳାଶୁଣୀ କୁ। ଏହି ସୁଡଙ୍ଗ ରେ ହୁଳହୁଳି ପକାଇଲେ ସେଠାରୁ ପାଣି ବାହାରେ ବୋଲି ବିଶ୍ୱାସ କରାଯାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।