ଦେଖନ୍ତୁ ଓଡିଶାର ଗୁପ୍ତ ବୃନ୍ଦାବନ ସମ୍ପର୍କରେ ଏବଂ ପଞ୍ଚସଖା ମାନେ ଲେଖିଯାଇଥିବା ମାଳିକାର ଭବିଷ୍ୟବାଣୀ ସମ୍ପର୍କରେ ଯାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ଜଗନ୍ନାଥ, ଶ୍ରୀମନ୍ଦିର, ପୁରୀ କୁ ତ ଲୋକ ମାନେ ସମସ୍ତେ ଜାଣିଛନ୍ତି, ବଡଠାକୁର, ବଡଦେଉଳ ଏବଂ ଶ୍ରୀକ୍ଷେତ୍ର ନାମରେ। ଜଗନ୍ନାଥ ଠାକୁର ସାରା ବିଶ୍ଵରେ ଜଗନ୍ନାଥ ଅପେକ୍ଷା ବଡଠାକୁର ନା ରେ ବେଶୀ ଜଣାଶୁଣା। ସେଥିପାଇଁ ଲୋକ ମାନେ ତାଙ୍କୁ ବଡଠାକୁର,ତାଙ୍କ ଦେଉଳ କୁ ବଡଦେଉଳ ଏବଂ ତାଙ୍କ କ୍ଷେତ୍ର କୁ ଶ୍ରୀକ୍ଷେତ୍ର ବୋଲି କହିଥାଆନ୍ତି। ଆମେ ମାନେ ସମସ୍ତେ ଭଗବାନ ର ସେହି ବହୁତ ବଡ ବଡ ଭକ୍ତ ଯିଏ କି ପାଞ୍ଚଜଣ ଥିଲେ ଏବଂ ଏଇ ସାରା ଦୁନିଆ ତାଙ୍କୁ ପଞ୍ଚାସଖା ନାମରେ ମଧ୍ୟ ଜାଣିଛି ,

ସେମାନଙ୍କ ବିଷୟ ରେ ନିଶ୍ଚିତ ଶୁଣିଥିବା। ସେମାନେ ପାଞ୍ଚଜଣ ଜଗନ୍ନାଥ ଙ୍କ ର ବହୁତ ବଡ ଭକ୍ତ ଥିଲେ ଏବଂ ପାଞ୍ଚଜଣ ବହୁତ ଭଲ ଭଲ ସାଙ୍ଗ ମଧ୍ୟ ଥିଲେ। ସେମାନେ ଥିଲେ ଅଚ୍ୟୁତାନନ୍ଦ ଦାଶ, ଅନନ୍ତ ଦାଶ, ଯଶୋବନ୍ତ ଦାଶ, ଜଗନ୍ନାଥ ଦାଶ ଓ ବଳରାମ ଦାଶ ଥିଲେ। ଏହି ଦୁଇ ଜଣ ବହୁତ ଭଲ ଭଲ ସାଙ୍ଗ ସହ ବହୁତ ବିଦ୍ୱାନ ମଧ୍ୟ ଥିଲେ। ଏମାନେ ସମସ୍ତେ ଅଲଗା ଅଲଗା ବିଷୟ ରେ ବହୁତ ବିଦ୍ୱାନ୍ ଥିଲେ। ତେବେ ଏମାନେ ଆଗ ପାଇଁ ଅନେକ କଥା ଭାବି ମାଳିକା ଲେଖି ଯାଇଥିଲେ, ତେବେ କୁହାଯାଏ ସେମାନେ ଯେଉଁ ଭବିଷ୍ୟବାଣୀ କରି ଲେକିଯାଇଥିଲେ ସେହି ସବୁ ଏବେ ଗୋଟି ଗୋଟି କରି ସତ ହେଉଛି। ଆସନ୍ତୁ ଜାଣିବା ସେମାନେ କଣ କଣ ସବୁ ଲେଖିଯାଇଥିଲେ, ଏବଂ ସେମାନଙ୍କ ବିଷୟ ରେ ବି କିଛି ଅଧିକ ଜାଣିବା।

ଧ୍ୟାନକୁଦ ଏକ ପବିତ୍ର ସ୍ଥାନ ଅଟେ, ଏଠାରେ ପଞ୍ଚସଖା ବସି ଧ୍ୟାନ କରୁଥିଲେ। ଏହି ସ୍ଥାନ ରେ ଚାରିଆଡେ ଖାଲି କଣ୍ଟା ଝଟା ଆଦି ରହିଛି, ଏବଂ ସବୁଆଡେ ଖାଲି ଶିଆଳି ଲତା ମାଡିଥାଏ,ଏଠାରେ କୁଆଡେ ଚାଲି ଯିବାକୁ ରାସ୍ତା ନଥିଲା। ଏହି ସ୍ଥାନ ବହୁତ ହିଂସ୍ର ଜନ୍ତୁ ମାନଙ୍କ ରେ ପରିପୂର୍ଣ୍ଣ ଥିଲା, ବିଶ୍ୱାସ କରାଯାଏ ଏଠାରେ କୁଆଡେ ଦେବା ଦେବୀ ମାନେ ମିଳନ ହେଉଥିଲେ। ପଞ୍ଚସଖା ମାନେ ଏଠାରେ ଧ୍ୟାନ କରି ବ୍ରହ୍ମ ଦର୍ଶନ ମଧ୍ୟ କରିଥିଲେ। ପୋଥି ଗ୍ରନ୍ଥ ରୁ ଜଣାପଡେ ଏହି ସ୍ଥାନ ବହୁ ପୂର୍ବରୁ ରହିଛି ବୋଲି। ଏଠାରେ ସେମାନେ ବସି ନିଜର ଧ୍ୟାନ କରୁଥିଲେ ଏବଂ ଅନେକ ଠାକୁର ମାନଙ୍କୁ ସେମାନେ ଦର୍ଶନ ମଧ୍ୟ କରୁଥିଲେ। ଏହି ସ୍ଥାନ ଏତେ ଭୟଙ୍କର ଯେ ଏଠାରେ କେବଳ ହିଂସ୍ରଜନ୍ତୁ ମାନେ ହିଁ ରହୁଥିଲେ, କିନ୍ତୁ ପଞ୍ଚସଖା ଏଠାକୁ ଆସି ଧ୍ୟାନ କରୁଥିଲେ।


ଏଠାରେ ହିଁ ସେମାନେ ଧ୍ୟାନ କରି ନିଜର ଜ୍ଞାନ ସବୁ ପାଇଥିଲେ। ପଞ୍ଚସଖା ଙ୍କ ର କି ଲୀଳା କେଜାଣି ଏଠାରେ ପ୍ରତିଦିନ ମେଳା ଲାଗୁଥିଲା ଏବଂ ଅନେକ ଲୋକ ମାନଙ୍କ ର ଭିଡ ମଧ୍ୟ ଲାଗୁଥିଲେ। ଏଠାରେ ପାଖରେ ଏକ ନଦୀ ଥିଲା ସେମାନେ ସେଠାରେ ସ୍ନାନ କରୁଥିଲେ। ଅଚ୍ୟୁତାନନ୍ଦ ଆଗତ ଅନାଗତ ସମ୍ପର୍କରେ ଜ୍ଞାନ ପାଇଥିଲେ, ସେଥିପାଇଁ ସେ ଭବିଷ୍ୟତ କୁ ଦେଖି ମାଳିକା ରଚନା କରିଥିଲେ।ସେଠାରେ ଅନେକ ପୋଥି ଗ୍ରନ୍ଥି ସବୁ ଦେଖିବାକୁ ମିଳେ, ଯେଉଁଥିରେ କି ସେମାନେ ନିଜ ଅନେକ କଥା ସବୁ ରଚନା କରି ରଖୁଥିଲେ। ଅଚ୍ୟୁତାନନ୍ଦ ମାଳିକା ଲେଖିଥିଲେ ଏବଂ ସେ ଏଠାରେ ଲେଖିଥିଲେ କି କଳିଯୁଗ ରେ ଭଗବାନ ନିଜେ ତାଙ୍କ ରୂପରେ ଦେଖାଦେବେ, ସେ ଏହି କଳିଯୁଗ କୁ ନେଇ ଯାହା ଯାହା ଲେଖିଥିଲେ ତାହା ସବୁ ଗୋଟି ଗୋଟି କରି ସତ ହେଉଛି। ଏବଂ ଆଗକୁ ଏହା ମଧ୍ୟ ସତ୍ୟ ହେବ, ଏହି ଯୁଗ ରେ ଅନ୍ୟାୟ ର ପରିମାଣ ଏତେ ମାତ୍ରାରେ ବଢିଯିବ ଯେ ତାକୁ ହରେଇବା ପାଇଁ ସ୍ୱୟଂ ଭଗବାନ ପୃଥିବୀ କୁ ଆସିବେ। ଏହି ଧ୍ୟାନକୁଦ ସ୍ଥାନ କୁ ଓଡିଶାର ଗୁପ୍ତ ବୃନ୍ଦାବନ ମଧ୍ୟ କୁହାଯାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।