ମୂଷାଙ୍କ ପାଇଁ ଚିନ୍ତାରେ ରହୁଛନ୍ତି କରନ୍ତୁ ଏହି ଗୋଟିଏ ଉପାୟ ୩ ଦିନ ମଧ୍ୟରେ ମୂଷା ଘରୁ ସମ୍ପୂର୍ଣ୍ଣ ଗାଏବ ହୋଇଯିବ ….

0

ସାଧାରଣ ଭାବରେ ଆମ ଘରେ ରହୁଥିବା ଛୋଟ ଛୋଟ କୀଟ ପତଙ୍ଗ ତଥା ଛୋଟ ଛୋଟ ଜୀବ ଗୁଡିକ ଆମକୁ ବହୁତ ହଇରାଣ କାରିଥାନ୍ତି । ସେମାନଙ୍କ ମଧ୍ୟରେ ମୂଷା ହେଉଛି ଅନ୍ୟତମ ଯାହାକି ଆମ ଘରେ ଆମକୁ ବହୁତ ହଇରାଣ କରିଥାଏ । ଏହି ମୂଷା ମାନଙ୍କ ପାଇଁ ଆମର ସମସ୍ତ ଜିନିଷ କୁ ତଥା ପରିବାପତ୍ର ,ଧାନ ଚାଉଳ ,ପୋଷାକ ପତ୍ର କାଟି ନଷ୍ଟ କରିଦିଅନ୍ତି ।ତେବେ ଏମାନଙ୍କୁ ସମ୍ଭାଳିବା ବହୁତ ମୁସ୍କିଲ ହୋଇଥାଏ ।ତେବେ ଆମେ ଆପଣଙ୍କୁ ଜଣେଇବାକୁ ଯାଉଚୁ କିଛି ଏମିତି ଉପାୟ ଯାହା ଦ୍ୱାରା ଆପଣ ମାନେ ସହଜରେ ମୂଷା ମାନଙ୍କ ଠାରୁ ମୁକ୍ତି ପାଇପାରିବେ ।
ଆଜି ଆମେ ଆପଣଙ୍କୁ ୩ ଟି ବହୁତ ସହଜ ଆଉ ସରଳ ଉପାୟ ଜାଣେଇବୁ ଯାହା ଦ୍ୱାରା ଆପଣ ମୂଷା ମାନେ ଆଉ ଆପଣଙ୍କ ଘରେ ରହିବେ ନାହିଁ। ତେବେ ଆସନ୍ତୁ ଜାଣିବା ଏହି ୩ ଟି ସହଜ ଉପାୟ ବିଷୟରେ …


୧.ପ୍ରଥମେ ଉପାୟ ଟି ହେଲା ପେପ୍ରମିଣ୍ଟ ତେଲ

ଏହାକୁ ବ୍ୟବହାର କରି ଆମେ ସହଜରେ ମୂଷା ମାନଙ୍କଠୁ ମୁକ୍ତି ପାଇପାରିବା କାରଣ ଏହି ତେଲ ର ଗନ୍ଧ ,ଏହି ତେଲ ର ଗନ୍ଧ ଦ୍ୱାରା ମୂଷା ଆନେ ଘରୁ ପଳେଇଥାନ୍ତି ।ତେବେ ଏହାର ଉପାୟ ଟି ହେଉଚି ସୁତା କପଡା ରେ ଏହି ତେଲ କୁ ଲଗେଇ ତାକୁ ଛୋଟ ଛୋଟ ଗଲା କରି ମୂଷା ରହୁଥିବା ଜାଗା ରେ ପକେଇ ଦିଅନ୍ତୁ ।ଏହାର ଗନ୍ଧ କୁ ମୂଷା ମାନେ ସାହ୍ୟ କରିପରନ୍ତି ନାହିଁ
ତେଣୁ ସେମାନେ ଦୁରେଇ ଯିବେ ।


୨.ଦ୍ୱିତୀୟ ଟି ହେଉଛି , ଲାଲ ଲଂକାଗୁଣ୍ଡ

ମୂଷା ମାନଙ୍କ ର ନାକ ସମ୍ବେଦନଶୀଳ ହୋଇଥିବାରୁ ଏହା ତାଙ୍କୁ ଘରୁ ବାହାର କରିବାରେ ସାହାଯ୍ୟ କରିଥାଏ । ଏହି ଲାଲ ଲଂକାଗୁଣ୍ଡ କୁ ମୂଷା ରହୁଥିବା ଜାଗାରେ ଏବଂ ମୂଷା ଯାଉଥିବା ରାସ୍ତା ରେ ପକେଇଦିଅନ୍ତୁ । ମୂଷା ଯେତେବେଳେ ଏହି ଲାଲ ଲଂକାଗୁଣ୍ଡ କୁ ଖାଇବା ବା ଏହାକୁ ଛୁଆଁଇବ ତେବେ ଏହା ତାପାଇଁ ଅସହନୀୟ ହେବ ଏବଂ ସେ ଘରକୁ ଛାଡି ପଳେଇବ ।


୩. ତୃତୀୟ ଉପାୟ ଟି ହେଉଛି , ମୂଷା କୁ ଘରୁ ବାହାର କରିବାର ୩ୟ ଉପାୟ ଟି ହେଉଛି ତେଜପତ୍ର

ବହୁତ କମ ଲୋକ ଜାଣିଛନ୍ତି ଯେ ତେଜପତ୍ର କେବଳ ତରକାରୀ ରେ ନୁହଁ ବରଂ ଏହା ମଧ୍ୟ ଘରୁ ମୂଷା କୁ ବାହାର କରିବାରେ ସାହାଯ୍ୟ କରେ ବୋଲି । ତେବେ ଆସନ୍ତୁ ଜାଣିବା ତେଜପତ୍ର ଦ୍ୱାରା ଆମେ କିପରି ଭାବେ ମୂଷା କୁ ଘରୁ ବାହାର କରିପାରିବା। ତେବେ ଏଥି ପାଇଁ ୪ ରୁ ୫ ଟି ତେଜପତ୍ର ନିଅନ୍ତୁ ଏବଂ ରାତିରେ ଏହାକୁ ନିଆଁ ଲଗାଇ ଦିଅନ୍ତୁ । ଏବଂ ଘରର ସମସ୍ତ କବାଟ ଓ ଝରକା କିଛି ସମୟ ପାଇଁ ବନ୍ଦ କରିଦିଅନ୍ତୁ । ଏହି ତେଜପତ୍ର ର ଗନ୍ଧ କୁ ମୂଷା ମନେ ସହ୍ୟ କରିପାରନ୍ତି ନାହିଁ ଆଉ ଅସ୍ତବ୍ୟସ୍ତ ହୋଇପଡନ୍ତି ।ଏବଂ ଶେଷରେ ଘର ଛାଡି ପଳେଇଥାନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।