ଦେଖନ୍ତୁ ଭିଡିଓ – ସୋସିଆଲ ମିଡିଆରେ କିଭଳି ଲୋକମାନେ ଠକାମିର ଶିକାର ହେଉଛନ୍ତି ନିଜ ଆଖିରେ ନଦେଖିଲେ ବିଶ୍ବାସ କରିପାରିବେନି

0

ଆଜି ର ଏହି ଅନେକ ପ୍ରକାର ର ରୋଗ ସବୁ ଦେଖିବାକୁ ମିଳୁଛି। ଏହି ପରି କିଛି ରୋଗ ଦେଖିବାକୁ ମିଳୁଛି ଯାହାର ପ୍ରକୃତ କାରଣ ଡକ୍ଟର ମାନେ ମଧ୍ୟ କହିପାରୁନାହାନ୍ତି। ଏହି ସବୁ ହେଉଛୁ ଆଜି କାଲି ର ଖାଦ୍ୟ ଯୋଗୁଁ। ଆଜି କାଲି ତ ସବୁ ଖାଦ୍ୟ ରେ କେମିକାଲ୍ ମିଶୁଛି। କଞ୍ଚା ପରିବା ହେଉ କିମ୍ବା ଫଳ ସବୁ କୁ ଜଲ୍ଲି ପଚାଇ ତାକୁ ମାର୍କେଟ୍ ରେ ବିକ୍ରି କରିବା ପାଇଁ। ସେହି କଞ୍ଚା ପରିବାକୁ ପଚେଇବା ପାଇଁ ସେମାନେ ଫଳ କିମ୍ବା ପରିବାରେ ବହୁତ କେମିକାଲ୍ ସବୁ ବ୍ୟବହାର କରୁଛନ୍ତି। ଏହା କେବଳ ପନିପରିବା କିମ୍ବା ଫଳ ନୁହେଁ ଆହୁରି ଅନେକ ଜିନିଷ ରେ କେମିକାଲ୍ ମିଶାଯାଉଛି, ହୁଏତ ଆପଣ ମାନେ ସେହି ସବୁ ସମ୍ପର୍କରେ ଜାଣି ବି ନଥିବେ ଆମେ ଆଜି ଆପଣ ମାନଙ୍କୁ ସେହି ସବୁ ସମ୍ପର୍କରେ କହିବୁ।

ଲୋକ ମାନେ ନିଜ ସ୍ୱାର୍ଥ ପାଇଁ ପଇସା ରୋଜଗାର କରିବା ପାଇଁ ଲୋକ ମାନଙ୍କ ର ସ୍ୱାସ୍ଥ୍ୟ ସମ୍ପର୍କରେ ତିଳେ ମାତ୍ର ଚିନ୍ତା କରୁନାହାନ୍ତି। ଆମେ ଅନେକ ସସୟ ରେ ରାସ୍ତା କଡରେ ଥିବା ଜଳଖିଆ ଦୋକାନରେ ଖାଦ୍ୟ ଖାଇଥାଉ। ଆମେ ପରେ ଯାଇ ସେହି ଖାଦ୍ୟ କୁ ଖାଇଥାଉ। ଅନେକ ସମୟରେ ଗୋଟେ ଗୋଟେ ଦୋକାନ ରେ ଯେଉଁମାନେ କାମ କରନ୍ତି ସେମାନଙ୍କର ଗୋଟେ ହାତ ନଥାଏ। ସେମାନେ ବରା କରିଲା ବେଳେ ଗୋଟେ ହାତ ରେ ଧରି ନିଜ କାଖରେ ତାକୁ ଚାପି ଛାଣିଥାନ୍ତି।

ଏବେ କିଛି ଦିନ ତଳେ ଏକ ଭିଡିଓ ଆସିଥିଲା ଯେଉଁଥିରେ ଏକ ଲୋକ ମଇଁଷି ଠାରୁ କ୍ଷୀର ଆଣି ନିଜେ ଗ୍ଲାସରେ ସେ କ୍ଷୀର କୁ ପ୍ରଥମେ ପିଉଛି ଏବଂ ସେଥିରୁ ଅଳ୍ପ କ୍ଷୀର ବାଲ୍ଟି ରେ ରଖୁଛି। ସେହି କମ୍ କ୍ଷୀର ପୂରଣ କରିବା ମଇଁଷି ପାଇଁ ରଖିଥିବା ପାଣିରୁ ପାଣି ଆଣି ସେଥିରେ ମିଶାଉଛି। ଅନେକ ସମୟରେ ଆମେ ମାନେ ବଜାର ରୁ ପରିବା ଏବଂ ଫଳ ଆଣିଥାଉ। ସେମାନେ ଆମକୁ ଏକ ଜାଗା ଦେଇଥାନ୍ତି ଫଳ ବାଛିବା ପାଇଁ ଆମେ ବାଛିବା ପରେ ସେମାନେ ତାହାକୁ ଓଜନ କରି ଆମକୁ ଦେଇଥାନ୍ତି। ସେମାନେ ମେସିନ୍ ରେ ଜିନିଷ ଓଜନ କରିବା ପରେ ଏକ ଅଳ୍ପ ଭାରି ଜିନିଷ ସେଥିରେ ରଖିଦେଇଥାନ୍ତି।

ଯାହାଦ୍ୱାରା ତାହାର ଓଜନ ଓ ଫଳ ର ଓଜନ ମିଶି ଅଧିକ ଓଜନ ହୋଇଯାଏ ଏବଂ ଅଧିକ ଫଳ ହୋଇଛି ବୋଲି କହି ଦୋକାନୀ ସେଥିରୁ ଫଳ କାଢିନିଏ ,କିନ୍ତୁ ଗ୍ରାହକ ଟି ପ୍ରକୃତ ରେ ନିଜର ପ୍ରାପ୍ୟ ଅନୁସାରେ ଜିନିଷ ପାଏନାହିଁ। ଆମେ ଯେଉଁ ଶୁଖିଲା ଲଙ୍କା ସବୁ ବଜାର ରୁ କିଣି ଥାଉ ତାହାକୁ ବଡ ବଡ ମଣ୍ଡି ମାନଙ୍କ ରେ ଶୁଖାଯାଇଥାଏ,ଏହା ତଳେ କିନ୍ତୁ ମୂଷା ମାନେ ରହିଥାନ୍ତି। ସେହି ମୂଷା ମାନଙ୍କ ର ମଳ ମୂତ୍ର ଦ୍ୱାରା ପରବର୍ତ୍ତୀ ସମୟ ରୃ ଆମର ଦେହ ଖରାପ ହୋଇଥାଏ।

ଏହି ପରି ଅନେକ ପ୍ରକାର ର ଜିନିଷ ରେ କେମିକାଲ୍ ମିଶାଯାଉଛି। ଆମେ କିନ୍ତୁ ତାହା ଜାଣି ପାରୁ ନାହୁଁ ଖାଇଦେଉଛୁ ଏବଂ ପରବର୍ତ୍ତୀ ସମୟ ରେ ଆମର ଦେହ ଖରାପ ହୋଇଥାଏ। ଏହି ପରି କାମ କରୁଥିବା କେତେକ ବ୍ୟକ୍ତି ଙ୍କୁ ପୋଲିସ ଗିରଫ ମଧ୍ୟ କରିଛି ।ଏହାପରେ ସେମାନେ ପୋଲିସ୍ ପାଖରେ ସବୁ ସତ ମାନୁଛନ୍ତି। ଏହି ପରି କାମ ଆପଣ ଙ୍କ ଆଖ ପାଖ ରେ ମଧ୍ୟ ହେଉଥିବ। ଆପଣମାନଙ୍କୁ ସେଥି ପ୍ରତି ସତର୍କ ରହିବାକୁ ପଡିବ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।