ଚମତ୍କାରୀ ଶିବ ମନ୍ଦିର : ଏଠାରେ ବିନା ଅଗ୍ନିରେ ପ୍ରସ୍ତୁତ କରାଯାଇଥାଏ ଭୋଜନ, ଜାଣନ୍ତୁ କେମିତି

0

ସାରା ବିଶ୍ବ ଜାଣିଛି ଯେ ଆମ ଦେଶ ଭାରତ ଏକ ଧର୍ମ ପରାୟଣ ଦେଶ। ଆମ ଏଠାକାର ଲୋକେ ବହୁ ଦେବାଦେବୀ ଙ୍କୁ ପୂଜା କରନ୍ତି। ଧର୍ମ କୁ ନେଇ ଆମ ଦେଶ ର ଲୋକ ମାନଙ୍କ ମଧ୍ଯ ରେ ଗଭୀର ଭକ୍ତି ରହିଛି। ଭାରତ ର ଅନେକ ସ୍ଥାନ ରେ ଅଦ୍ଭୁତ ଏବଂ ଅବିଶ୍ବସନୀୟ ମନ୍ଦିର ରହିଛି,ସେଥି ପାଇଁ ଭାରତ କୁ ମନ୍ଦିର ମାଳିନି ର ଦେଶ କୁହାଯାଏ।ଏଠାରେ ବିଭିନ୍ନ ଧର୍ମ ର ଲୋକ ବସ ବାସ କରନ୍ତି,ତେଣୁ କରି ଏଠାରେ ବିଭିନ୍ନ ଧର୍ମ ର ଦେବା ଦେବୀ ଙ୍କୁ ପୂଜା କରାଯାଏ।ଏହା ମଧ୍ୟ କୁହଁନ୍ତି କି ଯାହା କିଛି ବି ହେଉଛି ତାହା ସବୁ ଭଗବାନ ହିଁ କରିଥାଆନ୍ତି। ତେବେ ଭଗବାନ ଙ୍କ ଉପରେ ଭକ୍ତ ର ଅଗାଢ ବିଶ୍ୱାସ ରହିଛି। ଭକ୍ତ ଟି ଏ ଯେତେବେଳେ ନିଜ କଷ୍ଟ ସମୟ ରେ ଠାକୁର ଙ୍କୁ ଡାକିଥାଏ ଭଗବାନ ତା କଥା ନିଶ୍ଚୟ ଶୁଣିଥାନ୍ତି।


ଏମିତି ମଧ୍ଯ କିଛି ମନ୍ଦିର ରହିଛି ଯାହା କେବଳ ଭାରତ ରେ ନୁହଁ ବରଂ ବିଦେଶ ରେ ମଧ୍ଯ ଖୁବ୍ ପ୍ରସିଦ୍ଧ ଏବଂ ଚର୍ଚ୍ଚା ର ବିଷୟ ପାଲଟିଛି। ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ଏକ ମନ୍ଦିର ବିଷୟ ରେ ଯାହା ହିମାଚଳ ପ୍ରଦେଶ ରେ ଅବସ୍ଥିତ। ଏହା ଏକ ଶିବ ମନ୍ଦିର ଅଟେ, କିନ୍ତୁ ଆଶ୍ଚର୍ୟ୍ଯ ର କଥା ଏହା ଯେ ଏଠାରେ ବିନା ଅଗ୍ନି ରେ ଭୋଜନ ପ୍ରସ୍ତୁତ କରାଯାଏ। ହଁ ଆଜ୍ଞା କଥା ଟା ଶୁଣି ବା ପାଇଁ ଆଶ୍ଚର୍ୟ୍ଯ ଲାଗିଲେ ମଧ୍ଯ ଏହା ସତ। ଏଠାକାର ଶିବ ଭଗବାନ ଙ୍କୁ ଦର୍ଶନ କରିବା ପାଇଁ କେବଳ ଆମ ଦେଶ ଭାରତ ରୁ ନୁହଁ ବରଂ ବିଦେଶ ରୁ ମଧ୍ଯ ଭକ୍ତ ମାନେ ଆସିଥାନ୍ତି।ହିମାଚଳ ପ୍ରଦେଶ ରେ ଅବସ୍ଥିତ ଏହି ଶିବ ମନ୍ଦିର ପାଖ ଦେଇ ଏକ ନଦୀ ଯାଇଛି,ଯାହା ର ପାଣି ଗୋଟିଏ ପାଖ ବରଫ ସମାନ ଥଣ୍ଡା ହୋଇଥିବା ବେଳେ ଅନ୍ୟ ପାଖ ସୂର୍ଯ୍ୟ ସମାନ ଗରମ ହୋଇଥାଏ ଏବଂ ଏଠାକାର ଗରମ ପାଣିରେ ଦେଶ ବିଦେଶ ରୁ ଆସିଥିବା ଭକ୍ତ ମାନେ ସ୍ନାନ କରିବାକୁ ବେଶ୍ ଭଲ ପାଆନ୍ତି।


ଲୋକ ମାନଙ୍କ କହିବା ଅନୁସାରେ ଏହି ନଦୀ ରେ ସ୍ନାନ କରିବା ସମୟରେ ଏହି ନଦୀର ପାଣି ବେଶି ଗରମ କିମ୍ବା ବେଶି ଥଣ୍ଡା ହୋଇନଥାଏ ଏବଂ ଲୋକ ମାନଙ୍କ କହିବା ଅନୁସାରେ ଚାଉଳ ଏବଂ ଡାଲି ଭର୍ତ୍ତି ଏକ ପୁଟୁଳି ଏହି ପାଣି ରେ ରଖିଦେଲେ ଏହା କିଛି ଘଣ୍ଟା ପରେ ଆପେ ଆପେ ରାନ୍ଧି ହୋଇଯାଏ। ହିମାଚଳ ପ୍ରଦେଶ ଅନ୍ତର୍ଗତ କୁଲୁ ର ପାର୍ବତୀ ନଦୀ କୂଳ ରେ ଅବସ୍ଥାନ କରୁଥିବା ଉଭୟ ହିନ୍ଦୁ ଏବଂ ଶିଖ୍ ମାନଙ୍କ ର ପ୍ରମୁଖ ତୀର୍ଥ ସ୍ଥଳ ଅଟେ। ଏଠାକାର ଲୋକ ଙ୍କ କହିବା ଅନୁସାରେ ଭଗବାନ ଶିବ ମାତା ପାର୍ବତୀ ଙ୍କ ସହ ଏହି ଠାରେ ଏଗାର ହଜାର ବର୍ଷ ପର୍ୟ୍ଯନ୍ତ ତପସ୍ୟା କରିଥିଲେ। ଏଥି ସହ ଏହା ମଧ୍ଯ ଜାଣିବା କୁ ମିଳିଛି ଯେ ଏଠାକାର ଗରମ ଏବଂ ଗନ୍ଧକ ଯୁକ୍ତ ପାଣିରେ ସ୍ନାନ କରିବା ଦ୍ବାରା ଗନ୍ଠି ଏବଂ ଚର୍ମ ଜନିତ ସମସ୍ୟା ଦୂର ହୋଇଥାଏ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।