ମନ୍ଦିର ଯିବା ସମୟ ରେ ନିଶ୍ଚିତ ଭାବେ ପାଳନ କରନ୍ତୁ ଏହି 10 ଟି ନିୟମ ନଚେତ୍ ବହୁତ ପସ୍ତେଇବେ

0

ଭାରତ ଦେଶ ଏକ ମନ୍ଦିର ମାଳିନୀ ଦେଶ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। କାରଣ ଆମେ ଦେଶର ଯେକୌଣସି ସ୍ଥାନ କୁ ଗଲେ ନିହାତି ଭାବେ ଏକ ମନ୍ଦିର ଦେଖି ପାରିବା। ତେବେ ଆମ ଦେଶର ଲୋକ ମାନେ ବହୁତ ଈଶ୍ୱର ବିଶ୍ୱାସୀ ମଧ୍ୟ। ସେମାନେ ଭଗବାନ ଙ୍କ ଉପରେ ବହୁତ ବିଶ୍ୱାସ କରିଥାଆନ୍ତି, ସେମାନେ ଏହା ମଧ୍ୟ ବିଶ୍ୱାସ କରନ୍ତି କି ଭଗବାନ ଯାହା କିଛି ବି କରିଥାଆନ୍ତି ତାହା ପଛରେ କିଛି ହିତ ସାଧନ ହୋଇଥାଏ ଭଗବାନ ପ୍ରାଣୀ ର ମଙ୍ଗଳ ପାଇଁ ହିଁ ସବୁ କରିଥାଆନ୍ତି। ଏହା ମଧ୍ୟ କୁହଁନ୍ତି କି ଯାହା କିଛି ବି ହେଉଛି ତାହା ସବୁ ଭଗବାନ ହିଁ କରିଥାଆନ୍ତି। ତେବେ ଭଗବାନ ଙ୍କ ଉପରେ ଭକ୍ତ ର ଅଗାଢ ବିଶ୍ୱାସ ରହିଛି। ଭକ୍ତ ଟି ଏ ଯେତେବେଳେ ନିଜ କଷ୍ଟ ସମୟ ରେ ଠାକୁର ଙ୍କୁ ଡାକିଥାଏ ଭଗବାନ ତା କଥା ନିଶ୍ଚୟ ଶୁଣିଥାନ୍ତି।


ତେବେ ଗୋଟେ ଲୋକ ଯେତେବେଳେ ନିଜ ଜୀବନ ରେ ବହୁତ କଷ୍ଟ ପାଇଥାଏ ଏବଂ ନିଜ ଜୀବନରେ ଥକି ପଡେ କାହା ସହ ନିଜର ଦୁଃଖ ବାଣ୍ଟି ପାରେ ନାହିଁ, ସେହି ସମୟ ରେ ସେ କେବଳ ଗୋଟିଏ ଲୋକ ଙ୍କ ସହ ନିଜର ସବୁ ମନ କଥା ବାଣ୍ଟିଥାଏ, ଏବଂ ସେହି ଲୋକ ଟି ହେଉଛନ୍ତି ଭଗବାନ। ସିଏ ମନ୍ଦିର କୁ ଯାଇ ପୁରା ଶାନ୍ତି ପରିବେଶ ରେ ବସି ନିଜ ମନ ର ସବୁ ଦୁଃଖ କୁ ଭଗବାନ ଙ୍କ ସହ ବାଣ୍ଟିଥାଏ। ହିନ୍ଦୁ ଧର୍ମ ର ପ୍ରତ୍ୟେକ ଲୋକ ମନ୍ଦିର ମାଇଥାଆନ୍ତି ଭଗବାନ ଙ୍କ ର ପୂଜାର୍ଚ୍ଚନା କରିବା ପାଇଁ। ତେବେ ଲୋକ ମାନେ ମନ୍ଦିର ଯାଆନ୍ତି ପୂଜା କରନ୍ତି ମନ୍ଦିର ରେ କିଛି ସମୟ ବସି ସେଠାରେ କିଛି ସମୟ ଅତିବାହିତ କରି ଆସିଥାଆନ୍ତି। ତେବେ ଆପଣ ମାନେ ଜାଣିଛନ୍ତି କି ଆମେ ମନ୍ଦିର କୁ ଯାଇ ଆମର ଅଜାଣତରେ ଏପରି କିଛି ଭୁଲ୍ କାମ କରି ଦେଇଥାଉ ଯାହାକି ଆମ ପାଇଁ ଖରାପ ହୋଇଥାଏ। ତେବେ ଆମେ ଆଜି ଆପଣ ମାନଙ୍କୁ 10 ଟି କାର୍ଯ୍ୟ ସମ୍ପର୍କରେ କହିବୁ ଯାହାକି ଆମର ମନ୍ଦିର ରେ କରିବା ଉଚିତ୍ ନୁହେଁ।


1 . କେତେକ ଲୋକ ଙ୍କ ର ଏପରି ଅଭ୍ୟାସ ଥାଏ କି ସେମାନେ ନିଜର ଜୋତା କୁ ବାହାର କରି ଦିଅନ୍ତି ହେଲା ନିଜର ମୌଜା ବା ସକ୍ସ କୁ ପିନ୍ଧି ମନ୍ଦିର କୁ ଯାଆନ୍ତି। ମନ୍ଦିର ଭିତରକୁ ସକ୍ସ ପିନ୍ଧି ଗଲେ ମନ୍ଦିର ର ପବିତ୍ରତା ଭଗ୍ନ ହୋଇଥାଏ। ଏଥିପାଇଁ ମନ୍ଦିର ରେ କେବେବି ସକ୍ସ ପିନ୍ଧି ମନ୍ଦିର ରେ ପ୍ରବେଶ କରନ୍ତୁ ନାହିଁ।

2 . ଜୋତା କୁ ବାହାର କରି ବାହାରେ ଥୋଇ ମନ୍ଦିର ଭିତରକୁ ନିଜର ହାତ ଓ ଗୋଡ କୁ ଧୋଇ ଯିବା ଉଚିତ୍।

3 . ମନ୍ଦିର କୁ ଯିବା ସମୟ ରେ କୌଣସି ପ୍ରକାର ର ନିଶା ଯେମିତି କି ମଦ, ସିଗାରେଟ୍, ଗୁଟ୍କା, ତମାଖୁ ଆଦି ସେବନ କରି ମନ୍ଦିର ଭିତରକୁ ପ୍ରବେଶ କରନ୍ତୁ ନାହିଁ। ଏହା ଆପଣ ଙ୍କ ପାଇଁ ଅଶୁଭ ହୋଇଥାଏ ଓ ଆପଣ ଙ୍କ ଉପରେ ଏହାର ଓଲଟା ପ୍ରଭାବ ପଡିଥାଏ।

4 . ମନ୍ଦିର ଏକ ଆସ୍ଥା ର କେନ୍ଦ୍ର ଅଟେ ସେଥିପାଇଁ ମନ୍ଦିର ରେ ଜୋରରେ ପାଟି କରିବା, ଡାକିବା ବା କଥା ହେବା ଉଚିତ୍ ନୁହେଁ।

5 . ମନ୍ଦିର ରେ ଗୁରୁଜନ ମାନଙ୍କ ର ଚରଣ ସ୍ପର୍ଶ କରନ୍ତୁ ନାହିଁ।

6 . ଚମଡା ରେ ତିଆରି ପର୍ସ, ଜାକେର୍ଟ, ବେଲ୍ଟ ଆଦି ପିନ୍ଧି ମନ୍ଦିର କୁ ଯାଆନ୍ତୁ ନାହିଁ। ଏହା ଦ୍ୱାରା ମନ୍ଦିର ର ସ୍ୱଚ୍ଛତା, ପବିତ୍ରତା ଆଦି ଭଙ୍ଗ ହୋଇଥାଏ।

7 . ମନ୍ଦିର ରେ ପୂଜାର୍ଚ୍ଚନା ସରିବା ପରେ କିଛି ସମୟ ମନ୍ଦିର ରେ ବସି ଘରକୁ ଆସନ୍ତୁ। ମନେ ରଖିବେ ପୂଜା ସାରି ସାଙ୍ଗେ ସାଙ୍ଗେ ଘରକୁ ଫେରନ୍ତୁ ନାହିଁ।

8 . ମନ୍ଦିର ରେ ବସିବା ସମୟ ରେ ନିଜ ପିଠି କୁ ଠାକୁର ଙ୍କୁ ଆଡକୁ କରି ବସନ୍ତୁ ନାହିଁ।

9 . ମନ୍ଦିର ରୁ ଫେରିବା ସମୟ ରେ ଆପଣ ଙ୍କ ମୁହଁ କୁ ଭଗବାନ ଙ୍କ ମୂର୍ତ୍ତି ଦିଗରେ ରଖନ୍ତୁ। ମନେ ରଖିବେ କେବେବି ନିଜ ପିଠି କରି ମନ୍ଦିର ରୁ ବାହାରକୁ ଆସନ୍ତୁ ନାହିଁ।

10 . ମନ୍ଦିର ସମସ୍ତ ଙ୍କ ପାଇଁ ଏକ ସମାନ ଅଟେ ତେଣୁ ମନ୍ଦିର କୁ ସଫା ରଖନ୍ତୁ। ତେବେ ଏହି ସବୁ ନିୟମ କୁ ନିଶ୍ଚିତ ଭାବେ ପାଳନ କରନ୍ତୁ ଦେଖିବେ ଆପଣ ମାନଙ୍କ ର ମଙ୍ଗଳ ହେବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।