ଜାଣନ୍ତୁ ଓଡିଶାର ପ୍ରମୁଖ ମନ୍ଦିର ମାନଙ୍କ ମଧ୍ୟରୁ ଏକ ମନ୍ଦିର କ୍ଷୀରଚୋରା ଗୋପୀନାଥ ମନ୍ଦିର ର ଆଶ୍ଚର୍ଯ୍ୟଜନକ ରହସ୍ୟ ଯାହା କେହି ବି ଜାଣିନଥିବେ

0

ଭାରତ ଦେଶ ତ ମନ୍ଦିର ରେ ଭର୍ତ୍ତି, ଭାରତର ପ୍ରତ୍ୟେକ ସ୍ଥାନ ରେ ଭଗବାନ ମାନଙ୍କର ମନ୍ଦିର ଏବଂ ସେମାନଙ୍କ ର ବିଭିନ୍ନ ରୂପ ସବୁ ଦେଖିବାକୁ ମିଳେ। ଆମ ଦେଶରେ ତ ଲୋକ ମାନେ ବହୁତ ଈଶ୍ୱର ବିଶ୍ୱାସୀ, ଲୋକ ମାନେ ଭଗବାନ ମାନଙ୍କୁ ବହୁତ ଭକ୍ତି ମଧ୍ୟ କରନ୍ତି। ଆମ ହିନ୍ଦୁ ଧର୍ମ ରେ ତ ବିଶ୍ୱାସ କରାଯାଏ ୩୩ କୋଟି ଦେବା ଦେବୀ ଅଛନ୍ତି ବୋଲି। ତେବେ ସେମାନଙ୍କୁ ଅନେକ ରୂପରେ ଆମ ଦେଶରେ ବିଭିନ୍ନ ସ୍ଥାନ ରେ ପୂଜା କରାଯାଏ। ଭଗବାନ ଙ୍କ ର ଭିନ୍ନ ଭିନ୍ନ ରୂପ ସହ ବିଭିନ୍ନ ପ୍ରକାର ର ଆଶ୍ଚର୍ଯ୍ୟଜନକ ଚମତ୍କାରିତା ମଧ୍ୟ ଦେଖିବାକୁ ମିଳେ।


ଆମ ଦେଶ ହେଉ କିମ୍ବା ଆମ ରାଜ୍ୟ, ଯେଉଁ ଠାରେ ଅନେକ ମନ୍ଦିର ସବୁ ଦେଖିବାକୁ ମିଳେ। ସେହି ସବୁ ପ୍ରତ୍ୟେକ ମନ୍ଦିର ଗୁଡିକ ରେ ଏକ ଏକ ଆଶ୍ଚର୍ଯ୍ୟଜନକ କଥା ସବୁ ଦେଖିବାକୁ ମିଳେ ଏବଂ ସେହି ସବୁ ମନ୍ଦିର ପଛରେ ଅନେକ ଇତିହାସ ଏବଂ ଅନେକ କିମ୍ବଦନ୍ତୀ ମଧ୍ୟ ରହିଥାଏ। ଅନେକ ମନ୍ଦିର ମାନଙ୍କ ରେ ତ ଏପରି କିଛି କିମ୍ବଦନ୍ତୀ ଏବଂ ଇତିହାସ ରହିଛି ଯାହାକୁ ଶୁଣି ଲୋକ ମାନେ ଆଶ୍ଚର୍ଯ୍ୟ ହୋଇଥାଆନ୍ତି। ତେବେ ଆମେ ମାନେ ଆଜି ଆପଣ ମାନଙ୍କୁ ଆମ ରାଜ୍ୟ ର ଏକ ପ୍ରମୁଖ ମନ୍ଦିର ଯାହାକି ବାଲେଶ୍ୱର ଜିଲ୍ଲାରେ ଅବସ୍ଥିତ, କ୍ଷୀରଚୋରା ଗୋପୀନାଥ ମନ୍ଦିର ର ଇତିହାସ ସମ୍ପର୍କରେ କହିବୁ। ତେବେ ଆସନ୍ତୁ ଜାଣିବା ଏହି ମନ୍ଦିର ରେ କଣ ସବୁ ଆଶ୍ଚର୍ଯ୍ୟ କର କଥା ରହିଛି ଏବଂ କଣ ଇତିହାସ ସବୁ ରହିଛି।

କ୍ଷୀରଚୋରା ଗୋପୀନାଥ ମନ୍ଦିର ରେମୁଣା ରେ ଅବସ୍ଥିତ। ଏହା ବାଲେଶ୍ଵର ର ଠାରୁ 9 କି.ମି ପୂର୍ବ ରେ ହାୱଡା ଓ ଭୁବନେଶ୍ୱର ମଝିରେ ପଡେ। ରେମୁଣା ନାମ ଟି ରାମାୟଣ ଶବ୍ଦ ରୁ ଆସିଅଛି, ଯାହାର ଅର୍ଥ ହେଉଛି ସୁନ୍ଦର। ଏହି ମନ୍ଦିର ଟି ଗଙ୍ଗବଂଶ ର ରାଜା ଲାଙ୍ଗୁଳା ନରସିଂହ ଦେବ ଙ୍କ ଦ୍ୱାରା ଗଢା ଯାଇଥିଲା, ଯିଏ କି ସାରା ବିଶ୍ୱ ପ୍ରସିଦ୍ଧ କୋଣାର୍କ ର ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ। ବୃନ୍ଦାବନ ର ତିନି ଠାକୁର ଶ୍ରୀ ମଦନ ମୋହନ, ଶ୍ରୀ ଗୋବିନ୍ଦ, ଶ୍ରୀ ଗୋପୀନାଥ ଭଳି ଏଠାରେ ତିନି ଠାକୁର ବିରାଜିତ ହୋଇଥିବାରୁ ଏହାକୁ ପୂର୍ବ ଭାରତର ଗୁପ୍ତ ବୃନ୍ଦାବନ ଧାମ ମଧ୍ୟ କୁହାଯାଏ। ଏଠାରେ ଗଛଲତା ଭରା ଏକ ଶୀତଳ ପରିବେଶ ରେ ଗୋପୀନାଥ ପୂଜା ପାଇଥାଆନ୍ତି।


ଏହା ର ଇତିହାସ ଦେଖିଲେ ଏହା ୧୩୦୦ ଶତାବ୍ଦୀ ରେ ଗଙ୍ଗବଂଶ ର ରାଜା ଲାଙ୍ଗୁଳା ନରସିଂହ ଦେବ ଙ୍କ ଦ୍ୱାରା ନିର୍ମାଣ କରା ଯାଇଥିଲା। ଶ୍ରୀପାଦ ମାଧବେନ୍ଦ୍ର ପୁରୀ ଗୋସାଇଁ, ଶ୍ରୀ ଶ୍ରୀ ରସିକାନନ୍ଦ ଦେବ ଗୋସାଇଁ ଆଦି ପ୍ରମୁଖ ସନ୍ଥ ଏଠାରେ ଅନେକ ଦିନ କାଟିଥିଲେ। କିମ୍ବଦନ୍ତୀ ଅନୁସାରେ ରାମଚନ୍ଦ୍ର ସୀତାଙ୍କୁ ସ୍ନାନ କରାଇବା ଉଦ୍ଦେଶ୍ୟରେ ଏଠାରେ ଗଙ୍ଗା ଙ୍କୁ ସ୍ମରଣ କରି ସାତୋଟି ସର ମୁନରେ ସପ୍ତରେଖା ନଦୀର ଖନନ କରିଥିଲେ। କୁହାଯାଏ ଥରେ ଜଣେ ଭକ୍ତ ମାଧବେନ୍ଦ୍ର ପୁରୀ ବୃନ୍ଦାବନ ର ତାଙ୍କର ସେବିତ ଠାକୁର ଶ୍ରୀ ଗୋପାଳ ଙ୍କ ପାଇଁ ଜଗନ୍ନାଥ ପୁରୀ ରୁ ମଳୟ ଚନ୍ଦନ ନେବା ଉଦ୍ଦେଶ୍ୟ ରେ ବୃନ୍ଦାବନ ରୁ ଚାଲି ଚାଲି ଗୋପୀନାଥ ମନ୍ଦିର ରେ ଆସି ବିଶ୍ରାମ ନେଇଥିଲେ।


ଗୋପୀନାଥ ଙ୍କ ଠାରେ ଲାଗିଥିବା କ୍ଷୀର ଭୋଗ ଯାହା ଅମୃତ କେଳି ରେ ତିଆରି ତାକୁ ଦେଖି ଭୋଗ ପାଇବାର ଇଚ୍ଛା ହୋଇଥିଲା କିନ୍ତୁ ସେ ଅଜାଜିତ ହୋଇଥିବାରୁ ନିଜ ମନର ଇଚ୍ଛା ପ୍ରକାଶ ନ କରି ନିଜ ମନରେ ହିଁ ରଖିଦେଲେ। ଶ୍ରୀ ଗୋପୀନାଥ ଭକ୍ତ ର ମନର ଇଚ୍ଛା ଜାଣି ପାରି ବାର ଟି କ୍ଷୀର ଭୋଗ ମଧ୍ୟରୁ ଗୋଟିଏ କ୍ଷୀର ଭୋଗ ତାଙ୍କ ପିନ୍ଧିଥିବା ଧୋତି ତଳେ ଲୁଚାଇ ରଖି ପୂଜକ ଙ୍କୁ ଅଧରାତ୍ର ରୁ ଉଠାଇ ଭକ୍ତ ମାଧବେନ୍ଦ୍ର ଙ୍କୁ କ୍ଷୀର ଭୋଗ ଦେଇ ଆସିବା ପାଇଁ ନିର୍ଦ୍ଦେଶ ଦେଲେ। ପୂଜକ ଉଠି ସ୍ନାନ ସାରି ଆସି ଦେଖିଲେ ସତ କୁ ସତ ଗୋପୀନାଥ ଙ୍କ ଧୋତି ତଳେ ଏକ କ୍ଷୀର ଭୋଗଟିଏ ଅଛି। ସେ ସେହି ଭୋଗ କୁ ନେଇ ଦୂରରେ କୀର୍ତ୍ତନ କରୁଥିବା ଭକ୍ତ ମାଧବେନ୍ଦ୍ର ଙ୍କୁ ନେଇ ଦେଇଥିଲେ। ଏହିପରି ଆହୁରି ଅନେକ କିମ୍ବଦନ୍ତୀ ରହିଛି ଏହି ମନ୍ଦିର କୁ ନେଇ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।