୩୫ ଲକ୍ଷ ଯୌତୁକ ଦେଇ ବାପା କରିଥିଲେ ଝିଅ ବିବାହ, ୭ ମାସ ପରେ ଏହି ଅବସ୍ତାରେ ମିଳିଲା Pregnant ଝିଅ ଆଉ ତାପରେ ଯାହା ଘଟିଲା

0

ଆମ ସମାଜରେ ବିବାହ କୁ ବଡ଼ ଖୁସି ଓ ଆଡ଼ମ୍ବରରେ ପାଳନ କରାଯାଇଥାଏ । ଏହି ବିବାହ ଏକ ପ୍ରକାର ର ମିଳନ ହୋଇଥାଏ ଦୁଇ ପରିବାର ମଧ୍ୟରେ ତଥା ଜଣେ ଯୁବକ ଓ ଯୁବତୀ ମଧ୍ୟରେ। ତେବେ ଆମେ ଜାଣିଛୁ ଯେ ସ୍ୱାମୀ ଓ ସ୍ତ୍ରୀ ଙ୍କ ସମ୍ପର୍କ ଏକ ପଵିତ୍ର ସମ୍ପର୍କ ଅଟେ । ଏହା ଉଭୟ ଶାରୀରିକ ଏବଂ ମାନସିକ ସମ୍ପର୍କ ହୋଇଥାଏ ।ସ୍ୱାମୀ-ସ୍ତ୍ରୀ ଙ୍କ ମଧ୍ୟରେ ଏହି ମାନସିକ ତଥା ଶାରୀରିକ ସମ୍ପର୍କ ସେମାନଙ୍କୁ ଏକ ସୁନ୍ଦର ଏବଂ ଆନନ୍ଦମୟ ଜୀବନଯାପନ କରିବାରେ ସାହାଯ୍ୟ କରିଥାଏ । ଏହା ମଧ୍ୟ ଉଭୟଙ୍କୁ ଶାରୀରିକ ତଥା ମାନସିକ ସ୍ତରରେ ଶାନ୍ତି ଦେବା ସହ ଶରୀର ରେ ବହୁତ ଉପକାର କରିଥାଏ ।କିନ୍ତୁ କେବେ କେବେ ଏହି ବିବାହ ସେହି ମହିଳା ପାଇଁ ଅଭିଶାପ ହୋଇଥାଏ ତ କେବେ କେବେ ପୁରୁଷ ଙ୍କ ପାଇଁ । ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣେଇବାକୁ ଯାଉଛୁ ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।


ଉଲ୍ଲେଖ ଯୋଗ୍ୟ ଯେ , ବିବାହ ସମୟରେ ଯୌତୁକ ଦେବାର ପ୍ରଥା ପ୍ରାୟ ବହୁତ ଆଗରୁ ଥିଲା । ମାତ୍ର ଏବେ ମଧ୍ୟ ଭାରତୀୟ ଲୋକମାନେ ଏହାକୁ ମାନିଆସିଛନ୍ତି । ଯଦିଓ ଆମ ଭାରତ ସରକାର ନୂଆ ଆଇନ5 ଅନୁସାରେ ବିବାହ ସମୟରେ ଯୌତୁକ ଦେବା କିମ୍ବା ଯୌତୁକ ଗ୍ରହଣ କରିବା ଏକ ଆଇନ ଗତ ଅପରାଧ ଅଟେ । ତଥାପି ଲୋକମାନେ ଏହାକୁ ମାନିଆସିଛନ୍ତି ।କିନ୍ତୁ ଯେଉଁ କନ୍ୟା ର ପିତା ଏକ ଗରିବ ଶ୍ରେଣୀର ହୋଇଥାନ୍ତି ତାଙ୍କର ଝିଅ ପାଇଁ ଏହି ଯୌତୁକ ପ୍ରଥା କାଳ ସଜିଥାଏ ।ତେବେ ଆମେ ଆଜି ଆପଣଙ୍କୁ ଏହି ପରି ଏକ ଘଟଣା ବିଷୟରେ ଜଣେଇବାକୁ ଯାହାକି ଅତ୍ୟନ୍ତ ଦୁଃଖଦ ପୂର୍ଣ ଅଟେ।


ଉଲ୍ଲେଖଯୋଗ୍ୟ ଯେ, ଜଣେ ବାପା ତାର ଝିଅ ର ବିବାହ କରିବାକୁ ଯାଉଥିଲେ ।ତେବେ ବିବାହ ଠିକ ହେବା ପରେ ପୁଅ ଘର ଲୋକେ ବାହାଘର ପାଇଁ ୩୫ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ ।ଯଦିଓ ଝିଅ ର ବାପା ପାଇଁ ଏହା ଅସମର୍ଥ ଥିଲେ ତଥାପି ସେ ବହୁତ କଷ୍ଟରେ ସମସ୍ତ ଟଙ୍କା ବ୍ୟବସ୍ଥା କରି ବିବାହରେ ଦେଇଥିଲେ ।ତେବେ ସେହି ପିତାଙ୍କର କହିବା ଅନୁସାରେ ବିବାହର ୨ ସପ୍ତାହ ପର୍ଯ୍ୟନ୍ତ ସବୁକିଛି ଠିକ ଥିଲା କିନ୍ତୁ ୨ ସପ୍ତାହ ପରେ ସବୁ କିଛି ବଦଳି ଗଲା ।ପୁଅ ଘର ଲୋକେ ଏକ କାର ପାଇଁ ଝିଅ କୁ ୨ ଲକ୍ଷ ଟଙ୍କା ଆଣିବାକୁ କହିଲେ ତା ମଧ୍ୟ ଝିଅ ଘର ଲୋକ ଦେବାକୁ ରାଜି ହେଲେ ।


କିନ୍ତୁ ଏତିକିରେ ତାଙ୍କର ତାଣ୍ଡବ ଶେଷ ହୋଇନଥିଲା ଯେ ପୁଣି କହିଲେ ବାହାଘର ରେ ଦେଇଥିବା ଫ୍ରିଜ ଓ ଟିଭି ଛୋଟ ହୋଇଛି ବୋଲି ଝିଅ ଘର ଲୋକ ଏହାକୁ ମଧ୍ୟ ପୁରୁଣ କରି ବଡ଼ ଟିଭି ଓ ଫ୍ରିଜ ଦେଲେ ।କିନ୍ତୁ ଏତେସବୁ ପରେ ମଧ୍ୟ ବାହାଘର ର ୭ ମାସ ପରେ ସେ ନିଜର ଗର୍ଭବତୀ ଝିଅକୁ ଯେମିତି ଅବସ୍ଥାରେ ହସ୍ପିଟାଲରେ ଦେଖିବାକୁ ପାଇଲେ ତାହା ଅତ୍ୟନ୍ତ ଦୁଃଖଦାୟକ ଥିଲା ।ତାଙ୍କର ଶାଶୂଘର ଲୋକେ ତାଙ୍କୁ ମାରିବାକୁ ଚେଷ୍ଟା କରୁଥିଲେ କିନ୍ତୁ ଭାଗ୍ୟବସତ୍ୱ ସେ ବଂଚିଯାଇଥିଲେ ।ତେବେ ବର୍ତ୍ତମାନ ସେମାନେ ଜେଲ ରେ ଅଛନ୍ତି ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।