ମରିନା କହିଲେ 6 ଘଣ୍ଟା ପର୍ଯ୍ୟନ୍ତ ଆପଣ ମୋ ସାଥିରେ ଯାହା ଇଛା ହେବ କରିପାରିବେ ତାପରେ ଲୋକମାନେ ଯାହା କରିଲେ ବିଶ୍ବାସ କରିପାରିବେନି 

0

ଆଜିର ସମାଜରେ ଅତ୍ୟାଚାର ମାତ୍ରା ବଢିବାରେ ଲାଗିଛି। ଯେଉ ମଣିଷଟିଏ କିଛି ଅତ୍ୟାଚାର ସହିଥାଏ ତା ଉପରେ ଅନ୍ୟମାନେ ଅଧିକ ଅତ୍ୟଚାର କରିଥାନ୍ତି। ସେହିପରି ଅତ୍ୟାଚାର ସହି ପାରୁଥିବା ଗୋଟିଏ ଝିଅ ର ଆତ୍ମ ଜୀବନି ବିଷୟରେ କୁହାଯାଇଛି। ତାର ନାମ ହେଉଛି ମରିନା ଆବ୍ରାମୋଭିକ୍। ସେ 1946 ମସିହା ନଭେମ୍ୱର ମାସ 30 ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ପିଲାଦିନେ ତାଙ୍କର ମା ବାପାଙ୍କ ସହିତ ଭଲ ଭାବରେ ମିଶୁନଥିଲେ। କାରଣ ତାଙ୍କ ମା ପିଲାଦିନେ ତାଙ୍କୁ ପିଟୁଥିଲେ। ଏହାଦ୍ୱାରା ମରିନାର ମନରେ ଭିଷଣ ରାଗ ଓ ଗଭୀର ପ୍ରଭାବ ପକାଇଥିଲା । ପିଲାଦିନେ ମରିନାଙ୍କୁ ଟରଚର୍ ସହିବାକୁ ପଡୁଥିଲା। ସେଥିପାଇ ତାଙ୍କ ଭିତରେ ଏକ କଳା ବା ପ୍ରତିଭା ସୃଷ୍ଟିହେଲା। ସେ ନିଜର ଦୁଖଃକୁ ସମସ୍ତଙ୍କ ପାଖରେ ବାଣ୍ଟିବା ପାଇ ସେ ବିଭିନ୍ନ ପ୍ରକାର ଚିତ୍ର , କବିତା କରିଥଲେ ଏବଂ ଫାଇନାଲ୍ ର ଟ୍ରେନିଙ୍ଗ ନେବା ପରେ ସେ ଷ୍ଟେଜ୍ ରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଏପରି ମରିନା ଅନେକ ପଫମାନ୍ସ ମଧ୍ୟ ଷ୍ଟଜରେ କରିଥିଲେ।


ମରିନାଙ୍କର ଏପରି ଏକ ପଫମାନ୍ସ ବିଷୟରେ ସେ କହିଥିଲେ ତାହାଥିଲା ଅତ୍ୟନ୍ତ ଭୟଙ୍କର । ଏହା 1974 ମସିହା ରେ ତିତିଲିରେ ହୋଇଥିଲା। ତାଙ୍କର ଏହି ପଫମନ୍ସ ପରେ ତାଙ୍କୁ କୌଣସି ଷ୍ଟେଜରେ ପ୍ରଗ୍ରାମ କରିବା  ପାଇ ଦିଆଯାଇ ନଥିଲା। ସେ ଯେଉ ପଫମାନ୍ସ କରିବା ପାଇ ଯାଇଥିଲେ ସେଠାରେ ତାଙ୍କ ପାଇ କୌଣସି ଷ୍ଟେଜ ଦିଆଯାଇନଥିଲା। କିନ୍ତୁ ସେଠାରେ କ୍ୟାମେରା ମ୍ୟାନ ଓ ଅଡିଅନ୍ସ ମାନେ ଥିଲେ। ମାତ୍ର ମରିନାଙ୍କୁ ସେଠାରେ 6 ଘଣ୍ଟା ଛିଡା ହେବାକୁ ପଡିଥିଲା। ମରିନା ଖଣ୍ଡିଏ କାଗଜ ଧରି ଥିଲେ ସେଥିରେ ସେ ଲେଖିଥିଲେ ଯେ 6 ଘଣ୍ଟା ମଧ୍ୟରେ ଯିଏ ଯାହା ମୋ ସହିତ କରିପାରିବେ ମୁଁ କୌଣସି ପ୍ରତିବାଦ କରିବି ନାହିଁ ଏବଂ ମୋର କିଛି ହେଲେ  ତାର ବୋଝ ମୁ ନିଜେ ନବି। ମରିନା ସେତେବେଳେ ସାହସିକତାର ସହିତ ସେ ସମୟକୁ ସାମ୍ନା କରିଥିଲେ।  ତାଙ୍କ ସାମ୍ନାରେ ଅନେକ ସାରା ଛୁରି , ବ୍ଲେଟ୍, ବନ୍ଧୁକ ଏବଂ ଉପକରଣ ଗୋଟିଏ ଟେବୁଲରେ ସଜ୍ଜା ହୋଇଥିଲା। ସେହି ଉପକରଣ ଦ୍ୱରା ମରିନାଙ୍କୁ ଟରଚର୍ କରିବାର ଥିଲା।

ମରିନା ସେମାନଙ୍କୁ କହରିଥିଲେ ମତେ ଗୋଟିଏ ମଣିଷ ନଭାବି ଗୋଟିଏ ଭାବି ମୋ ସହିତ ଯାହା କରିପାର ସେଥିରେ ମୋର କୌଣସି ପ୍ରତିବାଦ ନାହିଁ। ସେ ନିଜର ପଫମନ୍ସ 8 ଟାରୁ 2 ଟା ପଯ୍ୟନ୍ତ ହେବାର ଥିଲା। ସେ 8ଟାରେ ଆସି ଗୋଟିଏ ସ୍ଥାନରେ ଛିଡା ହୋଇଥିଲେ। ତାଙ୍କ ସହିତ ଯିଏ ଯାହା ମନ କରୁଥିଲେ ତାହା ହିଁ କରୁଥିଲେ। କିଏ ତାଙ୍କ ବେକରେ ବ୍ଲେଟରେ କାଟି ଦେଉଥିଲା ତ ଆଉ ଜଣେଗୋଟିଏ ଟେବୁଲରେ ବାନ୍ଧିଦେଇଥିଲେ। ଏବଂ କିଛି ମହିଳା ମାନେ ତାଙ୍କୁ ଧରି ଫପାଡି ଦେଇଥିଲେଓ ମରିନା ଙ୍କ ବେକରେ ଜଣେ ଯୁବକ ଆସି ବନ୍ଧୁକ ରଖିଥିଲେ ଓକିଛି ଯୁବକ ଆସି ତାଙ୍କୁ ଉଲଗ୍ନ କରାଇଥିଲେ। ଏତେ ସବୁ ହେଲା ପରେ ସେମାନଙ୍କର ମନ ବୁଝି ନଥିଲା ପରେ ସେମାନେ ମରିନାଙ୍କ ଦେହରେ କଣ୍ଟା ଆଣି ପକାଇଥିଲେ ।


ଏହିପରି ମରିନାଙ୍କ ସହିତ 6 ଘଣ୍ଟା ପଯ୍ୟନ୍ତ ଚାଲିଥିଲା କିନ୍ତୁ ମରିନା ସେ ପଯ୍ୟନ୍ତ କୌଣସି ପାଟି ଫୁଟାଇ ନଥିଲେ। ଶଷରେ 2 ଟା ବାଜିଲା ମରିନାଙ୍କ ପଫମନ୍ସ ସରିଲା । ତାଙ୍କୁ ଟରଚର୍ କରିଥିବା ପ୍ରତେକ ଲୋକଙ୍କ ପାଖକୁ ଯାଇ ଥିଲେ ଏବଂ ସେମାନଙ୍କ ସାମ୍ନାରେ ଛିଡା ହେଲେ ଓ ସେମାନଙ୍କ ଆଖିକୁ ଚାହିଲେ। ଯେଉମାନେ ତାଙ୍କୁ 6 ଘଣ୍ଟା  ପଯ୍ୟନ୍ତ ଟରଚର୍ କରିଥିଲେ ସେମାନେ ତାଙ୍କ ଆଖି ସହିତ ଆଖି ମିଶେଇ ପାରୁନଥିଲେ। ସେମାନେ ବହୁତ ଲଜ୍ଜିତ ହେଲେ। ଯେଉ ମଣିଷଟିଏ କିଛି କଥାରେ ଦୁର୍ବଳ ମନେ ହୋଇଥାଏ ସେ ମରିନାଙ୍କ ପରି ଅତ୍ୟାଚାର ସହିବାକୁ ପଡିଥଏ। ପ୍ରତେକ ମଣିଷ ମଧ୍ୟରେ ଲୁଚି ରହିଥାଏ ଏକ ରାକ୍ଷାସ ଭାବ। ଉଦାହରଣ ସ୍ୱରୁପ – ଗୋଟିଏ କଥା କହି ପାରୁନଥିବା ପଶୁ ଉପରେ ଅତ୍ୟାଚାର, ଝିଅ ମାନଙ୍କ ପ୍ରତି ଅସଦାଚାରଣ ଇତ୍ୟାଦି ହୋଇଥାଏ। ମରିନାଙ୍କ ଠାରୁ ଏହି ଶିକ୍ଷା ପାଇବା ଯେ ଅତ୍ୟାଚାର କରୁଥିବା ବ୍ୟକ୍ତିକୁ ଡରି ନଯାଇ ତାକୁ ସାମ୍ନା କରିବା ଉଚିତ୍ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।