ପୂଜା ସମୟରେ ବ୍ୟବହାର କରୁଥିବା ନଡ଼ିଆ ଯଦି ଖରାପ ବାହାରିଥାଏ ତେବେ ଜାଣିନିଅନ୍ତୁ କି ଭବିଷ୍ୟତରେ ଆପଣଙ୍କ ସହ କଣ ସବୁ ହେବାକୁ ଯାଉଛି….

0

ଏବେ ଆମେ ଏକ ଅତ୍ୟାଧୁନିକ ଯୁଗରେ ବସବାସ କରୁଛୁ ଯାହାର ଜୀବନ୍ତ ଉଦାହରଣ ହେଉଛି ଆମ ବିଜ୍ଞାନ ର ଅଗ୍ରଗତି ଏବଂ ପ୍ରଯୁକ୍ତି ବିଦ୍ୟାର ଅବଦାନ ଯୋଗୁଁ ସମ୍ଭବ ହୋଇପାରିଛି । ମାତ୍ର ବିଜ୍ଞାନ ଯେତେ ଉନ୍ନତି କଲେ ମଧ୍ୟ ଲୋକମାନେ ଏବେବି ଭଗବାନ ଙ୍କ ଉପରେ ଭରସା ରଖିଥାନ୍ତି କାରଣ ଏବେ ପର୍ଯ୍ୟନ୍ତ ବିଜ୍ଞାନ ଭଗବାନ ଙ୍କୁ ଜିତି ପାରିନାହିଁ ।ତେବେ ଲୋକମାନଙ୍କ ର ଭକ୍ତି ବି ମଧ୍ୟ କେବେ କେବେ ଭଗବାନ ବିବାସ କରିଦେଇଥାଏ ଏହି ମର୍ତ୍ତ୍ୟମଣ୍ଡଳ ଆସିବାକୁ ।କିନ୍ତୁ ଭଗବାନ ଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ କେତେକ ନୀତି ନିୟମ ମଧ୍ୟ ଆମେ ପାଳନ କରିଥାଉ ।ଆଉ କେବେ କେବେ ଏଥିରେ କିଛି ବିଘ୍ନ ଘଟିଲେ ଆମେ ଅଶୁଭ ବୋଲି ମଧ୍ୟ ମନେ କରିଥାଉ ।


ତେବେ ଆମେ ଆଜି ଆପଣ ଙ୍କୁ ଜଣେଇବାକୁ ଯାଉଛୁ ଏମିତି ଏକ ଘଟଣା ବିଷୟରେ ଯାହାକି ଆପଣ ମାନେ ଜାଣିବା ନିହାତି ଦରକାର ଅଟେ ।ତେବେ ଭଗବାନ ଙ୍କୁ ପୂଜାର୍ଚ୍ଚନା କରିବା ସମୟରେ ଆମେ ପ୍ରଥମେ ନଡ଼ିଆ କୁ ନେଇଥାଉ ।ନଡ଼ିଆ କୁ ଭଗବାନ ଙ୍କର ପ୍ରିୟ ଫଳ ବୋଲି କୁହାଯାଏ ଏବଂ ଏହା ମା ଲକ୍ଷ୍ମୀ ଙ୍କର ପ୍ରିୟ ହୋଇଥାଏ ।ମାତ୍ର କେବେ କେବେ ଆମ ପୂଜା କରିବା ସମୟରେ ଆମର ନେଇଥିବା ନଡ଼ିଆ ଟି ଖରାପ ଅର୍ଥାତ ଅଧା ଶୁଖିଯାଇଥିବା , ଫୀମ୍ପି ମାରିଥିବା , ପଚି ଯିବା ଏବଂ ଅଧା ନଷ୍ଟ ମଧ୍ୟ ହୋଇଯାଇଥାଏ । ତେବେ ଆମେ ଆପଣଙ୍କୁ ଜଣେଇବାକୁ ଯାଉଛୁ ଯେ ପୂଜା ସମୟରେ ନଡ଼ିଆ ଖରାପ ବାହାରିଲେ ଶୁଭ ହୋଇଥାଏ କି ଅଶୁଭ ହୋଇଥାଏ ।


ସାଧାରଣତ୍ୱ ପୂଜା ସମୟରେ ଆମେ ବ୍ୟବହାର କରିଥିବା ନଡ଼ିଆ ଟି ପଚା କିମ୍ବା ନଷ୍ଟ ହୋଇଥିବା ବାହାରିଲେ ଆମେ ଭାବିଥାଉ କି ଏହା ଅଶୁଭ ହୋଇଥାଏ ବୋଲି । ମାତ୍ର ଆମେ ଭୁଲ ଭାବିଥାଉ । ଆମର ପୁରାଣ ଶାସ୍ତ୍ର ଅନୁସାରେ ପୂଜା ସମୟରେ ନଡ଼ିଆ ଖରାପ ବାହାରିବା ର ଅର୍ଥ ଶୁଭ ହୋଇଥାଏ ।ଏମିତି ମଧ୍ୟ କୁହାଯାଏ ଯେ ,ଯଦି ପୂଜା ସମୟରେ ଆପଣ ଙ୍କର ଭୋଗ ନଡ଼ିଆ ଟି ଖରାପ ବାହାରିଛି ତ ଏହାର ଅର୍ଥ ହେଉଛି ଭଗବାନ ବିଷ୍ଣୁ ସେହି ନଡ଼ିଆ କୁ ନିଜର ପ୍ରସାଦ ଭାବରେ ଗ୍ରହଣ କରିନେଇଛନ୍ତି ।ତେଣୁ ନଡ଼ିଆ ଟି ଖରାପ ବାହାରିଛି ।


ଆମର ହିନ୍ଦୁ ଧର୍ମର ପୁରାଣ ଶାସ୍ତ୍ର ଅନୁସାରେ ଯଦି ଆପଣ ଙ୍କର ପୂଜା ସମୟରେ ବ୍ୟବହୃତ ନଡ଼ିଆ ଟି ଖରାପ ବା ଅଧା ନଷ୍ଟ ହୋଇଯିବାର ଦେଖାଯାଇଛି ତାହାର ଅର୍ଥ ଆପଣ ଙ୍କର ପାଇଁ ଆଗକୁ କିଛି ନା କିଛି ଶୁଭ ସଙ୍କେତ ରହିଛି । ଏବଂ ଏହି ସମୟରେ ଆପଣ ଭଗବାନ ଙ୍କ ଠାରେ ଯେଉଁ ଇଛା ପ୍ରକାଶ କରିଥାନ୍ତି ତାହା ମଧ୍ୟ ପୂର୍ଣ୍ଣ ହୋଇଥାଏ ।  କିନ୍ତୁ ଏହାର ଅର୍ଟ ଏହା ନୁହେଁ କି ଯଦି ଆପଣଙ୍କ ନଡ଼ିଆ ଭଲ ବାହାରୁଚି ତ ଏହା ଅଶୁଭ ଅଟେ । ଏହା ଅଶୁଭ ନୁହେଁ ମାତ୍ର ଏହି ନଡିଆ ଟୀକୁ ସମସ୍ତ ଙ୍କ ସହ ବାଣ୍ଟି ମିଶି ଖାଇବା ଆବଶ୍ୟକ । ଏହା ଫଳରେ ଭଗବାନ ଙ୍କର ଆଶୀର୍ବାଦ ସବୁବେଳେ ଆପଣଙ୍କ ଉପରେ ରହିବ ।

ବନ୍ଧୁଗଣ, ଆଶା କରୁଛୁ ଆମର ଏହି ଆର୍ଟିକେଲଟି ଆପଣଙ୍କୁ ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିବ ତେବେ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଘଟଣାର ଖବର ସହିତ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।