Bastu Shastra – ବିଲେଇ ରାସ୍ତା କାଟିବା ଶୁଭ କି ଅଶୁଭ ଜାଣନ୍ତୁ ବିଲେଇ କଣ ସବୁ ସଙ୍କେତ ଆମର ଭବିଷ୍ୟତ ଉପରେ ଦେଇଥାଏ….

0

ଯଦିଓ ଆମେ ବର୍ତ୍ତମାନ ଏକ ଅତ୍ୟାଧୁନିକ ଯୁଗରେ ବସବାସ କରୁଛନ୍ତି ତଥାପି ଆମେ ଆମର ପ୍ରଥା ଓ ପରମ୍ପରା କୁ ସବୁବେଳେ ସଂମାନ ଦେଇ ଆସିଥାଉ ।ଆମ ସମାଜରେ ଏମିତି ଅନେକ ପ୍ରଥା ରହିଛି ଯାହାକି ଆମକୁ ଆମର ଭବିଷ୍ୟତ ଓ ବର୍ତ୍ତମାନ ରେ ଘଟିବାକୁ ଯାଉଥିବା ଘଟଣା ଉପରେ ପୂର୍ବାନୁମାନ ଲଗେଇ ସଂକେତ ଦେଇଥାଏ ।ତେବେ ଆମ ସମାଜରେ ଏକ ପ୍ରଥା କୁ ଆମେ ମାନି ଆସିଥାଉ ତାହା ହେଉଛି ବିଲେଇ ରାସ୍ତା କରିଦେବା ,ବିଲେଇ ଛିଙ୍କିବା ଆଦି କୁ ।କିଏ ଏହାକୁ ଅଶୁଭ ସଙ୍କେତ ବୋଲି ମାନେ ତ କିଏ ପୁଣି ବିପଦ ର ସଂକେତ ବୋଲି କହିଥାଏ । ତେବେ ଆଜି ଆମେ ଆପଣଙ୍କୁ ଯାଉଛୁ ବିଲେଇ ରାସ୍ତା କାଟିବା ,ଛିଙ୍କିବା ଆଦି ର ପ୍ରକୃତ ସଂକେତ କଣ ରହିଥାଏ ଏବଂ ଏହା ଆମକୁ ଭବିଷ୍ୟତ ରେ କଣ ସୂଚନା ଦେବାକୁ ଯାଉଛି ତା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ।


୧.ଆମ ବାସ୍ତୁଶାସ୍ତ୍ର ଅନୁସାରେ ବିଲେଇ ରାସ୍ତା କାଟିବା ସବୁବେଳେ ଅଶୁଭ ହୋଇନଥାଏ ।ବରଂ ଏହା ଆମର ଭବିଷ୍ୟତ ରେ ଘଟିବାକୁ ଯାଉଥିବା କେତେକ ଘଟଣା ବିଷୟରେ ସଂକେତ ଦେଇଥାଏ ।
୨.ଯଦି ଆପଣଙ୍କ ଘରେ ବିଲେଇ ମାନଙ୍କ ମଧ୍ୟରେ ଝଗଡା ହେଉଛି ତ ଏହା ଆପଣଂକୁ ସଂକେତ ଦେଉଛି କି ଆଗକୁ ଆପଣଙ୍କ ଘରେ ମଧ୍ୟରେ ବା ଅନ୍ୟ କାହା ସହ ଝଗଡା ହେବାକୁ ଯାଉଛି ବୋଲି ।
୩.ଯଦି ଆପଣ ରାସ୍ତାରେ ଯିବା ସମୟରେ ବିଲେଇ ରାସ୍ତାର ବାମ ରୁ ଡ଼ାହାଣ କୁ ଯାଇଥାଏ ତ ଏହା ଶୁଭ ହୋଇଥାଏ କିନ୍ତୁ ଯଦି ଡ଼ାହାଣ ରୁ ବାମ କୁ ଯାଇଥାଏ ଏହା ଅଶୁଭ ର ସଂକେତ ଦେଇଥାଏ ।


୪.ଯଦି ରାତିରେ ସୋଇଥିବା ସମୟରେ ବିଲେଇ ଆପଣଙ୍କ ର ମୁଣ୍ଡକୁ ଚାପି ଥାଏ ଏହା ଆପଣଙ୍କୁ ଏହି ସଂକେତ ଦେଇଥାଏ କି ଭବିଷ୍ୟତ ରେ ଆପଣ କୌଣସି ସରକାରୀ ମାମଲା ରେ ଫସିବାକୁ ଯାଉଛନ୍ତି।
୫.ଯଦି ବିଲେଇ ଆପଣଙ୍କ ର ପାଦ କୁ ଚାଟୁଥାଏ ତ ଏହାର ଅର୍ଥ ହେଉଛି ଯେ ଆଗକୁ ଆପଣ କୌଣସି ରୋଗରେ ପୀଡିତ ହେବାକୁ ଯାଉଛନ୍ତି ।ଆଉ ଯଦି ବିଲେଇ ମୁଣ୍ଡ କୁ ଡେଇଁ ଥାଏ ତ ଆପଣ ଭବିଷ୍ୟତ ରେ ଅର୍ଥନୈତିକ ସମସ୍ୟା ର ସମୁଖୀନ ହେବାର ସଙ୍କେତ ଦେଇଥାଏ ।


୬.ଯଦି ଅମାବାସ୍ୟା ଦିନ ରାତିରେ ବିଲେଇ ଆପଣଙ୍କ ଘରକୁ ପ୍ରବେଶ କରିଥାଏ ତ ଏହାର ଅର୍ଥାତ ଶୁଭ ହୋଇଥାଏ ।ଏହା ଆପଣଙ୍କୁ ଜଣେଇଥାଏ କି ଏହି ବର୍ଷ ମାତା ଲକ୍ଷ୍ମୀ ଙ୍କର କୃପା ଆପଣଙ୍କ ଉପରେ ରହିବ।
୭.ଯଦି ଆପଣ ରଖିଥିବା କ୍ଷୀର କୁ ବିଲେଇ ଲୁଚି ଲୁଚି ଆସି ପିଇ ଥାଏ ତ ଏହା ଆପଣଙ୍କୁ ଅଶୁଭ ସଂକେତ ଦେଇଥାଏ ।ଏହାର ଅର୍ଥ ହେଉଛି ଯେ ଆଗକୁ ଆପଣଙ୍କ ର ଧନ ହାନି ହେବାକୁ ଯାଉଛି ।
୮.ଯଦି ପ୍ରତିଦିନ ବିଲେଇ ଆପଣଙ୍କ ଘରକୁ ଆସୁଥାଏ ବା ଆପଣ ଙ୍କ ଘରେ କାନ୍ଦିଥାଏ ତ ଏହାର ଅର୍ଥ ଅଶୁଭ ଅଟେ ।ଏହା ଭବିଷ୍ୟତ ରେ ଆସୁଥିବା ସମସ୍ୟା ବିଷୟରେ ଆପଣ ଙ୍କୁ ସୂଚନା ଦେଇଥାଏ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।