ନବରାତ୍ରୀ ପାଳନ ସମୟରେ ପିଆଜ ଓ ରସୁଣ କାହିଁକି ଖାଆନ୍ତି ନାହିଁ ? ଏହାକୁ କଣ ପାଇଁ ଆମିଷ ହିସାବରେ ଗ୍ରହଣ କରାଯାଏ।

0

ହିନ୍ଦୁ ଧର୍ମ ରେ ଅନେକ ରୀତି ନୀତି ରହିଛି। କାରଣ ଏହି ଧର୍ମ ର ଲୋକ ମାନେ ପ୍ରକୃତି ର ଅନେକ ଉତ୍ସରେ ମଧ୍ୟ ଭଗବାନଙ୍କ ର ଉପସ୍ଥିତି ବୋଲି ମାନନ୍ତି। ତେଣୁ ସେହି ଉତ୍ସ ଗୁଡିକୁ ପୂଜା କରିଥାନ୍ତି। ଯେମିତି କହି ପାରିବା ବୃକ୍ଷ, ଜଳ, ସୂର୍ଯ୍ୟ ଏବଂ ମାଟି ପରି ଅନେକ କିଛି । ତେବେ ସେଥିପାଇଁ ଅନେକ ହିନ୍ଦୁ ଧର୍ମ ର ଲୋକେ ଅନେକ କିଛି ନିୟମ ମାନନ୍ତି। ସେମାନଙ୍କର ଏହି ବିଶ୍ୱାସ ଭଗବାନଙ୍କ ପ୍ରତି ଅର୍ଘ୍ୟ ସଦୃଶ। ହିନ୍ଦୁ ମାନେ ସାଧାରଣତଃ ରସୁଣ ଏବଂ ପିଆଜ କୁ ପୂଜା ଏବଂ ଅର୍ଚ୍ଚନା ରେ ବ୍ୟବହାର କରନ୍ତି ନାହିଁ। ସେମାନଙ୍କର ବିଶ୍ୱାସ କି ରସୁଣ ଏବଂ ପିଆଜ ହେଉଛି ଦୁଇଟି ଆମିଷ ଜାତୀୟ ଖାଦ୍ୟ। ଏହାକୁ ସାଧକ ମାନେ ବ୍ୟବହାର କଲେ ତାଙ୍କ ସାଧନା ନଷ୍ଟ ହେବାର ସମ୍ଭାବନା ରହିଛି।

ସେଥିପାଇଁ ହିନ୍ଦୁ ଧର୍ମରେ ରସୁଣ ଏବଂ ପିଆଜ କୁ କୌଣସି ଭୋଗ ଏବଂ ପୂଜା ଇତ୍ୟାଦି ରେ ଲଗା ଯାଏ ନାହିଁ। ଏହାକୁ ଆମିଷ ବୋଲି ମନେ କରି ରସୁଣ ଏବଂ ପିଆଜ ବିନା ପ୍ରାୟ ସମସ୍ତ ଭୋଗ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ। ତେଣୁ ନବରାତ୍ରୀ ପାଳନ ସମୟରେ ଅନେକ ଭକ୍ତ ଏହି ଦିନ ମାନଙ୍କରେ ସମ୍ପୂର୍ଣ୍ଣ ରୂପେ ରସୁଣ ଏବଂ ପିଆଜ କୁ ତ୍ୟାଗ କରି ଦେଇଥାନ୍ତି। ହିନ୍ଦୁ ଧର୍ମ ର ବିଶ୍ୱାସ ଅନୁଯାୟୀ ଏହି ଖାଦ୍ୟ ଗୁଡିକ ଅସୁର ଖାଦ୍ୟ। ତେବେ ଏହା ପଛରେ ବଡ଼ କାରଣ ରହିଛି। ଆସନ୍ତୁ ଜାଣିବା।


ପୁରାଣ ଅନୁସାରେ ସମୁଦ୍ର ମନ୍ଥନ ହୋଇଥିଲା। ଆଉ ଏଥିରେ ଅସୁର ଜାତି ଏବଂ ଦେବ ଲୋକ ର ସମସ୍ତ ଦେବତା ମଧ୍ୟ ସାମିଲ ହୋଇଥିଲେ। ସେହି ମନ୍ଥନ ରୁ ବାହାରୁଥିବା ଗୋଟିଏ ଜିନିଷ କୁ ଅସୁର ମାନେ ନେଲେ ବେଳେ ଅନ୍ୟ ଗୋଟିଏ ଜିନିଷ କୁ ଦେବତା ମାନେ ନେଉଥିଲେ। ତେବେ ସେହି ସମୟରେ ଅମୃତ ମଧ୍ୟ ବାହାରିଥିଲା। ଆଉ ସେହି ଅମୃତ କୁ କେବଳ ଦେବତା ମାନେ ନେବେ ବୋଲି ମତ ବ୍ୟକ୍ତ ହେଲା।


କିନ୍ତୁ ଦେବତା ମାନଙ୍କ ମଧ୍ୟରେ ରାହୁ ଏବଂ କେତୁ ଦେବତା ରୂପ ନେଇ ଆସି କିଛି ବୁନ୍ଦା ଅମୃତ ପାନ କରି ଦେଇଥିଲେ। ଏହି କଥା ବିଷ୍ଣୁ ଜାଣିବା କ୍ଷଣି ତାଙ୍କର ଦୁଇ ବେକ କୁ ନିଜ ସୁଦର୍ଶନ ଚକ୍ର ଦ୍ଵାରା କାଟି ଦେଲେ। ଆଉ ଅମୃତ ପାନ ହେତୁ ସେହି ଦୁଇ ମୁଣ୍ଡ ଅମର ହୋଇଗଲା। ଏହି ବେକ କଟିବା ସମୟରେ ସେଥିରୁ କିଛି ବୁନ୍ଦା ରକ୍ତ ତଳେ ପଡିଥିଲା । ଆଉ ପିଆଜ ଏବଂ ରସୁଣ ସେହି ରକ୍ତରୁ ଜନ୍ମିତ ବୋଲି ବିଶ୍ୱାସ କରାଯାଏ। ସେଥିପାଇଁ ଏମାନଙ୍କ ଖାଇଲେ ପାଟିରୁ ଦୁର୍ଗନ୍ଧ ବାହାରେ।

ରସୁଣ ଏବଂ ପିଆଜ ହେଉଛି ରାଜସିକ ଏବଂ ତାମସିକ ଖାଦ୍ୟ। ଏଗୁଡ଼ିକୁ ଖାଇଲେ ପାଟି ରୁ ଦୁର୍ଗନ୍ଧ ବାହାରେ। ତାହା ସହିତ ଧ୍ୟାନ ମଧ୍ୟ ନଷ୍ଟ ହୋଇଯାଏ। ଆଉ ଏହି କାରଣ ହେତୁ ପୂଜା ରେ ମନ ଲାଗେ ନାହିଁ। ତେଣୁ ହିନ୍ଦୁ ଧର୍ମ ଅନୁସାରେ ରସୁଣ ଏବଂ ପିଆଜ କୁ ଆମିଷ ଭାବେ ଗ୍ରହଣ କରାଯାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।