( OPSC) ତରଫରୁ ଆସିଛି ପୁଣି ଥରେ ବଡ଼ ନିଯୁକ୍ତି ସୁଯୋଗ। ଜାଣନ୍ତୁ କେଉଁମାନେ ଏପ୍ଲାୟ କରିପାରିବେ

0

ଓଡିଶା ପବ୍ଲିକ ସର୍ଭିସ କମିଶନ( OPSC) ତରଫରୁ ଆସିଛି ପୁଣି ଥରେ ବଡ଼ ନିଯୁକ୍ତି ସୁଯୋଗ। ଏହି ନିଯୁକ୍ତି ପାଇଁ ମାତ୍ର ଆପଣଙ୍କର ଡିଗ୍ରୀ ଥିବା ଦରକାର। ଓଡିଶା ଯୁବକ ଯୁବତୀ ମାନଙ୍କ ପାଇଁ ଏହା ଏକ ବଡ଼ ନିଯୁକ୍ତି ସୁଯୋଗ ରହିଛି। କାରଣ ଓଡିଶା ସରକାର କରୋନା ପାଇଁ ଆଗାମୀ ଦୁଇ ବର୍ଷ କୌଣସି ସରକାରୀ ନୂଆ ପୋଷ୍ଟ ବାହାରିବାର ନାହିଁ ବୋଲି ବିଂଜ୍ଞପ୍ତି ଜାରି କରିଥିଲେ। କିନ୍ତୁ ଏବେ OPSC ପୁଣି ଥରେ ପୂର୍ବରୁ ଖାଲି ଥିବା ୪୨ ପଦବୀ ରେ ନିଯୁକ୍ତି ଦେବାକୁ ନୋଟିସ ଜାରି କରିଛି। ତେବେ ଆସନ୍ତୁ ଜାଣିବା ଏହି ପଦବୀ ରେ କେଉଁ ମାନେ ଆବେଦନ କରି ପାରିବେ। ଆପଣଙ୍କ ବୟସ ସୀମା କେତେ ରହିଛି। ତାହା ସହିତ ଶିକ୍ଷା ଗତ ଯୋଗ୍ୟତା ସହିତ ଆବେଦନ ପାଇଁ କେତେ ଟଙ୍କା ପଡିବ ସବୁ କିଛି ତଥ୍ୟ କହିବୁ।

କେଉଁ ପଦବୀ ରେ ନିଯୁକ୍ତି ପାଇବେ?
OPSC ଯାହାକୁ ଓଡିଶା ପବ୍ଲିକ ସର୍ଭିସ କମିଶନ କୁହାଯାଉଛି । ଏହି କମିଶନ ଜିୟଲଜିଷ୍ଟ, ପେଟ୍ରୋଲଜିଷ୍ଟ ଏବଂ ଅନ୍ୟାନ୍ୟ ପଦବୀ ପାଇଁ ଖାଲି ଥିବା ୪୨ ପଦବୀ ରେ ନିଯୁକ୍ତି ଦେବା ପାଇଁ ବିଂଜ୍ଞପ୍ତି ଜାରି କରିଛି। ଏହି ପଦବୀ ରେ ଖୁବ ଶିଘ୍ର ପୂରଣ କରିବାକୁ ସରକାର ଆଦେଶ ଦେଇଛନ୍ତି।


ଏହି ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା କଣ ରହିଛି?
ଏହି ପଦବୀ ରେ ନିଯୁକ୍ତି ପାଇଁ ଓଡିଶା ପବ୍ଲିକ ସର୍ଭିସ କମିଶନ ସାଧାରଣତଃ ଯେକୌଣସି ଡିଗ୍ରୀ ଥିବା ପାର୍ଥି ଆବେଦନ କରିବାର ପ୍ରାବଧାନ ରଖିଛି। ତାହା ସହିତ ଯେଉଁମାନେ M.SC କରିଛନ୍ତି ସେମାନଙ୍କ ପ୍ରାଧାନ୍ୟ ଦେବାକୁ ନଜର ରଖିଛନ୍ତି। ଯେକୌଣସି ବିଶ୍ୱବିଦ୍ୟାଳୟ ଅଧିନ ରେ ଆସୁଥିବା ଡିଗ୍ରୀ ଧାରୀ ମାନେ ଏହି ପଦବୀ ପାଇଁ ଆବେଦନ କରି ପାରିବେ।


ବୟସ ସୀମା କେତେ ହେବା ଦରକାର?
ଯେଉଁ ଯୋଗ୍ୟ ପାର୍ଥି ମାନେ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ଏଥିପାଇଁ ସର୍ବନିମ୍ନ ୨୧ ବୟସ ହୋଇଥିବା ଆବଶ୍ୟକ। ଯାହାକି ଗାଇଡ଼ ଲାଇନ ଅନୁସାରେ ୧ ଅଗଷ୍ଟ ୨୦୨୦ ତାରିଖ ଯାଏଁ ୨୧ ବୟସ ହେବା ଆବଶ୍ୟକ। ତାହା ସହିତ ସର୍ବାଧିକ ଜେନେରାଲ ବର୍ଗ ର ପାର୍ଥି ୩୨ ବର୍ଷ ହେଉଥିବା ଆବଶ୍ୟକ। ଆଉ ଯେମିତି କି ରହିଲେ st ଏବଂ sc ବର୍ଗ ର ସରକାରୀ ନିୟମ ମୁତାବକ ବୟସ ସୀମା ସଂରକ୍ଷଣ ବ୍ୟବସ୍ଥା ରହିଛି।

ଆବେଦନ କରିବାର ଶେଷ ତାରିଖ ?
ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୨୦ ନଭେମ୍ବର ୨୦୨୦ ତାରିଖ। ତେଣୁ ଶେଷ ତାରିଖ ପର୍ଯ୍ୟନ୍ତ ଅପେକ୍ଷା ନ କରି ଶୀଘ୍ର ଆବେଦନ କରି ଦିଅନ୍ତୁ।

ଏହି ପଦବୀ ଆବେଦନ ପାଇଁ ଫି କେତେ ରହିଛି?
ଏହି ପଦବୀ ଗୁଡିକୁ ଆବେଦନ କରିବା ପାଇଁ st ବର୍ଗ ର ପାର୍ଥି ମାନଙ୍କୁ କୌଣସି ଫି ଦେବାକୁ ପଡିବ ନାହିଁ। ତେଣୁ ସାଧାରଣ ବର୍ଗ ଏବଂ ଅନ୍ୟାନ୍ୟ ବର୍ଗ ପାଇଁ ୫୦୦ ଟଙ୍କା ଆବେଦନ ଫି ରଖା ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।